ଆମେରିକାରେ ବଡ଼ ଦୁର୍ଘଟଣା, ୨ ଭାରତୀୟ ଇଞ୍ଜିନିୟରିଂ ଛାତ୍ର ମୃତ
Advertisement
Article Detail0/zeeodisha/odisha2216852

ଆମେରିକାରେ ବଡ଼ ଦୁର୍ଘଟଣା, ୨ ଭାରତୀୟ ଇଞ୍ଜିନିୟରିଂ ଛାତ୍ର ମୃତ

Accident News: ଯୁକ୍ତରାଷ୍ଟ୍ର ଆମେରିକାରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଫୋନେକ୍ସ ସିଟି ଅଫ୍‌ ଆରିଜୋନାରେ ଭୟଙ୍କର କାର୍‌ ଦୁର୍ଘଟଣା ଘଟିବା ଫଳରେ ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ଛାତ୍ରଙ୍କ ନାମ ମୁକ୍କା ନିବେଶ ଓ ଗୌତମ ପାରସି ବୋଲି ଜଣାପଡିଛି । ଉଭୟଙ୍କର ବୟସ ୧୯ ବର୍ଷ ହୋଇଥିବା ବେଳେ ଘର ତେଲେଙ୍ଗାନା ଅଞ୍ଚଳରେ ।

ଆମେରିକାରେ ବଡ଼ ଦୁର୍ଘଟଣା, ୨ ଭାରତୀୟ ଇଞ୍ଜିନିୟରିଂ ଛାତ୍ର ମୃତ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଫୋନେକ୍ସ ସିଟି ଅଫ୍‌ ଆରିଜୋନାରେ ଭୟଙ୍କର କାର୍‌ ଦୁର୍ଘଟଣା ଘଟିବା ଫଳରେ ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ଛାତ୍ରଙ୍କ ନାମ ମୁକ୍କା ନିବେଶ ଓ ଗୌତମ ପାରସି ବୋଲି ଜଣାପଡିଛି । ଉଭୟଙ୍କର ବୟସ ୧୯ ବର୍ଷ ହୋଇଥିବା ବେଳେ ଘର ତେଲେଙ୍ଗାନା ଅଞ୍ଚଳରେ ।

ସୂଚନା ମୁତାବକ, ଏପ୍ରିଲ ୨୦ ଶନିବାର ଦିନ ଏହି କାର୍ ଦୁର୍ଘଟଣା ଘଟିଥିଲା । ଦୁଇଟି କାର ପରସ୍ପର ଧକ୍କା ହେବା କାରଣରୁ ଗୋଟିଏ କାରରେ ବସିଥିବା ଦୁଇ ଭାରତୀୟ ଛାତ୍ରଙ୍କ ଜୀବନ ଦୀପ ଲିଭି ଯାଇଥିଲା । ଦୁର୍ଘଟଣା ଘଟାଇଥିବା କାର୍ ଚାଳକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଦୁର୍ଘଟଣା ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନିବେଶ ଏବଂ ଗୌତମ ଦୁହେଁ ଆରିଜୋନା ଷ୍ଟେଟ୍‌ ୟୁନିର୍ଭସିଟିରେ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ ପଢୁଥିଲେ । ନିବେଶ କରିମନଗର ଜିଲ୍ଲା ହୁଜୁରାବାଦର ହୋଇଥିବା ସମୟରେ ଗୌତମଙ୍କ ଘର ଜନଗାଁଓ ଜିଲ୍ଲାର ଷ୍ଟେସନ ଘନପୁର ଅଞ୍ଚଳରେ । ଦୁଇ ଛାତ୍ରଙ୍କ ପରିବାର ସଦସ୍ୟ ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ଉଭୟଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ତେବେ ଲଗାତାର ଭାବେ କିଛି ମାସ ମଧ୍ୟରେ ଆମେରିକାରୁ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଖବର ଆସୁଥିବାରୁ ଅଭିଭାବକମାନେ ମଧ୍ୟ ଚିନ୍ତାରେ ପଡିଛନ୍ତି ।

Also Read- Mangal Gochar 2024: ୨୩ ଏପ୍ରିଲରେ ମୀନ ରାଶିରେ ମଙ୍ଗଳ ଚଳନ, ୫ ରାଶି ପାଇଁ ଭଲ ଦିନ ଆରମ୍ଭ

Also Read- ମା’ ହିଙ୍ଗୁଳାଙ୍କୁ ଦର୍ଶନ କରି ସମସ୍ତଙ୍କ ପାଇଁ ଆଶୀର୍ବାଦ ମାଗିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର