Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2236837

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

ଚୁଟକୀରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର

 

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

HL1-Modi in odisha: ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ବିଜେପି ପାଇଁ ପ୍ରଚାର କରିଛନ୍ତି ମୋଦି । ନବରଙ୍ଗପୁରରେ ଓଡ଼ିଆରେ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ । ନବରଙ୍ଗପୁରର ଅଧିଷ୍ଠାତ୍ରୀଙ୍କ ଆଶୀର୍ବାଦ ନେଇ ଆପଣଙ୍କ କଷ୍ଟ ବୃଥା ଯିବନି କହିଲେ ପ୍ରଧାନମନ୍ତ୍ରୀ। ମଞ୍ଚରେ ବିଜେପି ସମର୍ଥିତ ସବୁ ଏମଏଲଏ ଓ ଏମପି ପ୍ରାର୍ଥୀଙ୍କ ହାତ ଧରି ସାହାସ ଦେଲେ ମୋଦି। ଏହାପରେ ମଞ୍ଚରୁ ବିଜେଡିକୁ ଟାର୍ଗେଟ କରି କହିଥିଲେ ଯେ, 'ଚଳିତ ଥର ବିଜେଡି ଯିବ ବିଜେପି ଆସିବ । ଓଡ଼ିଶାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ଚାଲିବ। ଓଡ଼ିଶାକୁ ବିଜେପିର ପ୍ରଥମ ମୁଖମନ୍ତ୍ରୀ ମିଳିବ । କେହି ବାହାର ଲୋକ ନୁହେଁ ଓଡ଼ିଶା ମାର ପୁଅ କି ଝିଅ ହିଁ ମୁଖ୍ୟମନ୍ତ୍ରୀ ହେବ । ଯିଏ ଏଠାକାର ସମସ୍ୟା ଜାଣିଥିବ ଯିଏ ସମସ୍ୟା ସମାଧାନ କରିବ । ଯିଏ ରାଜ୍ୟର ପରମ୍ପରା ଓ ସଂସ୍କୃତି ଜାଣିଥିବ, ଯିଏ ଲୋକଙ୍କୁ ବୁଝୁଥିବ ଭାଜପା ତାକୁ ହିଁ ସରକାର ଚୌକିର ବସାଇବ ବୋଲି କହିଛନ୍ତି ମୋଦି'। 

HL2-PM Modi Target To Bjd: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।  ଓଡ଼ିଶା ଓ ଦିଲ୍ଲୀରେ ଡବଲ ଇଞ୍ଜିନ ସରକାର ଆସିଲେ ଓଡ଼ିଶାରେ ପ୍ରଗତି ଆସିବ । ଲୋକସଭାର ୨୧ଟି ସିଟ୍ ରେ ପଦ୍ମ ଫୁଟିବ ବୋଲି ମୋଦି କହିଛନ୍ତି । ସେହିପରି ବିଧାନସଭାରେ ଭାଜପା ବା ବିଜେପି କୁ ବମ୍ପର ଜିତ୍ ମିଳିବ ବୋଲି ମୋଦି କହିଛନ୍ତି। କାରଣ ବିଜେପି ସରକାର ଆସିଲେ ଓଡ଼ିଶାକୁ ପ୍ରଗତିପଥରୁ କେହି ହଟାଇପାରିବେନି। ଏହାସହ ଜୁନ୍ ୪ ହେଉଛି ବିଜେଡି ସରକାରର ଏକ୍ସପାଏରୀ ଡେଟ୍ । ଏହା ଆପଣ ଲେଖିରଖନ୍ତୁ ବୋଲି ନବରଙ୍ଗପୁର ବାସୀଙ୍କୁ ଜୋର୍ ଦେଇ କହିଥିଲେ ମୋଦି । ୧୦ ଜୁନ୍ ରେ ଭାଜପା ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ଡେଟ୍ ବୋଲି କହିଲେ ମୋଦି । ତେବେ ଆଜି ମୁଁ ନିମନ୍ତ୍ରଣ ଦେବାକୁ ଆସିଛି ବୋଲି ମୋଦି ନିଜ ଅଭିଭାଷଣରେ କହିଛନ୍ତି । 

