Gajapati: ବେକାରୀ ଯୁବକ ଯୁବତୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତି ମେଳା ଆୟୋଜିତ
Advertisement
Article Detail0/zeeodisha/odisha2146966

Gajapati: ବେକାରୀ ଯୁବକ ଯୁବତୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତି ମେଳା ଆୟୋଜିତ

Gajapati Job Fair 2024: ଗଞ୍ଜେଇ ଚାଷରୁ କିପରି ବେକାର ଯୁବକ ଯୁବତୀ ନିବୃତ୍ତ ରହିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଯାଇଛି ନିଯୁକ୍ତି ମେଳା।

 

 

Gajapati: ବେକାରୀ ଯୁବକ ଯୁବତୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତି ମେଳା ଆୟୋଜିତ

Gajapati Nijukti Mela 2024: ଗଜପତି ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷକୁ ନେଇ ବଢିଯାଇଛି ଜିଲ୍ଲା ପୋଲିସ୍ ଚିନ୍ତା। କିପରି ଗଞ୍ଜେଇ ଚାଷକୁ ମୂଳୋତ୍ପାଟନ କରାଯିବ ତାହାକୁ ନେଇ ଏକ ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏବଂ କୌଣସି ରୋଜଗାରର ବାଟ ନଥିବା ହେତୁ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷକୁ ଦୁର୍ଗମ ଅଞ୍ଚଳର ଲୋକେ ଆପଣାଇଛନ୍ତି। ଯାହା ଦ୍ୱାରା ଜିଲ୍ଲାରେ ପ୍ରତି ଦିନ ଗଞ୍ଜେଇ ଚୋରା ଚାଲାଣ ବଢ଼ିବାରେ ଲାଗିଛି। ଅନେକ ସମୟରେ କମ୍ ସମୟରେ ଅଧିକରୁ ଅଧିକା ଟଙ୍କା ରୋଜଗାର କରିବା ପାଇଁ ଯୁବପିଢ଼ି ଗଞ୍ଜେଇ ଚୋରା କାରବାରକୁ ଆପଣାଇ ନେଉଛନ୍ତି। ଯାହା ଫଳରେ ଚୋରା ଚାଲାଣ ବେଳେ ଅନେକ ସମୟରେ ପୋଲିସ୍ ହାବୁଡ଼ରେ ଧରା ପଡ଼ି ଜେଲ୍ ଯାଇଥିବାର ନଜିର ରହିଛି। 

ଗଞ୍ଜେଇ ଚୋରା ଚାଲାଣକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ମୋହନା, ଆର୍.ଉଦୟଗିରି, ନୂଆଗଡ଼ ବ୍କକ ଲୋକଙ୍କୁ ସଚେତନ କରାଯାଇଥିଲା। ଅଜିର ଯୁବପିଢି  ଗଞ୍ଜେଇ ଚୋରା ଚାଲାଣ କାର୍ଯ୍ୟରୁ ନିବୃତ୍ତ ରହିବା ସହ କିଭଳି ବେକାରୀ ଯୁବକ ଯୁବତୀଙ୍କ ମଧ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ, ସେଥିପାଇଁ ଗଜପତି ଜିଲ୍ଲା ମିଶନ ଶକ୍ତି ବିଭାଗ, ଜିଲ୍ଲା ପ୍ରଶାସନ ସହ ପୋଲିସ ପକ୍ଷରୁ ମୋହନା ହାଇସ୍କୁଲ ପଡିଆ ଠାରେ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ମୋହନା, ଆର.ଉଦୟଗିରି, ନୂଆଗଡ ବ୍ଲକରୁ ଶହ ଶହ ବେକାରୀ ଯୁବକ ଯୁବତୀ ଯୋଗ ଦେଇଥିଲେl 

ବେକାରୀ ଯୁବକ ଯୁବତୀଙ୍କୁ ଅଗ୍ନିପଥରେ ନିଯୁକ୍ତ ସହ କିଭଳି ବିଭିନ୍ନ ବିଭାଗରେ ତାଲିମ ସହ ନିଯୁକ୍ତି ଯୋଗାଇ ଦିଆଯିବ ସେଥିପାଇଁ ସେମାନଙ୍କ ନାମ ପଞ୍ଜୀକରଣ ସହ ପରାମର୍ଶ ଦିଆଯାଇଥିଲା। ମେଳାରେ ଗଜପତି ଏସପି ଏସ୍. ସ୍ଵାତୀ କୁମାର, ଗୋପାଳପୁର ସାମରିକ ବାହିନୀ ନିଯୁକ୍ତି ବିଭାଗର ନିର୍ଦ୍ଦେଶକ କର୍ଣ୍ଣେଲ ଆନନ୍ଦ ତନ୍ତୀ, ମୋହନା ବିଡ଼ିଓ ହଳଧର ଶବର, ଆର୍ ଉଦୟଗିରି ଏସଡ଼ିପିଓ ଅଶ୍ଵିନ କୁମାର ନାୟକ, ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ, ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା, ଆର୍.ଉଦୟଗିରି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ମୋହନା ବ୍ଲକ ଅଧକ୍ଷ ରଞ୍ଜୀବ ଶବର, ଆର୍.ଉଦୟଗିରି ବ୍ଲକ୍ ଅଧକ୍ଷ ଯୋଗ ଦେଇଥିବା ବେଳେ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଯୋଗ ଦେଇଥିଲେ।