Heat Wave: ଡହ ଡହ ଖରାରେ କଲବଲ ହେଉଛି ଓଡ଼ିଶା, ଏହି ଜିଲ୍ଲାରେ ସର୍ବାଧିକ ତାପମାତ୍ରା ରେକର୍ଡ...
Advertisement
Article Detail0/zeeodisha/odisha2224326

Heat Wave: ଡହ ଡହ ଖରାରେ କଲବଲ ହେଉଛି ଓଡ଼ିଶା, ଏହି ଜିଲ୍ଲାରେ ସର୍ବାଧିକ ତାପମାତ୍ରା ରେକର୍ଡ...

Heat Wave: ଡହ ଡହ ଖରାରେ କଲବଲ ହେଉଛି ସାରା ଓଡ଼ିଶା। ଆଗକୁ ଆହୁରି ଉତ୍ତାପ ଭୟାନକ ହେବା ନେଇ ଅନୁମାନ କରି ହେଉଛି। ରାଜ୍ୟରେ ଆହୁରି ୪ ଦିନ ଲାଗି ରହିବ ହିଟ୍‌ ୱେଭ୍ ସ୍ଥିତି। ହିଟ୍‌ ୱେଭ୍ ନେଇ ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। 

Heat Wave: ଡହ ଡହ ଖରାରେ କଲବଲ ହେଉଛି ଓଡ଼ିଶା, ଏହି ଜିଲ୍ଲାରେ ସର୍ବାଧିକ ତାପମାତ୍ରା ରେକର୍ଡ...

Heat Wave: ଡହ ଡହ ଖରାରେ କଲବଲ ହେଉଛି ସାରା ଓଡ଼ିଶା। ଆଗକୁ ଆହୁରି ଉତ୍ତାପ ଭୟାନକ ହେବା ନେଇ ଅନୁମାନ କରି ହେଉଛି। ରାଜ୍ୟରେ ଆହୁରି ୪ ଦିନ ଲାଗି ରହିବ ହିଟ୍‌ ୱେଭ୍ ସ୍ଥିତି। ହିଟ୍‌ ୱେଭ୍ ନେଇ ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ଆସନ୍ତା ୩୦ ତାରିଖ ଯାଏଁ ଉତ୍ତର ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ୪୫ ଡିଗ୍ରୀ ଟପିବା ସମ୍ଭାବନା ରହିଛି। ସେହିପରି ମେ' ୯ ତାରିଖ ଯାଏଁ ତାତିର ପ୍ରଭାବ ରହିବା ନେଇ ପୂର୍ବାନୁମାନ କରିଛି ବିଭାଗ। 

ଆଜି ଦିନ ୮ ଟା ସୁଦ୍ଧା ୩୬ ଡିଗ୍ରୀ ଟପିଛି ତାପମାତ୍ରା। ଭୁବନେଶ୍ୱର ଓ ଜଗତସିଂହପୁର ୩୩.୪, କଟକ ୩୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ, ବାଲେଶ୍ୱର, ଭବାନୀପାଟଣା ଓ ବୌଦ୍ଧ ୩୪ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗୀର, କେନ୍ଦୁଝର ଓ ରାଉରକେଲା ୩୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୩୬.୮ ଡିଗ୍ରୀ ସହ ତାଳଚେରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି।