Heat Wave: ତତଲା କଡେଇରେ ଭାଜି ହେଲା ରାଜ୍ୟ, ୪ଟି ସ୍ଥାନର ତାପମାତ୍ରା ୪୧ଡିଗ୍ରୀ ପାର୍
Advertisement
Article Detail0/zeeodisha/odisha2205345

Heat Wave: ତତଲା କଡେଇରେ ଭାଜି ହେଲା ରାଜ୍ୟ, ୪ଟି ସ୍ଥାନର ତାପମାତ୍ରା ୪୧ଡିଗ୍ରୀ ପାର୍

Heat Wave: ଆଜି ଅପରାହ୍ଣ ୨ଟା ୩୦ ସୁଦ୍ଧା ୪୧ ଡିଗ୍ରୀ ପାର କରିଛି ରାଜ୍ୟର ହେଲା ୪ଟି ପ୍ରମୁଖ ସ୍ଥାନ । ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଥିବାବେଳେ ତାପମାତ୍ରା ରହିଛିୃ ୪୧.୨°C । ସେହିପରି ଚାନ୍ଦବାଲିରେ ୪୧.୧°C, ଝାରସୁଗୁଡାରେ ୪୧°C, ବାଲେଶ୍ୱରରେ ୪୦°C ରେକର୍ଡ କରାଯାଇଛି । ୪୦ ଡିଗ୍ରୀ ତଳକୁ ହୀରାକୁଦରେ ୩୯.୫°C, ସମ୍ବଲପୁରରେ ୩୯.୪°C, ରାଉରକେଲାରେ ୩୯.୨°C, କେନ୍ଦୁଝରରେ ୩୮.୯°C, ଗୋପାଳପୁରରେ ୩୫.୫°C, ପାରାଦୀପରେ ୩୫.୨°C, ପୁରୀରେ ୩୫°C ତାପମାତ୍ରା ରହିଛି । 

Heat Wave: ତତଲା କଡେଇରେ ଭାଜି ହେଲା ରାଜ୍ୟ, ୪ଟି ସ୍ଥାନର ତାପମାତ୍ରା ୪୧ଡିଗ୍ରୀ ପାର୍

Weather News: ରାଜ୍ୟରେ ଧିରେ ଧିରେ ତାତି ଭୀଷଣ ହେବାରେ ଲାଗିଛି । ଆଜି ଅପରାହ୍ଣ ୨ଟା ୩୦ ସୁଦ୍ଧା ୪୧ ଡିଗ୍ରୀ ପାର କରିଛି ରାଜ୍ୟର ହେଲା ୪ଟି ପ୍ରମୁଖ ସ୍ଥାନ । ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଥିବାବେଳେ ତାପମାତ୍ରା ରହିଛିୃ ୪୧.୨°C । ସେହିପରି ଚାନ୍ଦବାଲିରେ ୪୧.୧°C, ଝାରସୁଗୁଡାରେ ୪୧°C, ବାଲେଶ୍ୱରରେ ୪୦°C ରେକର୍ଡ କରାଯାଇଛି । ୪୦ ଡିଗ୍ରୀ ତଳକୁ ହୀରାକୁଦରେ ୩୯.୫°C, ସମ୍ବଲପୁରରେ ୩୯.୪°C, ରାଉରକେଲାରେ ୩୯.୨°C, କେନ୍ଦୁଝରରେ ୩୮.୯°C, ଗୋପାଳପୁରରେ ୩୫.୫°C, ପାରାଦୀପରେ ୩୫.୨°C, ପୁରୀରେ ୩୫°C ତାପମାତ୍ରା ରହିଛି । 

ବର୍ତ୍ତମାନ ବାୟୁମଣ୍ଡଳର ନିମ୍ନ ଭାଗରେ ରାଜ୍ୟକୁ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଛି । ତଥା ସୂର୍ଯ୍ୟ କିରଣର ତୀବ୍ରତା ବୃଦ୍ଧି ପାଉଥିବାରୁ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରା ଧୀରେ ଧୀରେ ୪ ରୁ ୬ ଡ଼ିଗ୍ରୀ ଯାଇଁ ବୃଦ୍ଧି ହେବାର ସମ୍ଭାବନା ରହିଛି । ସୋମବାର ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ମାତ୍ର ଉତ୍ତାପ ଓ ଆର୍ଦ୍ର ପାଣିପାଗ ନେଇ କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଓ ଭଦ୍ରକ ଆଦି ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ, ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଜାରି ରହିବ । ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।

 

Also Read- Ayushman Bharat Yojana: ଏହି ଲୋକଙ୍କୁ ମିଳିବ ବିଶେଷ ଲାଭ, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା

Also Read- Shukra Gochar 2024: ୨୪ ଏପ୍ରିଲରୁ ବଦଳିବ ୪ରାଶିର ଭାଗ୍ୟ, ମିଳିବ ବିପୁଳ ଲାଭ