TOP 10 NEWS TODAY: ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2212683

TOP 10 NEWS TODAY: ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର


Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର। 

 

TOP 10 NEWS TODAY: ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Today | 19 April | Evening 

1.Lok Sabha Election 2024 Phase 1 Voting: ବହୁ ପ୍ରତୀକ୍ଷିତ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଅପ୍ରେଲ ୧୯ ତାରିଖ ଶୁକ୍ରବାର ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟର ୧୦୨ ଲୋକସଭା ଆସନ ପାଇଁ ହୋଇଥିଲା ମତଦାନ। ଏହି ପର୍ଯ୍ୟାୟରେ ୧୬ ଶହରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର। ଛୋଟ ମୋଟ ହିଂସାକାଣ୍ଡକୁ ଛାଡି଼ଦେଲ ମତଦାନ ପ୍ରାୟ ଶାନ୍ତିପୂର୍ଣ୍ଣ ରହିଥିଲା। ପ୍ରଥମ ପର୍ଯ୍ୟାୟରେ ସର୍ବାଧିକ ମତଦାନ ପଶ୍ଚିମବଙ୍ଗରେ ହୋଇଥିବାର ରେକର୍ଡ କରାଯାଇଛି। ଏହି ରାଜ୍ୟରେ ସନ୍ଧ୍ୟା ପଞ୍ଚଟା ପର୍ଯ୍ୟନ୍ତ ୭୭.୫୭% ମତଦାନ ହୋଇଥିବାର ରେକର୍ଡ କରାଯାଇଛି। ସେହିପରି ସର୍ବନିମ୍ନ ମତଦାନ  
ବିହାରରେ ହୋଇଛି। ଯେଉଁଠି ୪୬.୩୨% ମତଦାନ ହୋଇଥିବାର ରେକର୍ଡ କରାଯାଇଛି।

2.odisha govt confirms 1 sunstroke death from balasore: ଚଳିତ ବର୍ଷ ରାଜ୍ୟର ହୋଇଛି ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ। ଶୁକ୍ରବାର (ଅପ୍ରେଲ ୧୯) ଓଡି଼ଶା ସରକାର ନିଶ୍ଚିତ କରିଛନ୍ତି ଯେ ଚଳିତ ବର୍ଷ  ଜଣେ ବ୍ୟକ୍ତି ଅଂଶୁଘାତ କାରଣରୁ ମୃତ୍ୟୁ ହୋଇଛି। ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ବାଲେଶ୍ୱର ଜିଲ୍ଲାରେ ଅଂଶୁଘାତ କାରଣରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଛି।

3.Heatwave 2024 Odisha: ରାଜ୍ୟରେ ବର୍ତ୍ତମାନ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୯ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, କଟକ  ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅଧିକ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଦୁଇ ଦିନରେ ପାରଦ ୪୫ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗ୍ରୀଷ୍ମ ପ୍ରବାହ ବଢୁଥିବାରୁ ଅଂଶୁଘାତର ମଧ୍ୟ ଆଶଙ୍କା ରହିଛି। ଆଜି କଟକ, ଖୋର୍ଦ୍ଧା, ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ ଜିଲ୍ଲାରେ ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ଗଜପତି, କନ୍ଧମା, କୋରାପୁଟ, ମାଲକାନାଗିରି, ଗଞ୍ଜାମ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। 

4.Amit Shah Files Nomination for Gandhi Nagar Lok Sabha: ୨୦୨୪ ଲୋକସଭା ନିର୍ବାଚନରେ ଗୃହ ରାଜ୍ୟ ଗୁଜୁରାଟର ଗାନ୍ଧୀ ନଗର ଲୋକସଭା ଆସନରୁ ଦ୍ୱିତୀୟ ଥର ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି କେନ୍ଦ୍ର ଗୃହମନ୍ତ୍ର ଅମିତ ଶାହ। ଏନେଇ ସେ ଅପ୍ରେଲ ୧୯ ତାରିଖ ଅପ୍ରେଲ ୧୯ ତାରିଖ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ତଥା ଗାନ୍ଧୀନଗର ଲୋକସଭା ଆସନର ବିଜେପି ସାଂସଦ ପ୍ରାର୍ଥୀ ଭାବେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଥର ସେ ଏହି ଆସନରୁ ଦ୍ୱିତୀୟ ଥର ପାଇଁ ସାଂସଦ ପ୍ରାର୍ଥ ଭାବେ ନିର୍ବାଚନ ଲଢୁଛନ୍ତି।

