Train Service: ଏହି ଦିନ ଗଡ଼ିବ ପାରାଦ୍ବୀପ- କେନ୍ଦଝରଗଡ଼ ଯାତ୍ରାବାହୀ ଟ୍ରେନ୍, ଦେଖି ନିଅନ୍ତୁ ରୁଟ୍
Advertisement
Article Detail0/zeeodisha/odisha2144647

Train Service: ଏହି ଦିନ ଗଡ଼ିବ ପାରାଦ୍ବୀପ- କେନ୍ଦଝରଗଡ଼ ଯାତ୍ରାବାହୀ ଟ୍ରେନ୍, ଦେଖି ନିଅନ୍ତୁ ରୁଟ୍

Paradeep Kendujhargarh Passenger Train: ହରିଦାସପୁର- ପାରାଦ୍ବୀପ ରେଳ ଲାଇନ ଓ କେନ୍ଦଝରଗଡ଼ ମାର୍ଗ ଦେଇ ପୁରୀରୁ ନୂଆଦିଲ୍ଲୀ ଅଭିମୁଖେ ପାସେଞ୍ଜର ପରିବହନ କ୍ଷେତ୍ରରେ ଏକ୍ସପ୍ରେସ ସେବା ପ୍ରତିଶ୍ରୁତି ପୂରଣ ହୋଇଛି । ଏନେଇ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରଦୀପ-କେନ୍ଦୁଝରଗଡ଼ ଓ ପୁରୀ- ଆନନ୍ଦ ବିହାର ଏକ୍ସପ୍ରେସ ଭାୟା କେନ୍ଦୁଝରଗଡ଼ ଟ୍ରେନର ଶୁଭାରମ୍ଭ କରିଛନ୍ତି ।

Train Service: ଏହି ଦିନ ଗଡ଼ିବ ପାରାଦ୍ବୀପ- କେନ୍ଦଝରଗଡ଼ ଯାତ୍ରାବାହୀ ଟ୍ରେନ୍, ଦେଖି ନିଅନ୍ତୁ ରୁଟ୍

Paradeep Kendujhargarh Passenger MEMU Train: ହରିଦାସପୁର- ପାରାଦ୍ବୀପ ରେଳ ଲାଇନ ଓ କେନ୍ଦଝରଗଡ଼ ମାର୍ଗ ଦେଇ ପୁରୀରୁ ନୂଆଦିଲ୍ଲୀ ଅଭିମୁଖେ ପାସେଞ୍ଜର ପରିବହନ କ୍ଷେତ୍ରରେ ଏକ୍ସପ୍ରେସ ସେବା ପ୍ରତିଶ୍ରୁତି ପୂରଣ ହୋଇଛି । ଏନେଇ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରଦୀପ-କେନ୍ଦୁଝରଗଡ଼ ଓ ପୁରୀ- ଆନନ୍ଦ ବିହାର ଏକ୍ସପ୍ରେସ ଭାୟା କେନ୍ଦୁଝରଗଡ଼ ଟ୍ରେନର ଶୁଭାରମ୍ଭ କରିଛନ୍ତି ।

