Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2238424

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today

1. ଆସନ୍ତା ୩ରୁ ୪ ଦିନ ଓଡ଼ିଶାରେ ତାପମାତ୍ରା ଯନ୍ତ୍ରଣା ରହିବ ନାହିଁ। ବିଭନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା, ପବନ ବହିବାର ସମ୍ଭାବନା ରହିଛି। ଏଥିନେି ଆଞ୍ଚଳିକ ପାଣିପାଗ ବିଭଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା କାଲି ପାଇଁ ଆଭ୍ୟାନ୍ତରୀଣ ଓଡ଼ିଶା ବିଶେଷକରି ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱରଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର ଆଜି ଜିଲ୍ଲାରେ ସତର୍କତା ଜାରି କରାଯାଇଛି। ଏହିସବୁ ଜିଲ୍ଲାରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। 

2. ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍‍ ଦେଉଛି ଭାରତ। ୧୧ଟି ରାଜ୍ୟର ୯୩ଟି ଆସନ ଲାଗି ଏହି ମତଦାନ ଗ୍ରହଣ କରାଯାଉଛି। ଗୃହମନ୍ତ୍ରୀ ଅମିତ ଶାହ, ଶିବରାଜସିଂ ଚୌହାନ, ଦିଗବିଜୟ ସିଂହ, ଡିମ୍ପଲ ଯାଦବ, ପ୍ରହ୍ଲାଦ ଯୋଶୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ମନ୍‍ସୁଖ ମାଣ୍ଡଭୀୟଙ୍କ ଭଳି ଚର୍ଚ୍ଚିତ ମୁହଁ ଏହି ପର୍ଯ୍ୟାୟ ନର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ସକାଳ ୭ଟାରୁ ନିର୍ଦ୍ଧାରିତ ବିଧି ବ୍ୟବସ୍ଥା ଅନୁସାରେ ମତଦାନ ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳୁ ନିଜେ ମତଦାନ କରିବା ସହ ବିପୁଳ ଭୋଟ କରିବାକୁ ନିବେଦନ କରିଛନ୍ତି। ଅବରାହ୍ଣ ୧ଟା ସୁଦ୍ଧା ଦେଶରେ ୩୯.୯୨ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବାନିର୍ବାଚନ କମିଶନ ସୂତ୍ରରୁ ସୂଚନା ମିଳିଛି। ଛତିଶଗଡ଼ରେ ସର୍ବାଧିକ ୪୬.୧୬ ପ୍ରତିଶତ ଭୋଟ ହୋଇଥିବାବେଳେ ମହାରାଷ୍ଟ୍ରରେ ସର୍ବନିମ୍ନ ୩୧.୫୫ ପ୍ରତିଶତ ଭୋଟ ରେକର୍ଡ କରାଯାଇଛି। 

3. ବିଜେପି କ୍ଷମତାକୁ ଆସିଲେ ସାମ୍ବାଦିକଙ୍କ ଲାଗି ପେନ୍‍ସନ୍‍ ବ୍ୟବସ୍ଥା ଲାଗୁ କରିବ ବୋଲି କହିଛି। ଏହାସହ ଅଧିସ୍ବୀକୃତୀ ନିୟମରେ ପରିବର୍ତ୍ତନ, ବୋର୍ଡ ଗଠନ ଏବଂ ସରକାରୀ  ବିଭାଗରେ କାର୍ଯ୍ୟ ସମୀକ୍ଷା ଲାଗି ପର୍ଯ୍ୟାପ୍ତ ସୁଯୋଗ ବିଜେପି ଦେବ ବୋଲି ପ୍ରତିଶୃତି ଦେଇଛ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 

