ଘସିପୁରାରୁ ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ସୌମ୍ୟରଞ୍ଜନ ପଟ୍ଟନାୟକ
Advertisement
Article Detail0/zeeodisha/odisha2237267

ଘସିପୁରାରୁ ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ଘସିପୁରା ଆସନରୁ ନିର୍ବାଚନ ଲଢିବା ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । କୌଣସି ଦଳରୁ ଟିକେଟ ନପାଇ ଆଜି ସ୍ୱାଧିନ ଭାବେ ଲଢିବାକୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପ୍ରାର୍ଥୀପତ୍ର ଦାଖଲ ଶୋଭାଯାତ୍ରା ପୂର୍ବରୁ ଘଟଗାଁ ମାଆ ତାରିଣୀ ପୀଠରେ ପୂଜା କରିଥିଲେ ସୌମ୍ୟ ।

ଘସିପୁରାରୁ ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ସୌମ୍ୟରଞ୍ଜନ ପଟ୍ଟନାୟକ

କେନ୍ଦୁଝର: ଘସିପୁରା ଆସନରୁ ନିର୍ବାଚନ ଲଢିବା ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । କୌଣସି ଦଳରୁ ଟିକେଟ ନପାଇ ଆଜି ସ୍ୱାଧିନ ଭାବେ ଲଢିବାକୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପ୍ରାର୍ଥୀପତ୍ର ଦାଖଲ ଶୋଭାଯାତ୍ରା ପୂର୍ବରୁ ଘଟଗାଁ ମାଆ ତାରିଣୀ ପୀଠରେ ପୂଜା କରିଥିଲେ ସୌମ୍ୟ ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୌମ୍ୟ କହିଥିଲେ ଯେ, ଘସିପୁରା ନିର୍ବାଚନମଣ୍ଡଳୀର ଜନସାଧାରଣ ଅତ୍ୟାଚାରିତ ହେଉଛନ୍ତି । ପୂର୍ବରୁ ମତେ ଏଠାକାର ବାସିନ୍ଦା ଅନୁରୋଧ କରିଥିଲେ ନିର୍ବାଚନ ଲଢିବା ପାଇଁ । ମୋ ମନରେ ଉତ୍ସାହ ଭରିବା କାରଣରୁ ମୁଁ ଏଠାରୁ ସ୍ୱାଧିନ ଭାବେ ନିର୍ବାଚନ ଲଢିବି । ଲୋକଙ୍କ ଉତ୍ସାହ ଦେଖି ମତେ ଖୁସି ଲାଗୁଛି । ପୂର୍ବରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଟିକେଟ ଦେବେ ବୋଲି କହିଥିଲେ । କିନ୍ତୁ ପରବର୍ତ୍ତି ସମୟରେ  ଡ. ଶମ୍ଭୁନାଥ ରାଉତଙ୍କୁ ବିଜେପି ଟିକେଟ ଦେଇଥିଲା । ମତେ ସ୍ୱାଧିନଭାବେ ଲଢିବା ପାଇଁ ଲୋକମାନେ ପରାମର୍ଶ ଦେଇଥିଲେ ବୋଲି ସୌମ୍ୟ କହିଛନ୍ତି ।

Also Read- ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

Also Read- କୁଆପଥର ବର୍ଷା ସହ ବଜ୍ରପାତ, ଜଳିଗଲେ ୨୨ ଛେଳି