ଖବର ଅନୁଯାୟୀ, ପାରାଦ୍ବୀପ- କେନ୍ଦୁଝରଗଡ଼ ପାସେଞ୍ଜେର ଟ୍ରେନର ନିୟମିତ ସେବା ଉଭୟ ଦିଗରୁ ଆସନ୍ତା ୮ ତାରିଖ ଦିନ ଆରମ୍ଭ ହେବ । ସେହିପରି କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ-ଆନନ୍ଦ ବିହାର-ପୁରୀ ଏକ୍ସପ୍ରେସ ପୁରୀଠାରୁ ୯ରୁ କାର୍ଯ୍ୟକାରୀ ହେବ । ୦୮୪୦୬/ ୦୮୪୦୫ ପାରାଦୀପ- କେନ୍ଦୁଝରଗଡ଼- ପାରାଦ୍ବୀପ ମେମୁ ପାସେଞ୍ଜର ସ୍ପେଶାଲ ପାରାଦୀପଠାରୁ ଭୋର ୫ଟା ୩୦ ମିନିଟ୍ ରେ ଛାଡ଼ି କେନ୍ଦୁଝରଗଡ଼ରେ ୧୧ଟା ୨୫ ମିନିଟ୍ ରେ ପହଁଞ୍ଚିବ । ଫେରିବା ବାଟରେ ଏହି ପାସେଞ୍ଜର ଟ୍ରେନ୍ କେନ୍ଦୁଝରଗଡ଼ଠାରୁ ଅପରାହ୍ନ ୪ଟା ୩୦ରେ ଛାଡ଼ି ପାରାଦୀପରେ ରାତି ୯ଟା ୩୦ ମିନିଟ୍ ରେ ପହଁଞ୍ଚିବ । ଏହି ଟ୍ରେନ୍ ପାରାଦୀପ ଓ କେନ୍ଦୁଝରଗଡ଼ ମଧ୍ଯରେ ସିଜୁ, ନୂଆଗାଓଁ, କଳାଘର, ମାର୍ଶାଘାଇ ରୋଡ଼, କେନ୍ଦ୍ରପଡ଼ା, ବାଜିପଡ଼ା, ଲଲିତଗିରି, ଉଦୟଗିରି ରତ୍ନଗିରି ରୋଡ଼, ଚଣ୍ତିଖୋଲ, ହରିଦାସପୁର, ନୂଆଗଡ଼ ମଧୁପୁର, ଜେନାପୁର, ବ୍ରାହ୍ମଣୀ ପିଏଚ୍, ଯଖପୁରା, ଯାଜପୁର କେନ୍ଦୁଝର ରୋଡ଼, ବାଘୁଆପାଲ, ଟମକା, ନୀଳକଣ୍ଠେଶ୍ବର, ସୀତୀବିଞ୍ଜ, ବସନ୍ତପୁର ଓ ନରଣପୁର ଷ୍ଟେସନରେ ଉଭୟ ପାର୍ଶ୍ବରୁ ରହଣି କରିବ ।

ଅନ୍ୟପଟେ କେନ୍ଦୁଝରଗଡ଼ ମାର୍ଗ ଦେଇ ୧୮୪୨୭/୧୮୪୨୮  ପୁରୀ- ଆନନ୍ଦ ବିହାର-ପୁରୀ ଏକ୍ସପ୍ରେସ ପୁରୀରୁ ପ୍ରତି ଶନିବାର ଭୋର ୪ଟା ୧୫ରେ ଛାଡ଼ି ରବିବାର ଅପରାହ୍ନ ୧ଟା ୧୦ ମିନିଟ୍ ଆନନ୍ଦ ବିହାରରେ ପହଁଞ୍ଚିବ । ଫେରିବା ମାର୍ଗରେ ଏହି ଟ୍ରେନ୍ ଆନନ୍ଦ ବିହାରରୁ ପ୍ରତି ରବିବାର ଅପରାହ୍ନ ୫ଟା ୨୦ ମିନିଟ୍ ସୋମବାର ରାତି ୧୧ଟା ୫୫ରେ ପୁରୀରେ ପହଞ୍ଚିବ ।

Also Read- Weather Upadate: ଟାଣ ଖରାରେ କଲବଲ ରାଜ୍ୟବାସୀ, ଏହି ଦିନଠାରୁ ବଦଳିବ ପାଗ

ପ୍ରକାଶ ଥାଉ କି, ଗତ ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତରେ ଆସି ପାରାଦୀପ ହରିଦାସପୁର ରେଳପଥରେ ମେମୁ ଟ୍ରେନ୍ କୁ ଉଦ୍ଦଘାଟନ କରିଛନ୍ତି । ଏହି ଟ୍ରେନ୍ ଚଳାଚଳ ଫଳରେ ଯାତ୍ରୀ ପରିବହନ ସହ ମାଆ ତାରିଣୀଙ୍କ ପୀଠରୁ ତୁଳସୀ କ୍ଷେତ୍ର ଶ୍ରୀ ସିଦ୍ଧବଳଦେବ ଜୀଉଙ୍କ ପୀଠକୁ ଯାତାୟତ ସୁଗମ ହୋଇଛି ।