ମୟୂରଭଞ୍ଜ କୁଳିଅଣାରେ ଅଗ୍ନିକାଣ୍ଡ, ୬୦ ବଖରା ଘର ପାଉଁଶ
Advertisement
Article Detail0/zeeodisha/odisha2238471

ମୟୂରଭଞ୍ଜ କୁଳିଅଣାରେ ଅଗ୍ନିକାଣ୍ଡ, ୬୦ ବଖରା ଘର ପାଉଁଶ

କେନ୍ଦୁଡିହା ଗ୍ରାମ ପଞ୍ଚାୟତର କୁଳିଅଣା ଗାଁରେ ଅଗ୍ନିକାଣ୍ଡ ଘଟିଛି । ଗାଁର ବିନ୍ଧାଣୀସାହିରେ ୨୦ଟି ପରିବାରର ପ୍ରାୟ ୬୦ ବଖରା ଘର ନିଆଁରେ ଜଳି ପାଉଁଶ ହୋଇଥିବା ସୂଚନା ମିଳିଛି ।

ମୟୂରଭଞ୍ଜ କୁଳିଅଣାରେ ଅଗ୍ନିକାଣ୍ଡ, ୬୦ ବଖରା ଘର ପାଉଁଶ

ମୟୁରଭଞ୍ଜ: ବଡ଼ସାହି ବ୍ଲକ ଅନ୍ତର୍ଗତ କେନ୍ଦୁଡିହା ଗ୍ରାମ ପଞ୍ଚାୟତର କୁଳିଅଣା ଗାଁରେ ଅଗ୍ନିକାଣ୍ଡ ଘଟିଛି । ଗାଁର ବିନ୍ଧାଣୀସାହିରେ ୨୦ଟି ପରିବାରର ପ୍ରାୟ ୬୦ ବଖରା ଘର ନିଆଁରେ ଜଳି ପାଉଁଶ ହୋଇଥିବା ସୂଚନା ମିଳିଛି ।

ଖବର ମୁତାବକ, ଆଜି ସକାଳ ସମୟରେ ସାହିର ଜଣେ ବ୍ୟକ୍ତିଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ମାଟି ଘର ଏବଂ ଛପର ଘର ହୋଇଥିବା କାରଣରୁ ଆଖି ପିଛୁଳାକେ ନିଆଁ ବ୍ୟାପିଯାଇ ପାଖ ଘର ଗୁଡିକ ମଧ୍ୟ ଜଳିଯାଇଥିଲା । ଖବର ପାଇଁ ସ୍ଥାନୀୟ ଦମକଳ କେନ୍ଦ୍ରରୁ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ମଧ୍ୟ କିଛି ସମୟ ମଧ୍ୟରେ ନିଆଁ ଜାଳିଦେଇଥିଲା ସମସ୍ତ ଆସବାବ ପତ୍ର । ଅନ୍ୟପଟେ, ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନଥିବା ସମୟରେ ହୁଏତ ସର୍ଟ ସର୍କିଟରୁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି ।

Also Read- Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Also Read- ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