World Cancer Day 2024: ଆଜି ବିଶ୍ୱ କର୍କଟ ଦିବସ, ରାଜ୍ୟରେ ଚିନ୍ତା ବଢାଇଛି ଶିଶୁଙ୍କ କର୍କଟ
Advertisement
Article Detail0/zeeodisha/odisha2093457

World Cancer Day 2024: ଆଜି ବିଶ୍ୱ କର୍କଟ ଦିବସ, ରାଜ୍ୟରେ ଚିନ୍ତା ବଢାଇଛି ଶିଶୁଙ୍କ କର୍କଟ

World Cancer Day 2024: ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ । ବିଶ୍ବରେ ପ୍ରତିବର୍ଷ ପ୍ରାୟ ୮୦ ଲକ୍ଷରୁ ଅଧିକ ଲୋକ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି । ଏହାର ଭୟାବହତା ପ୍ରତି ଲୋକଙ୍କୁ ସଚେତନ କରାଇବା ସହ ଚିକିତ୍ସା ଓ ନିରାକରଣ ଉଦ୍ଦେଶ୍ୟରେ ଆଜିର ଦିନକୁ ବିଶ୍ବ କର୍କଟ ସଚେତନତା ଦିବସ ଭାବେ ପାଳନ କରାଯାଏ । 

ସୌଜନ୍ୟ-ସୋସିଆଲ ମିଡିଆ

World Cancer Day 2024: ଆଜି ବିଶ୍ୱ କର୍କଟ ଦିବସ । ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ । ବିଶ୍ବରେ ପ୍ରତିବର୍ଷ ପ୍ରାୟ ୮୦ ଲକ୍ଷରୁ ଅଧିକ ଲୋକ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି । ଏହାର ଭୟାବହତା ପ୍ରତି ଲୋକଙ୍କୁ ସଚେତନ କରାଇବା ସହ ଚିକିତ୍ସା ଓ ନିରାକରଣ ଉଦ୍ଦେଶ୍ୟରେ ଆଜିର ଦିନକୁ ବିଶ୍ବ କର୍କଟ ସଚେତନତା ଦିବସ ଭାବେ ପାଳନ କରାଯାଏ । କର୍କଟ ଜନିତ ମୃତ୍ୟୁ ଓ ପୀଡ଼ିତଙ୍କ ସଂଖ୍ୟା ହ୍ରାସ କରିବା ଏହି ଦିବସର ମୂଳ ଲକ୍ଷ୍ୟ ଅଟେ ।

ଚଳିତ ବର୍ଷ କନ୍ୟାସର ଡ଼େ’ର ବାର୍ତ୍ତା ରହିଛି ‘ଆଇ ଆମ ଆଣ୍ତ ଆଇ ଉଇଲ୍’ । ଏହି ମାରାତ୍ମକ ରୋଗ ସହ ଲଢିବା ପାଇଁ  ବିଭିନ୍ନ ସ୍ଥାନରେ ସେମିନାର, କ୍ୟାମ୍ପେନ୍ ଓ ପ୍ରଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନା କରାଯାଉଛି । ବର୍ତ୍ତମାନ ଶିଶୁଙ୍କ କର୍କଟରେ ଜାତୀୟ ହାର ହାରାହାରି ୫ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ଏହା ଅଧିକ ରହିଛି । ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ କନ୍ୟାସର ତଥ୍ୟ ଅନୁଯାୟୀ, ୨୦୧୩ରୁ ୨୦୨୦ ମଧ୍ଯରେ ପଞ୍ଜୀକୃତ କର୍କଟ ରୋଗୀଙ୍କ ମଧ୍ଯରୁ ଶିଶୁଙ୍କ ସଂଖ୍ୟା ୨ ପ୍ରତିଶତ ରହିଥିଲା । ସେହିପରି ସର୍ବଭାରତୀୟ ସ୍ତରରେ ପ୍ରତିବର୍ଷ ୫୦ରୁ ୬୦ ହଜାର ଶିଶୁ କର୍କଟରେ ଆକ୍ରାନ୍ତ ହେଉଛନ୍ତି । ଶିଶୁଙ୍କଠାର ରକ୍ତ କର୍କଟ ଅଧିକ ମାତ୍ରାରେ ଦେଖାଯାଉଛି । ସେହିପରି ଜରାୟୁ କର୍କଟ କ୍ଷେତ୍ରରେ ରାଜ୍ୟରେ ପ୍ରତିବର୍ଷ ୫ ହଜାରରୁ ୧୦ ହଜାର ଆକ୍ରାନ୍ତ ହେଉଛନ୍ତି । ଅନ୍ୟପଟେ ମୋଟ କ୍ୟାନସରର ୬୦ ଭାଗ କେବଳ ମୁଖ ଗହ୍ବର ରୋଗୀ ଅଛନ୍ତି ।

ପ୍ରକାଶ ଥାଉ କି,  କର୍କଟ ରୋଗର ଚିକିତ୍ସା ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ୧୧ଟି କ୍ୟାନସର କେୟାର ୱିଙ୍ଗ ସ୍ଥାପନ ନେଇ ପଦକ୍ଷେପ ନେଇଛନ୍ତି । ଏମିତି କି ଏନେଇ ମେଡ଼ିକାଲ କଲେଜଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ମାଗଣାରେ କେମୋଥେରାପି ଦିଆଯାଉଛି ।

Also Read- Train Service: ପୁରୀ-ସୋନପୁର ସାପ୍ତାହିକ ଏକ୍ସପ୍ରେସ୍ ଆରମ୍ଭ, ଏହି ସବୁ ରୁଟରେ ମିଳିବ ସେବା

ALSO READ: Puri News: ଆଜି ଶ୍ରୀମନ୍ଦିରରେ ମାଗଣାରେ କାନିକା -ଖେଚୁଡି଼ ଖାଇବେ ଭକ୍ତ , ତିନି ଦ୍ବାରରେ ମିଳିବ ଏହି ମହାପ୍ରସାଦ