Crime News: ଲାଞ୍ଚ ନେବା ପଡିଲା ମହଙ୍ଗା, ଚାକିରିରୁ ବିଦା ହେଲେ ଅଫିସର
Advertisement
Article Detail0/zeeodisha/odisha2233190

Crime News: ଲାଞ୍ଚ ନେବା ପଡିଲା ମହଙ୍ଗା, ଚାକିରିରୁ ବିଦା ହେଲେ ଅଫିସର

Crime News: ବିଲ୍ କରାଇଦେବା ପାଇଁ ଜଣେ ହିତାଧିକାରୀଙ୍କଠାରୁ ଲାଞ୍ଚ ମାଗିବା ସହ ଟଙ୍କା ନେବା ମାମଲାରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।

Crime News: ଲାଞ୍ଚ ନେବା ପଡିଲା ମହଙ୍ଗା, ଚାକିରିରୁ ବିଦା ହେଲେ ଅଫିସର

Crime News: ଚାକିରିରୁ ବିଦା ହେଲେ ଏକ୍ସ ଭିଏଲଡବ୍ଲୁ ଅଶୋକ କୁମାର ପାଟଶାଣୀ । ପୂର୍ବରୁ ଲାଞ୍ଚ ନେବା ମାମଲାରେ ସେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ । ବିଲ୍ କରାଇଦେବା ପାଇଁ ଜଣେ ହିତାଧିକାରୀଙ୍କଠାରୁ ଲାଞ୍ଚ ମାଗିବା ସହ ଟଙ୍କା ନେବା ମାମଲାରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ସେ ଆଧାରରେ  U / s 13 (2) r / w 13 (1) (d) / 7 PC Act, 1988 ଅନୁଯାୟୀ ତଦନ୍ତ ହୋଇଥିଲା । ସେ ସମୃକ୍ତ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବର୍ତ୍ତମାନ ତାଙ୍କୁ ସରକାରୀ ପଦବୀରୁ ବରଖାସ୍ତ କରାଯାଇଛି ।

ଅଭିଯୁକ୍ତ ଅଶୋକ କୁମାରଙ୍କୁ ୧୮ ଡିସେମ୍ୱର ୨୦୨୩ରେ ମାନ୍ୟବର ସ୍ୱତନ୍ତ୍ର ବିଚାରପତି ଭିଜିଲାନ୍ସ, ଭୁବନେଶ୍ୱର ଦ୍ୱାରା ଦୋଷୀ ସାବ୍ୟସ୍ତ କରାଯାଇଥିଲା । 13 (2) r / w 13 (1) (d) P.C. ଅଧିନିୟମ, ୧୯୮୮ ଅନୁଯାୟୀ ମାନ୍ୟବର କୋର୍ଟ ତାଙ୍କୁ ୧ ବର୍ଷ ପାଇଁ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି । ଜୋରିମାନା ଦେବାରେ ଅବହେଳା କଲେ ତାଙ୍କୁ ଅତି ରିକ୍ତ ୪ମାସ ଅଧିକ କାରାଦଣ୍ଡ ଭୋଗିବାକୁ ପଡିବ।

Also Read- ଲ୍ୟାଣ୍ଡିଂ ସମୟରେ କ୍ରାଶ ହେଲା ହେଲିକପ୍ଟର, ଏହି ନେତାଙ୍କୁ ନେବାକୁ ଯାଉଥିଲା

Also Read- ବଲାଙ୍ଗିର ଖର୍ଲିକାନୀ ରାସ୍ତାକଡରୁ ଶିଶୁକନ୍ୟା ଉଦ୍ଧାର