4. ବିଜେଡି ପକ୍ଷରୁ ଆଜି ବିଜେପିର ସଂକଳ୍ପ ପତ୍ରକୁ ସମାଲୋଚନା କରାଯାଇଛି।  ଏହା ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବା ଲାଗି ଉଦ୍ଦିଷ୍ଟ ବୋଲି କହିଛନ୍ତି ସାଂସଦ ତଥା ମୁଖପାତ୍ର ଡ. ସସ୍ମିତ ପାତ୍ର।  ବିଜେପିର ଇସ୍ତାହାରକୁ ମିଛ ବୋଲି କହି ଏକ ‘ମିଛ ମେନିଫେଷ୍ଟୋ’ ପୁସ୍ତକ ଉନ୍ମୋଚନ କରିଛନ୍ତି। ୨୦୧୪ ଓ ୨୦୧୯ ନିର୍ବାଚନ ବେଳେ ଦଳ ଦେଇଥିବା ପ୍ରତିଶୃତିକୁ ଉଲ୍ଳେଖ କରିଛନ୍ତି ଡ. ପାତ୍ର ଏବଂ ଆଇଟି ସେଲ୍‍ ମୁଖ୍ୟ ସ୍ୱୟଂ ପ୍ରକାଶ ମହାପାତ୍ର। 

5. ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ବା ତାଙ୍କର କାର୍ଯ୍ୟକ୍ରମ ସ୍ଥଳରେ କୌଣସି ମିଡିଆ ବା ଇଭେଣ୍ଟ କମ୍ପାନୀ ଡ୍ରୋନ୍‍ ଉଡ଼ାଇପାରିବେ ନାହିଁ। ସୁରକ୍ଷା ଦୃଷ୍ଟିକୋଣରୁ ଏହି ପ୍ରତିବନ୍ଧକ ଲଗାଇଛନ୍ତି ରାଜ୍ୟଗୁଇନ୍ଦା ନିର୍ଦ୍ଦେଶକ। ଏହାସହ ଏକ ବାର୍ତ୍ତା ଜରିଆରେ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଏନେଇ ସମସ୍ତ ଗଣମାଧ୍ୟମକୁ ଜଣାଇ ଦେବାକୁ ଉଲ୍ଳେଖ କରାଯାଇଛି। ଏସ୍‍ପି ଓ ଜିଲ୍ଲାପାଳଙ୍କୁ ମଧ୍ୟ ଏନେଇ ବିଜ୍ଞପ୍ତି ଜାରି କରିବାକୁ କୁହାଯାଇଛି।

6. ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଶ୍ୱଦେବ ସାଏ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ସଡ଼କ ଓ ପରିବହନମନ୍ତ୍ରୀ ନିତିନ ଗଡ଼କରି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓଡ଼ିଶା ଆସିବା। ଆସନ୍ତା ଦୁଇଦିନ ସେମାନଙ୍କ ଗସ୍ତ ରାଜ୍ୟର ରାଜନୀତିକୁ ସରଗରମ କରିବ ବୋଲି ସମ୍ଭାବନା ରହିଛି।  ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମୁହାଁ ହୋଇଥିବା କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ କଳାହାଣ୍ଡି ଗସ୍ତରେ ଏହି ନେତାମାନେ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି।  ସଡ଼କ ପରିବହନ ମନ୍ତ୍ରୀ ପୁରୀ ଜିଲ୍ଲା କୃଷ୍ଣପ୍ରସାଦଠାରେ ନିର୍ବାଚନୀ ସଭାକୁ ଉଦ୍‍ବୋଧନ ଦେବେ। ୧୦ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ ଭୁବନେଶ୍ୱରରେ ଶୋଭାଯାତ୍ରା ସ୍ଥିର କରାଯାଇଛି। 

7. ସାଂସଦ ତଥା ମଥୁରାରୁ ବିଜେପି ହୋଇଥିବା ପ୍ରଖ୍ୟାତ ଅଭିନେତ୍ରୀ ହେମା ମାଳିନୀ ଓଡ଼ିଶା ଆସିବେ। ଳରାଜ୍ୟର ବିଭିନ୍ନ ବିଜେପି ପ୍ରାର୍ଥୀଙ୍କ ଲାଗି ସେ ପ୍ରଚାର କରିବେ। ଏନେଇ ବିଜେପି ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି। ଯେଉଁ ୪୦ ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ କରାଯାଏ ସେଥିରେ ବିଜେପି ହେମାମାଳିନୀଙ୍କ ନାମକୁ ସାମିଲ୍‍ କରିଛି। ହେମାମାଳିନୀ ଲଢ଼ୁଥିବା ନିର୍ବାଚନ ମଣ୍ଡଳୀରେ ଭୋଟ୍‍ଗ୍ରହଣ ଶେଷ ହୋଇଛି।

