Ayodhya: ରାମ ମନ୍ଦିର କମ୍ପ୍ଲେକ୍ସରେ ତିଆରି ହେବ ଅଡିଟୋରିୟମ
Advertisement
Article Detail0/zeeodisha/odisha2238881

Ayodhya: ରାମ ମନ୍ଦିର କମ୍ପ୍ଲେକ୍ସରେ ତିଆରି ହେବ ଅଡିଟୋରିୟମ

Ayodhya Ram Mandir: ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ମହଲାର ପ୍ରାୟ ୯୫ ପ୍ରତିଶତ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିବାବେଳେ କେବଳ ଶେଷ କାର୍ଯ୍ୟ ବାକି ଅଛି । କ୍ୟାମ୍ପସରେ ଏକ ଅଡିଟୋରିୟମ୍ ନିର୍ମାଣ କରିବା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି ।

Ayodhya: ରାମ ମନ୍ଦିର କମ୍ପ୍ଲେକ୍ସରେ ତିଆରି ହେବ ଅଡିଟୋରିୟମ

Ayodhya Ram Mandir: ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ମହଲାରେ ଶ୍ରୀ ରାମ ଦରବାର ପ୍ରତିଷ୍ଠା କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମହଲାରେ ହେବାକୁ ଥିବା ରାମ ଦରବାରର ଡିଜାଇନ୍ ପ୍ରସ୍ତୁତ କରୁଛନ୍ତି ପ୍ରଖ୍ୟାତ ଚିତ୍ରକାର ବାସୁଦେବ କମାତ । ବାସୁଦେବ ହିଁ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତିର ରୂପରେ ଶେଷ ସ୍ପର୍ଶ ଦେଇଥିଲେ । ଏହା ବ୍ୟତୀତ ମନ୍ଦିର ପରିସରରେ ଏକ ଅଡିଟୋରିୟମ୍ ମଧ୍ୟ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି ।

ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନ୍ରିପେନ୍ଦ୍ର ମିଶ୍ରଙ୍କ କହିବାନୁଯାୟୀ, ଖୁବ ଶୀଘ୍ର ପ୍ରଥମ ମହଲାରେ ରାମ ଦରବାର ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ କରିବା ପାଇଁ ହୋମୱାର୍କ କରାଯାଉଛି । ପ୍ରଥମ ମହଲାରେ ପ୍ରାୟ ୯୫ ପ୍ରତିଶତ ନିର୍ମାଣ କାର୍ଯ୍ୟ ସମାପ୍ତ ସରିଛି । କେବଳ ଶେଷ କାର୍ଯ୍ୟ ବାକି ରହିଛି । ପ୍ରଭୁ ଶ୍ରୀ ରାମ, ମାତା ସୀତା, ଭ୍ରାତା ଲକ୍ଷ୍ମଣ, ଭରତ, ଶତୃଘ୍ନଙ୍କ ସମେତ ହନୁମାନ ଜୀଙ୍କର ମୂର୍ତ୍ତି ରାମଦରବାରରେ ସ୍ଥାପନ କରାଯିବ। ଡିଜାଇନ୍ ଚୂଡାନ୍ତ ହେବା ପରେ ପ୍ରତିମୂର୍ତ୍ତିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଇଛି । ଭକ୍ତଙ୍କ ପାଇଁ ତିଆରି ହୋଇଥିବା ସୁବିଧା କେନ୍ଦ୍ରରେ ଗୋସ୍ୱାମୀ ତୁଳସିଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ନିକଟରେ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ଯେଉଁଥିରେ ସମସ୍ତେ ସହମତି ପ୍ରକାଶ କରିଥିବା ଜଣାପଡିଛି । ଏହି ନିର୍ମାଣକାର୍ଯ୍ୟ ଜୁଲାଇରୁ ଆରମ୍ଭ ହେବ ବୋଲି କୁହାଯାଇଛି ।

ପ୍ରଭୁ ରାମ ମନ୍ଦିର ନିର୍ମାଣ କମିଟିର ସଭାପତି ଶ୍ରୀ ମିଶ୍ର କହିଛନ୍ତି ଯେ, ମନ୍ଦିର ପରିସରରେ ଏକ ଅଡିଟୋରିୟମ ନିର୍ମାଣ କରାଯିବ। ଏହାର ନିର୍ମାଣ କାର୍ଯ୍ୟ ଆଉ ମାତ୍ର ୧୫ ଦିନ ପରେ ଆରମ୍ଭ ହେବ । ଅଡିଟୋରିୟମରେ ମୋଟ ୫୦୦ ଲୋକ ବସିବାର କ୍ଷମତା ରହିବ । ଏହା ବ୍ୟତୀତ, ବାହାରୁ ଆସୁଥିବା ସାଧୁ ସନ୍ଥମାନଙ୍କ ପାଇଁ ଅଡିଟୋରିୟମରେ ରହିବା ବ୍ୟବସ୍ଥା ମଧ୍ୟ କରାଯିବ । ଏହାର ନକ୍ସା ପ୍ରସ୍ତୁତ କରାଯାଇଛି । ଅଡିଟୋରିୟମରେ ସାଂସ୍କୃତିକ ତଥା ଧାର୍ମିକ କାର୍ଯ୍ୟକ୍ରମ ଗୁଡିକ ଆୟୋଜିତ ହେବ । ଏହି ଅଡିଟୋରିୟମଟି ସରକାରୀ ନିର୍ମାଣ ନିଗମ ଦ୍ୱାରା ନିର୍ମାଣ କରାଯିବ ।

ରାମ ମନ୍ଦିର ପରିସରରେ ୮୦୦ ମିଟର ଲମ୍ବାର ବାହ୍ୟ କାନ୍ଥ ମଧ୍ୟ ନିର୍ମାଣ କରାଯାଉଛି । ଏହି କାନ୍ଥ କମ୍ପ୍ଲେକ୍ସ ପାଇଁ ସୁରକ୍ଷା ଭାବରେ କାର୍ଯ୍ୟ କରିବ । ମାର୍ଚ୍ଚ ୨୦୨୫ ସୁଦ୍ଧା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବ । କାନ୍ଥରେ ୧୦୦ ଟି ମୂର୍ତ୍ତି ମଧ୍ୟ ତିଆରି କରାଯିବ । ସାଧୁ ସନ୍ଥଙ୍କ ପରାମର୍ଶରେ ଏହି ମୂର୍ତ୍ତି ଗୁଡ଼ିକ ସମ୍ପର୍କରେ ତଥ୍ୟ ହାସଲ କରାଯାଇଛି । ମୂର୍ତ୍ତି କାର୍ଯ୍ୟ ମଧ୍ୟ ବାସୁଦେବଙ୍କ କହିବାନୁଯାୟୀ କରାଯିବ । ପ୍ରଭୁ ଶ୍ରୀରାମ ପ୍ରତ୍ୟେକ ଅବତାରରେ ସମାଜକୁ କେଉଁ ବାର୍ତ୍ତା ଦେଇଛନ୍ତି ତାହା ମଧ୍ୟ ଚିତ୍ରଣ କରାଯିବ ବୋଲି ସୂଚନା ମିଳିଛି । ଏହା ବ୍ୟତୀତ ରାମକଥା ଘଟଣା ଉପରେ ଆଧାରିତ ମୂର୍ତ୍ତି ମଧ୍ୟ ରାମ ମନ୍ଦିର ପରିସରର ସୌନ୍ଦର୍ଯ୍ୟକୁ ବଢାଇବ ।

Also Read- ଅଗଷ୍ଟରେ ଭାରତ ପ୍ରତିଟି କୋଣରେ 4G ସେବା ଆରମ୍ଭ କରିବ BSNL !

Also Read- ଦଳବିରୋଧୀ କାର୍ଯ୍ୟ କରିବାରୁ BJPରୁ ବିଦା ହେଲେ ୧୨ କାର୍ଯ୍ୟକର୍ତ୍ତା