5. Indian Railway Summer Train: ଯାତ୍ରୀଙ୍କ ଯାତ୍ରା ସୁବିଧା ସୁନିଶ୍ଚିତ କରିବା ଏବଂ ଗ୍ରୀଷ୍ମ ସମୟରେ ଭ୍ରମଣ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ରେକର୍ଡ ସଂଖ୍ୟକ ୯୧୧୧ ଟ୍ରିପ୍ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବାକୁ ନିଷ୍ପତ୍ତି ନେଇଛି। ପୂର୍ବତଟ ରେଳପଥ ଗ୍ରୀଷ୍ମ ସମୟରେ ୨୧ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ତଥା ୩୦୭ ଟ୍ରିପ ଚଳାଚଳ କରାଇବାକୁ ଯୋଜନା କରିଛି। ଏହି ସ୍ୱତନ୍ତ୍ର ଟ୍ରେନ୍ ପୁରୀ, ଭୁବନେଶ୍ୱର, ବିଶାଖାପାଟନମ୍, ସମ୍ବଲପୁର, କଟକ ଏବଂ ବ୍ରହ୍ମପୁର ଭଳି ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ ଠାରୁ ଉତ୍ପନ୍ନ ହେବାର ଯୋଜନା ରହିଛି। 

6. Manipur Election Violence 2024: ବହୁ ପ୍ରତୀକ୍ଷିତ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଅପ୍ରେଲ ୧୯ ଶୁକ୍ରବାର ଅନୁଷ୍ଠିତ ହୋଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟର ୧୦୨ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଶୁକ୍ରବାର ଭୋଟ ଗ୍ରହଣ ଚାଲିଥିବା ସମୟରେ ଇନର ମଣିପୁର ଲୋକସଭା ଆସନରେ ହିଂସାକାଣ୍ଡ ହୋଇଥିବାର ଖବର ମିଳିଛି ମଣିପୁରର ମୋଇରାଙ୍ଗ ବିଧାନସଭା ଆସନ ଅଧିନସ୍ଥ ଥାମାନପୋକପି ସ୍ଥିତ ଏକ ମତଦାନ କେନ୍ଦ୍ରରେ ଅଜଣା ଦୁର୍ବୃତ୍ତ ଗୁଳି ମାଡ଼ କରିଛନ୍ତି। ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଛି। ଗୁଳିମାଡ଼ ଘଟଣା ପରେ ସେହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ମଜବୁତ କରାଯାଇଛି।

7.Boat Capsize in Mahanadi Odisha: ଶୁକ୍ରବାର (ଅପ୍ରେଲ ୧୯) ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକ ସ୍ଥିତ ଶରଧା ଠାରେ ମହାନଦୀରେ ହୋଇଯାଇଛି ଏକ ନୌକା ଦୁର୍ଘଟଣା।  ଏଠାରେ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଛି। ଏହି ଘଟଣାରେ ୭ ଜଣ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ୪ ମହିଳା ଏବଂ ୩ ଶିଶୁ ରହିଥିବାର ଜଣାପଡ଼ିଛି। ଡଙ୍ଗାରେ ୪୫ ଜଣ ରହିଥିବାର କୁହାଯାଉଛି। 

8.Jharsuguda Boat Tragedy: ମହାନଦୀ ଡଙ୍ଗା ବୁଡ଼ିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ଘଟଣାରେ ପ୍ରାଣ ହରାଇଥିବା ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ଲାଗି ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହା ସହିତ ଉଦ୍ଧାର ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ସମନ୍ୱୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

9.Ratha Yatra 2024: ଚଳିତ ବର୍ଷ ଜୁଲାଇ ୭ ତାରିଖରେ ପାଳିତ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା ପାଇଁ ରଥ ଖଳା ଚଳଚଞ୍ଚଳ ହୋଇଥିବା ସମୟରେ ଏବେ ଶ୍ରୀକ୍ଷେତ୍ରରେ ପହଞ୍ଚିଛି ରଥ ଦଉଡି। ମୋଟ ୨୬ ରଥ ଦଉଡି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି। ବୀରପ୍ରତାପପୁର ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ରଥ ଦଉଡି଼ ପ୍ରସ୍ତୁତ କରାଯାଇଛି।

10. IPL Match Today 2024: ଅପ୍ରେଲ ୧୮ ତାରିଖ ଶୁକ୍ରବାର ଲକ୍ଷ୍ନୌ ଏକାନା କ୍ରିକେଟ ଷ୍ଟାଡିୟମ ଠାରେ ମୁହାଁମୁହିଁ ଲକ୍ଷ୍ନୌ ସୁପ ଜିଆଣ୍ଟସ୍ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ। ଆଜି ଖେଳାଯାଇଥିବା ୩୪ ତମ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଧାର୍ଯ୍ୟ ୨୦ ଓଭର ରେ ୬ ୱିକେଟ ହରାଇ ୧୭୬ ରନ୍ ସଂଗ୍ରହ କରିଛି। ୧୭୭ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଲକ୍ଷ୍ନୌ ୬ ଓଭର ଖେଳ ପର୍ଯ୍ୟନ୍ତ କୌଣସି ୱିକେଟ ହରାଇ ୫୪ ରନ୍ ସଂଗ୍ରହ କରିଛି।