Odisha News: ଚାକିରୀ ଦେବା ନାଁରେ ଠକେଇ, ୩ ଗିରଫ
Advertisement
Article Detail0/zeeodisha/odisha2236472

Odisha News: ଚାକିରୀ ଦେବା ନାଁରେ ଠକେଇ, ୩ ଗିରଫ

Odisha News: କେନ୍ଦୁଝରରେ ଚାକିରୀ ଦେବା ନାଁରେ ଠକେଇ।  ଚାକିରି ଦେବାକୁ କହି ବେକାର ଯୁବକ ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଠକେଇ ଅଭିଯୋଗରେ ଗତକାଲି ଟାଉନ ଥାନା ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। 

Odisha News: ଚାକିରୀ ଦେବା ନାଁରେ ଠକେଇ, ୩ ଗିରଫ

Odisha News: କେନ୍ଦୁଝରରେ ଚାକିରୀ ଦେବା ନାଁରେ ଠକେଇ।  ଚାକିରି ଦେବାକୁ କହି ବେକାର ଯୁବକ ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଠକେଇ ଅଭିଯୋଗରେ ଗତକାଲି ଟାଉନ ଥାନା ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ଗିରଫ ବ୍ୟକ୍ତିମାନେ ହେଲେ ଟୁଲୁ ମଲ୍ଲିକ , ଜୀବନାନନ୍ଦ ସାମଲ , ଯଶୋବନ୍ତ ସିଂ ସାମଲ । ଗିରଫ ଟୁଲୁ ମଲ୍ଲିକଙ୍କ ଘର ପୁରୀ ଜିଲ୍ଲାର ମରାଳ ଗ୍ରାମରେ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଘର ଆନନ୍ଦପୁର ଅଞ୍ଚଳରେ ବୋଲି ସୂଚନା ଦେଇଛି କେନ୍ଦୁଝର ପୋଲିସ । 

ବିଭିନ୍ନ ଅଞ୍ଚଳର ବେକାର ଯୁବକ ଓ ଯୁବତୀ ମାନଙ୍କୁ ବିଭିନ୍ନ ସଂସ୍ଥାରେ ଚାକିରୀ କରାଇ ଦେବା ନାଁ ରେ ୧୭ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି । ପୋଲିସ ତଦନ୍ତ ବେଳେ ସେମାନଙ୍କ ଠାରୁ ବିଭିନ୍ନ କମ୍ପାନୀରେ ଜାଲ ନିଯୁକ୍ତି ପତ୍ର , ଅନେକ ଜାଲି ଦସ୍ତାବିଜ ,ଏକ ଲାପଟୋପ , ଦୁଇଟି ମୋବାଇଲ , ଗୋଟିଏ ମୋଟର ସାଇକେଲ ଏବଂ ନଗଦ ୨୫ହଜାର ଟଙ୍କା ଆଦି ଜବତ ହୋଇଥିବା ପୋଲିସ ସୂଚନା ଦେଇଛି । ଅଭିଯୁକ୍ତଙ୍କ ମୋବାଇଲ ନମ୍ବର ସୁଇଚ ଅଫ୍ ଥିବାରୁ ବ୍ୟବହାର କରିଥିବା ମୋଟର ସାଇକେଲ ନମ୍ବରକୁ ଟ୍ରାକ କରି ସେମାଙ୍କୁ ଧରିବାରେ ସଫଳ ହୋଇଥିବା କହିଛି ପୋଲିସ ।