HL3- CM Naveen Patnaik Visit Kalahandi: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି। ଆଜି ଭବାନୀପାଟଣାରେ ନିର୍ବାଚନ ସଭାକୁ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳର ସଭାପତି ଭାବେ ସେ ବିରୋଧୀ ଦଳକୁ ସମାନ ଦୁଇଟି ଶବ୍ଦରେ ସମାଲୋଚନା କରିଛନ୍ତି। କୋରାପୁଟ ଗସ୍ତ ସମୟରେ  ଯାହା କହିଥିଲେ ତାହାର ପୁନରାବୃତ୍ତି କରିଛନ୍ତି। ସେ କହିଛନ୍ତି ‘ ବିରୋଧୀ ଦଳ ମିଛ କଥା କହୁଛନ୍ତି। କୁମ୍ଭୀର କାନ୍ଦଣା କରୁଛନ୍ତି’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସଂକ୍ଷିପ୍ତ ଭାଷଣରେ ଭବାନୀ ପାଟଣା ବିଧାୟକ ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କହିଛନ୍ତି କିନ୍ତୁ ତାଙ୍କ ନାଁ କହିପାରି ନାହାନ୍ତି। 

HL4-Bus Accident: ଅଶୁଭ ସୋମବାର। ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ବସ୍। ସୋନପୁର–ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ଖମ୍ବଶିରିପାଲି ନିକଟରେ ଘଟିଛି ଦୁର୍ଘଟଣା। ଭୁବନେଶ୍ୱରରୁ ପାଟଣାଗଡ ଯାଉଥିଲା ଘରୋଇ ବସ୍ । ଏଥିରେ ୨ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି ପୋଲିସ୍। 

HL5-ICSE Result: ନୂଆଦିଲ୍ଲୀ: ଭାରତୀୟ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପରିଷଦ (CISCE) ଦଶମ (ICSE) ଏବଂ ଦ୍ୱାଦଶ (ISC) ବୋର୍ଡ ଫଳାଫଳ ୨୦୨୪ ଘୋଷଣା କରିଛି। ପରୀକ୍ଷାରେ ଉପସ୍ଥିତ ଛାତ୍ରମାନେ https://cisce.org/ କିମ୍ବା results.cisce.org ଭିଜିଟ କରି ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ଏଥିପାଇଁ ସେମାନଙ୍କୁ UID ଏବଂ ଇଣ୍ଡେକ୍ସ ନମ୍ବର ଦେବାକୁ ହେବ। ଏହି ପରୀକ୍ଷାରେ ୯୯.୪ ପ୍ରତିଶତ (୨,୪୨,୩୨୮) ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ପାସ୍ କରିଛନ୍ତି। ତେଣୁ, ମୋଟ ୯୮.୧୯ ପ୍ରତିଶତ ପୁଅ (୯୮.୦୮୮) ଛାତ୍ର ISC ଦ୍ୱାଦଶରେ ପାସ୍ କରିଛନ୍ତି।

HL6-ED Raid: ଚଳିତ ଲୋକସଭା ନିର୍ବାଚନ ୨୦୨୪ର ମଧ୍ୟରେ ଏକ ଝାଡ଼ଖଣ୍ଡରେ ଜଣେ ମନ୍ତ୍ରୀଙ୍କ ଘରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି। ଆଜି ଝାଡଖଣ୍ଡରେ ହୋଇଥିବା ଆକ୍ରମଣରେ ଇଡି ଟିମ୍ କୋଟି କୋଟି ଟଙ୍କା ଜବତ କରିଛି। ଇଡି ଟିମ ଆଜି ସକାଳେ ରାଜ୍ୟ ମନ୍ତ୍ରୀ ଆଲାମଗିର ଆଲାମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ଘରେ ଚଢାଉ କରିଥିଲେ।ଇଡ଼ି ସୂଚନା ଅନୁଯାୟୀ, ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ଇଡି ଅଧିକାରୀମାନେ ସଞ୍ଜୀବ ଲାଲଙ୍କ ଘରେ ଚଢାଉ କରିଥିଲେ। ରିପୋର୍ଟ ଲେଖାଯିବା ସୁଦ୍ଧା ପ୍ରାୟ ୩୦ କୋଟି ଟଙ୍କା ନଗଦ ଜବତ କରାଯାଇଛି। ଏହାକୁ କଳା ଟଙ୍କା ବୋଲି ବିଚାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଚଢାଉ ଜାରି ରହିଛି। ଇଡି ଅଧିକାରୀ ସଞ୍ଜୀବ ଲାଲଙ୍କ ସେବକଙ୍କୁ ପଚରାଉଚରା କରୁଛନ୍ତି। ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ବ୍ୟକ୍ତିଗତ ଦଲିଲକୁ ମଧ୍ୟ ଯାଞ୍ଚ କରୁଛି ଇଡ଼ି। 

