School closed: ପ୍ରବଳ ବର୍ଷା ଯୋଗୁଁ ୫ଟି ଜିଲ୍ଲାରେ ସ୍କୁଲ ଛୁଟି
Advertisement
Article Detail0/zeeodisha/odisha1806380

School closed: ପ୍ରବଳ ବର୍ଷା ଯୋଗୁଁ ୫ଟି ଜିଲ୍ଲାରେ ସ୍କୁଲ ଛୁଟି

Odisha News: କେନ୍ଦୁଝର ଜିଲ୍ଲାରେ ମଙ୍ଗଳବାର ସନ୍ଧ୍ୟାରୁ ବର୍ଷା ଲାଗି ରହିଥିବା ବେଳେ ବହୁ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି । ନଦୀ, ନାଳ ସବୁଠି ପାଣି ଭର୍ତ୍ତି ହୋଇଥିବା ବେଳେ ପାଟଣା ଅଞ୍ଚଳରେ ଜଳବନ୍ଧୀ ପରିସ୍ଥିତି ସୃଷ୍ଟି ହୋଇଛି । ପାଟଣା ଡେଣୁଆଁ ଜହ୍ନେଇ ନାଳ ଉପରେ ୪ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । 

ସୌ(ସୋସିଆଲ ମିଡିଆ)

School closed​: ରାଜ୍ୟରେ ପ୍ରବଳ ବର୍ଷା (Heavy rain) ଲାଗି ରହିଥିବା ବେଳେ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ଆଉ ଦୁଇ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ (Bhubaneswar Meteorological Department) ପକ୍ଷରୁ ଆକଳନ କରାଯାଇଛି । ତେବେ ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ତଳିଆ ଅଞ୍ଚଳରେ ପାଣିପ ସ୍ରୋତ ବଢିବାରେ ଲାଗିଛି । ତେବେ ଏହାକୁ ଦୃଷ୍ଟିରେ ରଖି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣ କରାଯାଇଛି ।

ସୂଚନା ଅନୁଯାୟୀ, ଲଗାଣ ବର୍ଷା ପାଇଁ ଆଜି ୫ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ନୂଆପଡ଼ା, କଳାହାଣ୍ଡି, କେନ୍ଦୁଝର, ବଲାଙ୍ଗୀର ଓ ସୁବର୍ଣ୍ଣପୁରର ସବୁ ସରକାରୀ ଓ ବେସରକାରୀ ସ୍କୁଲ ସହ  ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି । ଲଗାଣ ବର୍ଷା ଯୋଗୁଁ ବଲାଙ୍ଗୀର (Balangir) ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛି ପ୍ରଶାସନ । ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ସମସ୍ତ ସ୍କୁଲ ବନ୍ଦ ରହିବା ନେଇ ଜିଲ୍ଲାପାଳ (Chanchal Rana) ଟ୍ବିଟ କରି ସୂଚନା ଦେଇଥିଲେ । ସେପଟେ କେନ୍ଦୁଝର (kendujhar) ଜିଲ୍ଲାର ସମସ୍ତ ସ୍କୁଲକୁ ମଧ୍ଯ ଛୁଟି ଘୋଷଣା କରାଯାଇଛି । ଲଗାଣ ବର୍ଷା ଯୋଗୁଁ ବୁଧବାର ଦିନ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ବନ୍ଦ ରଖିବା ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଜିଲ୍ଲାର ସମସ୍ତ ବିଡିଓଙ୍କୁ ସଜାଗ ରହିବାକୁ କୁହାଯାଇଛି । ତଳିଆ ଅଂଚଳରେ ବର୍ଷା ସ୍ଥିତି ଦେଖି ଲୋକଙ୍କୁ ସ୍ଥାନାନ୍ତର କରାଯିବ । ମାଟି ଘରେ ରହୁଥିବା ଅଂଚଳରେ ଅଧିକ ଧ୍ୟାନ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକାଶ ଥାଉ କି, କେନ୍ଦୁଝର ଜିଲ୍ଲାରେ ମଙ୍ଗଳବାର ସନ୍ଧ୍ୟାରୁ ବର୍ଷା ଲାଗି ରହିଥିବା ବେଳେ ବହୁ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି । ନଦୀ, ନାଳ ସବୁଠି ପାଣି ଭର୍ତ୍ତି ହୋଇଥିବା ବେଳେ ପାଟଣା ଅଞ୍ଚଳରେ ଜଳବନ୍ଧୀ ପରିସ୍ଥିତି ସୃଷ୍ଟି ହୋଇଛି । ପାଟଣା ଡେଣୁଆଁ ଜହ୍ନେଇ ନାଳ ଉପରେ ୪ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ପାଟଣା ମୁଖ୍ୟାଳୟକୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ସେପଟେ ସାହାରାପଡ଼ା ବ୍ଲକ କୁମୁଳାବାହାଳୀଠାରେ ତେଲ ନନ୍ଦୀ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଯାହା ଫଳରେ କେନ୍ଦୁଝର ଓ ମୟୂରଭଞ୍ଜ ମଧ୍ୟରେ ଯୋଗଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ଅନ୍ୟପଟେ ଘୋଳକୁଣ୍ତ ନିକଟରେ ମଧ୍ୟ ତେଲ ନଦୀ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ସାହାରପଡ଼ା ବ୍ଲକ ଦାମାହୁଦା ପଞ୍ଚାୟତର ୫ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି ।

