Odisha High Court: ୨୬ ତାରିଖରୁ ଛୁଟି, ୨ ତାରିଖରେ ଖୋଲିବ ଯାଇ ହାଇକୋର୍ଟ; ଜରୁରୀ ଶୁଣାଣି ପାଇଁ ଖୋଲା ରହିବ କାଉଣ୍ଟର
Advertisement
Article Detail0/zeeodisha/odisha2022604

Odisha High Court: ୨୬ ତାରିଖରୁ ଛୁଟି, ୨ ତାରିଖରେ ଖୋଲିବ ଯାଇ ହାଇକୋର୍ଟ; ଜରୁରୀ ଶୁଣାଣି ପାଇଁ ଖୋଲା ରହିବ କାଉଣ୍ଟର

Odisha High Court Holidays 2023: ଆସନ୍ତା ୨୬ ତାରିଖ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯିବ ଓଡ଼ିଶା ହାଇକୋର୍ଟ  ଶୀତ ଛୁଟି

Odisha High Court: ୨୬ ତାରିଖରୁ ଛୁଟି, ୨ ତାରିଖରେ ଖୋଲିବ ଯାଇ ହାଇକୋର୍ଟ; ଜରୁରୀ ଶୁଣାଣି ପାଇଁ ଖୋଲା ରହିବ କାଉଣ୍ଟର

Odisha High Court Winter Holiday 2023: ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟଙ୍କ ଶୀତ ଛୁଟି ଘୋଷଣା ହୋଇଛି। ରେଜିଷ୍ଟ୍ରାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ, ୨୬ ତାରିଖରୁ ୩୦ ତାରିଖ ଯାଏ ହାଇକୋର୍ଟ ବନ୍ଦ ରହିବ। ୩୧ ରବିବାର ଏବଂ ୧ ତାରିଖ ନୂଆ ବର୍ଷ ଛୁଟି ଥିବାରୁ ୨ ତାରିଖରୁ ସମ୍ପୂର୍ଣ୍ଣ ଭାବେ କୋର୍ଟ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ସମୟରେ ସାଧାରଣତଃ ମାମଲା ପାଇଁ ବିଚାର ଆବେଦନ ଗ୍ରହଣ କରାଯିବା ନାହିଁ। ହେଲେ ଜରୁରୀ ମାମଲାର ଶୁଣାଣି ପାଇଁ ହାଇକୋର୍ଟଙ୍କ ସ୍ୱତନ୍ତ୍ର କାଉଣ୍ଟର ଖୋଲା ରହିବ। ଏହା ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଏହିଠାରେ ଆବେଦନ କରାଯାଇପାରିବ। 

ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ ଜରୁରୀ ଶୁଣାଣି ସବୁକୁ ହାଇକୋର୍ଟ ପୁଣିଥରେ ଖୋଲିବା ଯାଏ ଅପେକ୍ଷା କରାଯାଇପାରିବ ନାହିଁ। ଏଣୁ ଏଗୁଡ଼ିକର ବିଚାର ଲାଗି ଖୋଲିବା ଆବଶ୍ୟକ। ଏଥିଲାଗି ଜରୁରୀ ମାମଲାକୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ କୋର୍ଟକୁ ପଠାଇବାକୁ ଏହି ବିଜ୍ଞପ୍ତିରେ କୁହାଯାଇଛି। 

ଆଉ ଏକ ବିଜ୍ଞପ୍ତିରେ ହହାଇକୋର୍ଟଙ୍କ କାର୍ଯ୍ୟାଳୟ ଏହି ଛୁଟି ଦିନରେ ଖୋଲା ରହିବ ବୋଲି କୁହାଯାଇଛି। ଏହି ସମୟରେ ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହି ସମୟରେ ସମସ୍ତ କର୍ମଚାରୀ ଆସିବାର ଆବଶ୍ୟକତା ନାହିଁ। ତେବେ ଆସନ୍ତା ସପ୍ତାହର କୋର୍ଟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ଲାଗି ୨୯-୩୦ ତାରିଖରେ ସମସ୍ତ କର୍ମଚାରୀଙ୍କ ଉପସ୍ଥିତିକୁ ବାଧ୍ୟତାମୂଳକ କରଯାଇଛି।