HL7-Puri News: ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି ପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଶ୍ରୀମନ୍ଦିର ନୀତି ଓ ପରମ୍ପରା ମୁତାବକ ଏହି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନଧୂପ ପରେ ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦଇତାପତି ଗର୍ଭଗୃହକୁ ପ୍ରବେଶ କରି ଏହି ଗୁପ୍ତନୀତିକୁ ନିଷ୍ଠାର ସହ ସମ୍ପନ୍ନ କରିବେ। ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ବାସୁଙ୍ଗା ପାଟରେ ପ୍ରସ୍ତୁତ ପଇତା। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସଂଧ୍ୟା ୬ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ। ଶ୍ରୀଅଙ୍ଗକୁ ସୁରକ୍ଷିତ ରଖିବା ପାଇଁ ପଇତା ଲାଗି କରାଯାଇଥାଏ। ଦ୍ୱିତୀୟ ଭୋଗମଣ୍ଡପ ପରେ ଏହି ଗୁପ୍ତସେବା କରାଯିବ। ଏହା ଏକ ଗୁପ୍ତ ନିତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ ରହିବ।

HL8-Actor Death: ଭାରତୀୟ ସିନେ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଭାରତୀୟ ସିନେମା ଆଉ ଏକ ସିତାରା ହରାଇଛି। ହୃଦଘାତ ଯୋଗୁଁ ଜଣେ ପ୍ରସିଦ୍ଧ ଅଭିନେତାଙ୍କର ମୃତ୍ୟୁ ହୋଇଛି। ଅଭିନେତାଙ୍କ ଦେହାନ୍ତରେ ତାଙ୍କ ପ୍ରଶଂସକମାନେ ଅତ୍ୟନ୍ତ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି। ପ୍ରସିଦ୍ଧ ମରାଠୀ ଅଭିନେତା କ୍ଷିତୀଜ ଜାରାପକର ସବୁଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇଛନ୍ତି। କେବଳ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ନୁହେଁ ବରଂ ଭାରତୀୟ ସିନେମା ପାଇଁ ମଧ୍ୟ କ୍ଷିତଜ ଜାରପକରଙ୍କ ଦେହାନ୍ତ ଏକ ବଡ କ୍ଷତି। ସୂଚନା ଅନୁସାରେ କ୍ଷିତିଜ ୫ ମେ ଅର୍ଥାତ୍ ଗତ ରବିବାର ଦିନ ହୃଦଘାତରେ ପ୍ରାଣ ହରାଇଛନ୍ତି। କେବଳ ଏତିକି ନୁହେଁ ସେ ଅନେକ ଦିନ ହେବ କର୍କଟ ରୋଗରେ ପୀଡ଼ିତ ଥିବା ମଧ୍ୟ ଜଣାପଡ଼ିଛି।

 HL9-Accident News: ଆଜି ମଧ୍ୟପ୍ରଦେଶର ଜବଲପୁରରେ ଏକ ଟ୍ରାକ୍ଟରରେ ଓଲଟି ପଡ଼ିବା କାରଣରୁ ୫ ଜଣ ପିଲାଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଶିଶୁ ଗୁରୁତର ଆହତ ହୋଇଛନ୍ତି। ଟ୍ରାକ୍ଟର ଦୃତ ବେଗରେ ଆସୁଥିବା ବେଳେ ନିୟନ୍ତ୍ରଣ ହରାଇ ରାସ୍ତା ମଝିରେ ଓଲଟି ପଡିବା କାରଣରୁ ଏହି ଦୁର୍ଘଟଣା ଘଟିଛି। ଗୁରୁତର ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଚରଗୱାଂ ପୋଲିସ ଷ୍ଟେସନ ଅନ୍ତର୍ଗତ ତିନେଟା ଗ୍ରାମରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପିଲାମାନେ ଟିନେଟା ଦେଓରି ଗାଁର ବାସିନ୍ଦା। ପୋଲିସ ମୃତଦେହକୁ ନିଜ ହାତରେ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହି ଦୁର୍ଘଟଣାରେ ଟ୍ରାକ୍ଟର ଚଳାଉଥିବା ଧର୍ମେନ୍ଦ୍ରଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଜିଲ୍ଲା ପ୍ରଶାସନ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ଏବଂ ଆହତମାନଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛି। 

HL10-IPL 2024: ଚାଲିଛି ଆଇପିଏଲ୍ ମହାସମର। ଆଜି ଆଇପିଏଲ୍ ମ୍ୟାଚରେ ମୁମ୍ବାଇ ଇଣ୍ତିଆନ୍ସ ଓ ସନରାଇଜରର୍ସ ହାଇଦ୍ରାବାଦ (unrisers Hyderabad) ମୁହାଁମୁହିଁ ହେବେ। ରାତି ୭ଟା ୩୦ ରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ।