Top 10 News Today: ରାଜ୍ୟରେ ଅଂଶୁଘାତରେ ୮ଜଣ ଆକ୍ରାନ୍ତ, ପଢ଼ନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2192397

Top 10 News Today: ରାଜ୍ୟରେ ଅଂଶୁଘାତରେ ୮ଜଣ ଆକ୍ରାନ୍ତ, ପଢ଼ନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha 6th March 2024: ରାଜ୍ୟରେ ଅଂଶୁଘାତରେ ୮ଜଣ ଆକ୍ରାନ୍ତ। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।  

 

Today Headlines of Odisha 6th March 2024

Top 10 News Today | 6th March | H1. Raghunath Mohanty quits BJP: ବରିଷ୍ଠ ନେତା ରଘୁନାଥ ମହାନ୍ତି ଶନିବାର ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଛନ୍ତି। ମହାନ୍ତି ତାଙ୍କ ଇସ୍ତଫା ପତ୍ର ଓଡି଼ଶା ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଛନ୍ତି। ତାଙ୍କ ଇସ୍ତଫା ଏପରି ଏକ ସମୟରେ ଆସିଛି ଯେତେବେଳେ ବିଜୁ ଜନତା ଦଳ ବାଲେଶ୍ୱରରେ ଲୋକସଭା ଆସନ ପାଇଁ ନିଜର ସାଂସଦ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି। ତେବେ ମହାନ୍ତି ତାଙ୍କର ପରବର୍ତ୍ତୀ ପଦକ୍ଷେର କ'ଣ ହେବ ସେ ବିଷୟରେ ସୂଚନେ ଦେଇ ନାହାଁନ୍ତି।

H2. Odisha Police seizes Rs 55L cash: ବିନିକା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଶନିବାର ଦିନ ସୋନପୁର ଜିଲ୍ଲାର ବିନିକାସ୍ଥିତ ଏକ ଗାଡି ଚେକପଏଣ୍ଟରେ ଏକ କାରରୁ ୫୫ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରିଛି। ଖବର ଅନୁଯାୟୀ, ବିନିକାସ୍ଥିତ କଲେଜ ଛକରେ ପୋଲିସ ଗାଡି ଯାଞ୍ଚ କରୁଥିଲା। କାର ସର୍ଚ୍ଚ କରିବାପରେ ପୋଲିସ ୫୫.୨୦ ଲକ୍ଷ ଟଙ୍କା ଜବତ କରିଛି। ବର୍ତ୍ତମାନ ଏହାକୁ ନେଇ ପୋଲିସ୍ ଅଧିକ ତଦନ୍ତ କରୁଛି।

H3. Odisha Heat Wave: ରାଜ୍ୟରେ ତାପମାତ୍ରା କ୍ରମାଗତ ଭାବେ ବଢ଼ିବା ସହିତ ଅଂଶୁଘାତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ଆଠ ଜଣ ଅଂଶୁଘାତ ରୋଗୀ ରାଜ୍ୟର ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

H4. MO Bus Accident in Khordha: ଖୋର୍ଦ୍ଧା ସ୍ଥିତ ପିତାପଲ୍ଲୀ ପେଟ୍ରୋଲ ପମ୍ପ ନିକଟ ବଡ଼ ଶଙ୍ଖ ଠାରେ ମୋ ବସ୍ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏହି ବସ ନାଳକୁ ଖସି ପଡ଼ିଥିଲା। ଫଳରେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। କିଛି ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣା ପଡିଛି। ଯଦିଓ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ, ତଥାପି ମୋ ବସ୍ ଡ୍ରାଇଭର ଷ୍ଟିଅରିଂ ଉପରେ ନିୟନ୍ତ୍ରଣ ହରାଇବା ପରେ ଏହି ଦୁର୍ଘଟଣା ଘଟିଥିବାର ସନ୍ଦେହ କରାଯାଉଛି।

H5. Lok Sabha Election 2024: ଲୋକସଭା ନିର୍ବାଚନ ୨୦୨୪ କୁ ନେଇ ଦେଶରେ ରାଜନୀତି ସରଗରମ ହୋଇଛି। ନେତାଙ୍କ ଦଳ ବଦଳକୁ ନେଉ ରାଜନୈତିକ ଦଳ ମଧ୍ୟରେ ଲୁଚାଛପା ମଧ୍ୟ ଲାଗି ରହିଛି। ଏହି ସମୟରେ କଂଗ୍ରେସ ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି। ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦୀନେଶ ଅଗ୍ରୱାଲ କଂଗ୍ରେସ ଛାଡିଛନ୍ତି। କୁହାଯାଇଛି ଯେ ସେ ବିଜେପିରେ ଯୋଗ ଦେଇପାରନ୍ତି।