8. ବିଜେଡିର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର  ଭି କାର୍ତ୍ତିକେୟ ପାଣ୍ଡିଆନ୍‍ ଆଜି ଗଞ୍ଜାମର ଶେରଗଡ଼ଠାରେ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ସୋମବାରଦିନ ସେ ଗୋପାଳପୁରଠାରେ ନିର୍ବାଚନ ରୋଡ ଶୋ’ କରିଥିଲେ। ଆଜି ଶେରଗଡ଼ର ଗୋଠ ଗାଁରେ ନିର୍ବାଚନ ସଭାକୁ ସମ୍ବୋଧନ କରିବା ସହ ବିଗତ ବର୍ଷଗୁଡ଼ିକରେ ଦେଇଥିବା ପ୍ରତିଶୃତି କେତେ କାର୍ଯ୍ୟରେ ପରିଣତ ହୋଇଛି ତାହାର ହିସାବ ରଖିଥିଲେ। ଏହାପରେ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ସେ ପ୍ରଚାର ସଭାରେ ଯୋଗ ଦେଇ ବିଜେପିର ଡବଲଇଞ୍ଜିନ ସ୍ଲୋଗାନ ଏବଂ ପ୍ରତିଶୃତିକୁ ସମାଲୋଚନା କରିଥିଲେ। 

9. ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ୩୨ କୋଟି ଟଙ୍କାର ହିସାବ ବିହୀନ କୋଟି ଟଙ୍କା ଜବତ ହେବା ପରେ ଝାଡ଼ଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ (ପିଏସ୍‍) ସଞ୍ଜୀବ ଲାଲ୍‍ ଏବଂ ତାଙ୍କ ଗୃହ ସାହାୟକଙ୍କୁ ଗିରଫ କରାଯାଇଛି। ବେଆଇନ ଅର୍ଥ କାରବାର ମାମଲାରେ  ସେମାବାରଦିନ ଏକାଧିକ ସ୍ଥାନରେ ଚଢ଼ଉ କରି ଇଡି ଏହି ଅର୍ଥ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଥିଲେ। ସାରା ରାତି ପଚରା ଉଚୁରା ପରେ ସକାଳେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। 

10. ଦେଶର ସପ୍ତମ ପର୍ଯ୍ୟାୟ  ତଥା ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଆଧାରରେ ସବୁଦାୟ ୬୭ ଲୋକସଭା ଆସନ ଲାଗି ଜୁନ୍‍ ୧ ତାରିଖରେ ଭୋଟ ଗ୍ରହଣ ହେବ। ସେହିପରି ବିହାର ଏବଂ ଉତ୍ତର ପ୍ରଦେଶର ୧୭ ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଉପ ନିର୍ବାଚନ ହେବ। ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ରାଜ୍ୟର ୬ ଲୋକସଭା ଆସନ ଏବଂ ତତ୍‍ ସଂଲଗ୍ନ ୪୨ ବିଧାନସଭା ଆସନ ଲାଗି ଭୋଟଗ୍ରହଣ ହେବ। ସାଧାରଣତଃ ଭୋଟ ଗ୍ରହଣର ସମୟ ସକାଳ ୭ଟା ରହିବ ବୋଲି । ସମ୍ବେଦନଶୀଳ ବୁଥଗୁଡ଼ିକରେ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ ରହିଛି।

Also Read- ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ

Also Read- ପ୍ରଧାନମନ୍ତ୍ରୀଙ୍କ ଗସ୍ତବେଳେ ଡ୍ରୋନ ମନା