ଖରସ୍ରୋତା ନଦୀରେ ବୁଲୁଛି କୁମ୍ଭୀର, ଲୋକଙ୍କ ମନରେ ଛନକା
Advertisement
Article Detail0/zeeodisha/odisha2253726

ଖରସ୍ରୋତା ନଦୀରେ ବୁଲୁଛି କୁମ୍ଭୀର, ଲୋକଙ୍କ ମନରେ ଛନକା

ପ୍ରାୟ ୩ ବର୍ଷ ତଳେ ସମାନ ସ୍ଥାନରେ ଏକ କୁମ୍ଭୀର ଛୁଆ ଦେଖିବାକୁ ପାଇଥିଲେ ଲୋକେ । ଏନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । କୁମ୍ଭୀରଟିକୁ ଧରାଯାଇନଥିବାରୁ ବୋଧହୁଏ ସେହି କୁମ୍ଭୀରଟି ଏହା ମଧ୍ୟରେ ବଡ଼ ହୋଇଯାଇଛି ବୋଲି ସ୍ଥାନୀୟଲୋକେ କହିଛନ୍ତି ।

ଖରସ୍ରୋତା ନଦୀରେ ବୁଲୁଛି କୁମ୍ଭୀର, ଲୋକଙ୍କ ମନରେ ଛନକା

ବିଂଝାରପୁର: ବାଙ୍କିପାଳ ନିକଟସ୍ଥ ଖରସ୍ରୋତା ନଦୀରେ ଏକ କୁମ୍ଭୀର ଦେଖିବାକୁ ମିଳିଛି । ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଆଜି ଅପରାହ୍ମରେ ଗ୍ରାମବାସୀ ନଦୀରେ କୁମ୍ଭୀର ବୁଲୁଥିବା ଦେଖିବାକୁ ପାଇଥିଲେ । ନଦୀରେ କୁମ୍ଭୀର ଦେଖିବା ପରେ ନଦୀ ମଧ୍ୟକୁ ପସିବାକୁ ଭୟ କରୁଛନ୍ତି ଲୋକେ ।

ସୂଚନାଯୋଗ୍ୟ, ପ୍ରାୟ ୩ ବର୍ଷ ତଳେ ସମାନ ସ୍ଥାନରେ ଏକ କୁମ୍ଭୀର ଛୁଆ ଦେଖିବାକୁ ପାଇଥିଲେ ଲୋକେ । ଏନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । କୁମ୍ଭୀରଟିକୁ ଧରାଯାଇନଥିବାରୁ ବୋଧହୁଏ ସେହି କୁମ୍ଭୀରଟି ଏହା ମଧ୍ୟରେ ବଡ଼ ହୋଇଯାଇଛି ବୋଲି ସ୍ଥାନୀୟଲୋକେ କହିଛନ୍ତି । ଅନ୍ୟପଟେ ନଦୀ କୂଳରେ ଚାଷ ଜମି ରହିଥିବାରୁ ଚାଷ କାର୍ଯ୍ୟ ସମେତ ଦୈନନ୍ଦିନ କାର୍ଯ୍ୟ ପାଇଁ ଲୋକେ ନଦୀ ଜଳକୁ ବ୍ୟବହାର କରିଥାନ୍ତି । କିନ୍ତୁ ନଦୀରେ କୁମ୍ଭୀର ଦେଖିବା ପରେ ବାଙ୍କିପାଳ, ଘଣ୍ଟିଆଳି, ରାଉତୁରା, ମଲ୍ଲିପୁର, ବାଣପୁର, ବିଂଝାରପୁର, କନ୍ତିଆ, କୁମ୍ଭୁକାର ଗ୍ରାମବାସୀଙ୍କ ମନରେ ଛନକା ପସିଛି । ତୁରନ୍ତ କୁମ୍ଭୀରଟିକୁ ନଦୀରୁ ଉଦ୍ଧାର କରି ଅନ୍ୟତ୍ର ଛାଡିବାକୁ ଲୋକମାନେ ଦାବି କରିଛନ୍ତି ।

Also Read- Accident News: ଖାଲକୁ ଖସିଲା ମିନି ଟ୍ରକ୍, ଗୋଟିଏ ପରିବାରର ୧୩ ମୃତ, ୯ ଆହତ

Also Read- jio Plan: ୩୬୫ ଦିନର ଜବରଦସ୍ତ ପ୍ଲାନ ଆଣିଲା ଜିଓ, ଅସୀମିତ କଲିଂ ସହ ଡାଟା ସୁବିଧା