Road Accident: କେନ୍ଦୁଝରରେ ଓଲଟିଲା ପିଆଜ ବୋଝେଇ ଟ୍ରକ୍, ଡ୍ରାଇଭରଙ୍କ ସ୍ତ୍ରୀ ସମେତ ୨ ଶିଶୁ...
Advertisement
Article Detail0/zeeodisha/odisha2237981

Road Accident: କେନ୍ଦୁଝରରେ ଓଲଟିଲା ପିଆଜ ବୋଝେଇ ଟ୍ରକ୍, ଡ୍ରାଇଭରଙ୍କ ସ୍ତ୍ରୀ ସମେତ ୨ ଶିଶୁ...

Road Accident: ଟଳିଲା ବଡ଼ ଅଘଟଣ। ଦୁର୍ଘଟଣାରୁ  ଅଳ୍ପକେ ବର୍ତ୍ତିଗଲା ତିନି ଜୀବନ।  ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ପିଆଜ ବୋଝେଇ ଟ୍ରକ। ଫଳରେ ଟ୍ରକ୍ ଡ୍ରାଇଭରଙ୍କ ସ୍ତ୍ରୀ ସମେତ ୨ ଶିଶୁ...

 

 

Road Accident: କେନ୍ଦୁଝରରେ ଓଲଟିଲା ପିଆଜ ବୋଝେଇ ଟ୍ରକ୍, ଡ୍ରାଇଭରଙ୍କ ସ୍ତ୍ରୀ ସମେତ ୨ ଶିଶୁ...

Road Accident: ଟଳିଲା ବଡ଼ ଅଘଟଣ। ଦୁର୍ଘଟଣାରୁ  ଅଳ୍ପକେ ବର୍ତ୍ତିଗଲା ତିନି ଜୀବନ।  ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ପିଆଜ ବୋଝେଇ ଟ୍ରକ। ଫଳରେ ଟ୍ରକ୍ ଡ୍ରାଇଭରଙ୍କ ସ୍ତ୍ରୀ ସମେତ ୨ ଶିଶୁ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ୍  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି।  କେନ୍ଦୁଝର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଏ-ହି ଦୁର୍ଘଟଣା ଘଟିଛି। 

ALSO READ: Bus Accident: ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ଯାତ୍ରୀବାହୀ ବସ୍, ସମସ୍ତ ଯାତ୍ରୀ...

ସୂଚନା ଅନୁସାରେ, ଆଜି ସକାଳେ  କେନ୍ଦୁଝର ୪୯ ନମ୍ବର ଜାତୀୟ, ନାଶିକ୍ ରୁ ପିଆଜ ନେଇ ଏକ ଟ୍ରକ୍ ଟାଟା ଅଭିମୁଖେ ଯାତ୍ରା କରୁଥିଲା।   କିନ୍ତୁ ଟ୍ରକଟି ଜୁଡିଆ ଘାଟିରେ ପହଞ୍ଚିବା ସମୟରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ଟ୍ରକଟି ଓଲଟି ପଡିବା ସମୟରେ ଜାତୀୟ ରାଜପଥର ଅପରପାର୍ଶ୍ଵରେ ଯାଉଥିବା ଆଉ ଏକ ଟ୍ରକ ସାମନାରେ ପିଆଜ ବସ୍ତା ସବୁ ଗଦା ହୋଇପଡିଥିଲା।  ଫଳରେ ଟ୍ରକଟି ଆଗକୁ ଯାଇ ନ ପାରି ସେଠାରେ ଅଟକି ରହିଛି । ଏହି ଦୁର୍ଘଟଣାରେ ଟ୍ରକରେ ଥିବା ଡ୍ରାଇଭରଙ୍କ ସ୍ତ୍ରୀ ଓ ଦୁଇ ଶିଶୁ ଆହତ ହୋଇଛନ୍ତି। ତିନି ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।