H6. PM Rally in Saharanpur: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାହାରନପୁରରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ କହିଛନ୍ତି ଯେ କଂଗ୍ରେସ ମାନିଫେଷ୍ଟୋରେ ମୁସଲିମ ଲିଗର ଛାପ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ତିନ୍ ତଲାକର କୁ ପ୍ରଥାକୁ ସମାପ୍ତ କରିଛୁ।

H7. CM Arvind Kejriwal News: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ପଦରୁ ହଟାଇବାକୁ ଦାବି କରି ଦିଲ୍ଲୀ ହାଇକୋର୍ଟରେ ଆଉ ଏକ ଆବେଦନ କରାଯାଇଛି। ଆମ୍ ଆଦମୀ ପାର୍ଟିରୁ ନିଲମ୍ବିତ ହୋଇଥିବା ସନ୍ଦୀପ କୁମାର ଓ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ଏହି ଆବେଦନ କରିଛନ୍ତି। ୨୦୧୬ ମସିହାରେ ସିଡି ଦୁର୍ନୀତି ମାମଲାରେ ସନ୍ଦୀପ କୁମାରଙ୍କୁ ଦଳ ପକ୍ଷରୁ ବହିଷ୍କାର କରାଯାଇଥିଲା। ଏହାପୂର୍ବରୁ ହାଇକୋର୍ଟ ଏହି ପ୍ରସଙ୍ଗରେ ଦୁଇଟି ପିଆଇଏଲ ଉପରେ ବିଚାର କରିବାକୁ ମନା କରିଦେଇଥିଲେ।

H8. IMD Heatwave Alert: ଏପ୍ରିଲ ମାସର ଆରମ୍ଭ ସହିତ ଆଗାମୀ ଦୁଇ ଦିନ ମଧ୍ୟରେ ପ୍ରବଳ ଗରମ ଆରମ୍ଭ ହେବାକୁ ଯାଉଛି। ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର ହିଟ୍ ୱେବକୁ ନେଇ ସତର୍କ ସୂଚନା ଜାରି କରିଛି। ଆଗାମୀ ଦୁଇ ଦିନ ପାଇଁ ପୂର୍ବ ଭାରତର ଓଡ଼ିଶା ସମେତ ଉପଦ୍ୱୀପର କିଛି ଅଂଶରେ ହିଟ୍ ୱେବ ସ୍ଥିତି ଜାରି ରହିବ ବୋଲି ଅନୁମାନ କରାଯାଇଛି।

H9. Delhi Excise Policy: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜିବି ନିରାଶ ହୋଇଛନ୍ତି ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆ। ତାଙ୍କ ଜାମିନ ଆବେଦନକୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଖାରଜ କରିଦେଇଛନ୍ତି। ଆସନ୍ତା ୧୮ ପର୍ଯ୍ୟନ୍ତ ତାଙ୍କ ନ୍ୟାୟିକ ହେପାଜତକୁ ବଢାଇଦିଆଯାଇଛି। ଆଗାମୀ ଶୁଣାଣି ୧୮ ତାରିଖରେ ହେବ।

H10. IPL 2024 RR Vs RCB Virat Kohli Century: ରାଜସ୍ଥାନ ରୟାଲ୍ସ ବିପକ୍ଷରେ ବିରାଟ କୋହଲି ଏକ ଚମତ୍କାର ଶତକ ହାସଲ କରିଛନ୍ତି। ବିରାଟ କୋହଲି ୬୭ ବଲରେ ନିଜର ଶତକ ପୂରା କରିଥିଲେ। ଆଇପିଏଲରେ ଏହା ତାଙ୍କର ଅଷ୍ଟମ ଶତକ। ବିରାଟ କୋହଲି ୭୨ ବଲରେ ୧୧୩ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହି ସମୟ ମଧ୍ୟରେ ସେ ସମୁଦାୟ ୧୨ ଚୌକା ଓ ୪ଟି ଛକା ମାରିଥିଲେ। ବିରାଟ କୋହଲିଙ୍କ ଏହି ବ୍ୟାଟିଂ ଆଧାରରେ ଆରସିବି ୨୦ ଓଭରରେ ୧୮୩ ରନ୍ ସ୍କୋର କରିଥିଲା।