Also Read- Weather Update: ଗଭୀର ଅବପାତରେ ପ୍ରଭାବରେ ରାଜ୍ୟରେ ଆଉ ୨ ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାରୁ ରେଡ଼ ୱାର୍ଣ୍ଣିଂ

ପ୍ରକାଶ ଥାଉ କି, କେନ୍ଦୁଝର ଜିଲ୍ଲାରେ ମଙ୍ଗଳବାର ସନ୍ଧ୍ୟାରୁ ବର୍ଷା ଲାଗି ରହିଥିବା ବେଳେ ବହୁ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି । ନଦୀ, ନାଳ ସବୁଠି ପାଣି ଭର୍ତ୍ତି ହୋଇଥିବା ବେଳେ ପାଟଣା ଅଞ୍ଚଳରେ ଜଳବନ୍ଧୀ ପରିସ୍ଥିତି ସୃଷ୍ଟି ହୋଇଛି । ପାଟଣା ଡେଣୁଆଁ ଜହ୍ନେଇ ନାଳ ଉପରେ ୪ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ପାଟଣା ମୁଖ୍ୟାଳୟକୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ସେପଟେ ସାହାରାପଡ଼ା ବ୍ଲକ କୁମୁଳାବାହାଳୀଠାରେ ତେଲ ନନ୍ଦୀ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଯାହା ଫଳରେ କେନ୍ଦୁଝର ଓ ମୟୂରଭଞ୍ଜ ମଧ୍ୟରେ ଯୋଗଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ଅନ୍ୟପଟେ ଘୋଳକୁଣ୍ତ ନିକଟରେ ମଧ୍ୟ ତେଲ ନଦୀ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ସାହାରପଡ଼ା ବ୍ଲକ ଦାମାହୁଦା ପଞ୍ଚାୟତର ୫ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି ।

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପଶ୍ଚିମ ଓ ଉତ୍ତର ପଶ୍ଚିମ ମୁହାଁ ହୋଇ ୨୪ ଘଣ୍ଟା ଭିତରେ ଗାଙ୍ଗେୟ ପଶ୍ଚିମବଙ୍ଗରେ ପହଁଞ୍ଚିବ । ଫଳରେ ଏହାର ପ୍ରଭାବରେ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ଅସମ୍ଭାଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼ ଓ ସମ୍ବଲପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ଼ ୱାର୍ଣ୍ଣିଂ (Red alert) ଜାରି କରାଯାଇଛି । ସେହିଭଳି କନ୍ଧମା, କଳାହାଣ୍ତି, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା, ଅନୁଗୁଳ, ଦେବଗଡ଼, କେନ୍ଦୁଝର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ସେପଟେ ଗଭୀର ଅବପାତ ପ୍ରଭାବରେ ଓଡ଼ିଶା ଉପକୂଳରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ମଧ୍ଯ ସମ୍ଭାବନା ରହିଛି । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଏପରି କି, ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ, ଚାଷ ଜମି ଅଞ୍ଚଳରେ ପାଣି ଜମିବା ସହ ସମ୍ବେଦନଶୀଳ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି । ୩ ତାରିଖ ବେଳକୁ ରାଜ୍ୟରେ ବର୍ଷାର ପ୍ରଭାବ କମିବ ।