ବଲାଙ୍ଗିର ଖର୍ଲିକାନୀ ରାସ୍ତାକଡରୁ ଶିଶୁକନ୍ୟା ଉଦ୍ଧାର
Advertisement
Article Detail0/zeeodisha/odisha2233089

ବଲାଙ୍ଗିର ଖର୍ଲିକାନୀ ରାସ୍ତାକଡରୁ ଶିଶୁକନ୍ୟା ଉଦ୍ଧାର

ପୁଣି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଖର୍ଲିକାନ ଗାଁ ନିକଟ ରାସ୍ତା କଡ଼ରୁ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ରାସ୍ତା କଡରୁ ଛୁଆଟିର କାନ୍ଦ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ । ପାଖକୁ ଯାଇ ଦେଖିବାରୁ ଏକ ପ୍ଲାଷ୍ଟିକ ବ୍ୟାଗରେ କେହି ଶିଶୁ କନ୍ୟାକୁ ଛାଡି ଚାଲିଯାଇଥିବା ଦେଖିବାକୁ ମିଳିଥିଲା ।

ବଲାଙ୍ଗିର ଖର୍ଲିକାନୀ ରାସ୍ତାକଡରୁ ଶିଶୁକନ୍ୟା ଉଦ୍ଧାର

ବଲାଙ୍ଗିର: ପୁଣି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଖର୍ଲିକାନ ଗାଁ ନିକଟ ରାସ୍ତା କଡ଼ରୁ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ରାସ୍ତା କଡରୁ ଛୁଆଟିର କାନ୍ଦ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ । ପାଖକୁ ଯାଇ ଦେଖିବାରୁ ଏକ ପ୍ଲାଷ୍ଟିକ ବ୍ୟାଗରେ କେହି ଶିଶୁ କନ୍ୟାକୁ ଛାଡି ଚାଲିଯାଇଥିବା ଦେଖିବାକୁ ମିଳିଥିଲା ।

ପରେ ସ୍ଥାନୀୟ ଲୋକେ ତୁରନ୍ତ ଶିଶୁକନ୍ୟାଟିକୁ ଉଦ୍ଧାର କରି ଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଇଥିଲା ।  ବର୍ତ୍ତମାନ ଉଦ୍ଧାର ହୋଇଥିବା ଶିଶୁକନ୍ୟାଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ଏଥିସହ ଏ ସମ୍ପର୍କରେ ସଦର ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାର ହସ୍ତକ୍ଷେପ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଶିଶୁଟି କାହାର ଏବଂ ଏପରି ଅବସ୍ଥାରେ କିଏ ଛାଡିଲା ସେନେଇ ଖୋଳତାଡ଼ ଚାଲିଛି ।

Also Read- Heat Wave: ପୁଣି ବଢିଲା ତାତି, ୪୨ ଡିଗ୍ରୀ ଉପରେ ସମ୍ୱଲପୁର ଓ ଝାରସୁଗୁଡା

Also Read- Grah Gochar 2024: ୨ ଶତ୍ରୁ ଗ୍ରହ ମୁହାଁମୁହିଁ, ୩ ରାଶି ଜୀବନରେ ବଡ଼ ସଙ୍କଟ !