School Closed: ପ୍ରବଳ ବର୍ଷା ଯୋଗୁଁ ଆଜି ଏହି ସବୁ ଜିଲ୍ଲାରେ ସବୁ ସ୍କୁଲ୍‌ ଛୁଟି
Advertisement
Article Detail0/zeeodisha/odisha1870751

School Closed: ପ୍ରବଳ ବର୍ଷା ଯୋଗୁଁ ଆଜି ଏହି ସବୁ ଜିଲ୍ଲାରେ ସବୁ ସ୍କୁଲ୍‌ ଛୁଟି

School Closed: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା (Heavy rain) । ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ  ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। କେଉଁଠି ମୂଷଳ ଧାରାରେ ବର୍ଷା ହେଉଛି ତ ଆଉ କେଉଁଠି ବାଦଲଫଟା ବର୍ଷା ଜାରି ରହିଛି । ଘରୁ ବାହାରକୁ ଯିବା ମୁସ୍କିଲ ହୋଇପଡି଼ଛି ।  ତେବେ, ଏହାରି ଭିତରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । 

ସୌଜନ୍ୟ- ସୋସିଆଲ ମିଡି଼ଆ

School Closed: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା (Heavy rain) । (Low pressure-induced heavy rain hits several parts of Odisha) ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ  ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। କେଉଁଠି ମୂଷଳ ଧାରାରେ ବର୍ଷା ହେଉଛି ତ ଆଉ କେଉଁଠି ବାଦଲଫଟା ବର୍ଷା ଜାରି ରହିଛି । ଘରୁ ବାହାରକୁ ଯିବା ମୁସ୍କିଲ ହୋଇପଡି଼ଛି । ପ୍ରବଳ ବର୍ଷା କାରଣରୁ ରାସ୍ତା ମଧ୍ୟ ଠିକ୍ ଭାବରେ ଦେଖା ଯାଉନି। ଗତକାଲି ରାତିରୁ ଟ୍ବିନ୍ ସିଟିରେ ବି ବର୍ଷା ଲାଗି ରହିଛି। ଏପରି ପାଗ ଆଉ ଦୁଇ ଦିନ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ (imd) ପକ୍ଷରୁ ଆକଳନ କରାଯାଇଛି । ତେବେ, ଏହାରି ଭିତରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ପ୍ରବଳ ବର୍ଷା ଯୋଗୁଁ, ବଲାଙ୍ଗୀର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ  ସ୍କୁଲ ଓ ଅଙ୍ଗନଓ୍ବାଡି଼କୁ ଛୁଟି ଘୋଷଣା କରାଯାଇଛି (Schools Closed In Balangir due to Heavy Rainfall) ।  ଆଜି  ଜିଲ୍ଲାର ସମସ୍ତ ସ୍କୁଲ ସହିତ ଅଙ୍ଗନଓ୍ବାଡି ବି ବନ୍ଦ ରହିବ ।  ଏନେଇ ବଲାଙ୍ଗୀର ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି । ଟ୍ବିଟ୍ କରି ସୂଚନା ଦେଇଛନ୍ତି । ସକାଳ ୮ଟା ୩୦ ସୁଦ୍ଧା ବଲାଙ୍ଗୀରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।

 

Also Read: Aghori Baba: କାହିଁକି ମୃତ ଶରୀର ସହିତ ଶାରିରୀକ ସମ୍ପର୍କ ରଖନ୍ତି ଅଘୋରୀ? ରହସ୍ୟ ଜାଣିଲେ ଆପଣ ବି ହେବେ ଚକିତ

ଆଜି ସକାଳ ୮ଟା ୩୦ ସୁଧା  ନବରଙ୍ଗପୁରରେ ୭୨ ମିମି  , ଗୋପାଳପୁରରେ ୫୫ ମିମି , ଛତ୍ରପୁରରେ ୫୪.୨ ମିମି  , ବଲାଙ୍ଗୀରରେ ୪୫ ଓ କୋରାପୁଟରେ  ୩୦.୪ ମିମି ବର୍ଷା ରେକର୍ଡ ହୋଇଛି।  ଆସନ୍ତା ୨୪ ଘଣ୍ଟା ମଧ୍ୟରେ  କଳାହାଣ୍ଡି, ନୂଆପଡ଼ା ବଲାଙ୍ଗୀର, ବରଗଡ଼, କନ୍ଧମାଳ, ବୌଦ୍ଧ, ସୋନ୍‍ପୁର, ସମ୍ବଲପୁର, ନବରଙ୍ଗପୁର ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।   ଏହିସବୁ ଜିଲ୍ଲାରେ ୭ ରୁ ୨୦ ସେଣ୍ଟିମିଟର ଯାଏ ବର୍ଷା ହୋଇପାରେ।  ୧୬ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା  (Heavy rainfall ) ସମ୍ଭାବନା ଥିବାରୁ ସତର୍କ ରହିବାକୁ ଜିଲ୍ଲାପାଳ ମାନଙ୍କୁ ଏସଆରସି (SRC)ନିର୍ଦ୍ଦେଶ ଦେଇଛନ୍ତି। ଭାରି ବର୍ଷା କାରଣରୁ ତଳିଆ ଅଞ୍ଚଳରେ ପାଣି ଜମିପାରେ ବୋଲି ଆଶଙ୍କା ରହିଛି । ତେଣୁ ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଏସଆରସି (SRC) କହିଛନ୍ତି।