Odisha Election 2024: ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କା
Advertisement
Article Detail0/zeeodisha/odisha2238503

Odisha Election 2024: ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କା

Odisha Election 2024: ରାଜ୍ୟ ବିଜେପି(BJP) ନିର୍ବାଚନ ଇସ୍ତାହାର 'ସଂକଳ୍ପ ପତ୍ର' ଉନ୍ମୋଚିତ ହୋଇଛି।। ଭୁବନେଶ୍ୱରରେ ଉନ୍ମୋଚିତ ହୋଇଥିବା ଏହି ସଂକଳ୍ପ ପତ୍ରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା। ୨୦୨୪ରେ ଓଡ଼ିଶାରେ ବିଜେପି ସରକାରକୁ ଆସିଲେ ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରିବ ବୋଲି ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦିଆଯାଇଛି।

Odisha Election 2024: ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କା

Odisha Election 2024: ରାଜ୍ୟ ବିଜେପି(BJP) ନିର୍ବାଚନ ଇସ୍ତାହାର 'ସଂକଳ୍ପ ପତ୍ର' ଉନ୍ମୋଚିତ ହୋଇଛି।। ଭୁବନେଶ୍ୱରରେ ଉନ୍ମୋଚିତ ହୋଇଥିବା ଏହି ସଂକଳ୍ପ ପତ୍ରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା। ୨୦୨୪ରେ ଓଡ଼ିଶାରେ ବିଜେପି ସରକାରକୁ ଆସିଲେ ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରିବ ବୋଲି ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦିଆଯାଇଛି। ସୁଭଦ୍ରା ଯୋଜନାରେ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କାର ନଗଦ ଭାଉଚର ଦିଆଯିବାର ଯୋଜନା ରହିଛି ଯାହା ୨ ବର୍ଷ ମଧ୍ୟରେ ଖର୍ଚ୍ଚ କରାଯାଇପାରିବ। ସେହିପରି ୨୦୨୭ ସୁଦ୍ଧା ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତି ଦେଇଛି ବିଜେପି ।
ସେହିପରି ଆଗାମୀ ୩ ବର୍ଷ ମଧ୍ୟରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାର ସ୍ୱପ୍ନ ଦେଖାଇଛନ୍ତି ନଡ୍ଡା। ସାରା ରାଜ୍ୟରେ ବିଶ୍ୱସ୍ତରୀୟ(World Class) ରାସ୍ତା ନିର୍ମାଣ କରାଯିବ। ରାଜଧାନୀରୁ ଗାଁ ପର୍ଯ୍ୟନ୍ତ ୭୫ ହଜାର କିମି ରାସ୍ତା ନିର୍ମାଣ ହେବ। ୨୦୨୯ ମଧ୍ୟରେ ୩.୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ନଡ୍ଡା(Nadda) କହିଛନ୍ତି।

ଶ୍ରୀ ନଡ୍ଡା ଆହୁରି କହିଛନ୍ତି, ଭାଜପା କ୍ଷମତାକୁ ଆସିଲେ ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗ ଓ ବିଧବା ଭତ୍ତା ୩ ହଜାର ଟଙ୍କା କରିବୁ। ଭୁବନେଶ୍ୱର, ରାଉରକେଲା(Rourkela), ବାଲେଶ୍ୱର(Balasore) ଓ ବ୍ରହ୍ମପୁର(Berhampur)ରେ ହେବ ଆଇଟି ପାର୍କ ନିର୍ମାଣ ହେବ। ଖାଲି ପଡିଥିବା ଦେ ଲକ୍ଷ ସରକାରୀ ପଦବୀ ପୂରଣ ହେବ। ସେହିପରି ପିଏମଏୱାଇ ଯୋଜନାରେ ୧୫ ଲକ୍ଷ ଘର ନିର୍ମାଣ କରାଯିବ।