ନିର୍ବାଚନ ସମୟରେ ଆକ୍ରମଣ, ଅଟୋ ଚାଳକଙ୍କୁ ହତ୍ୟା ଅଭିଯୋଗ
Advertisement
Article Detail0/zeeodisha/odisha2256249

ନିର୍ବାଚନ ସମୟରେ ଆକ୍ରମଣ, ଅଟୋ ଚାଳକଙ୍କୁ ହତ୍ୟା ଅଭିଯୋଗ

୩୫ ବର୍ଷୀୟ ଯୁବକ ବିଶ୍ୱନାଥ ମିର୍ଧା ନିଜ ଅଟୋରେ ଭୋଟରଙ୍କୁ ନେଇ ମତଦାନ କେନ୍ଦ୍ର ନିକଟକୁ ଯାଉଥିଲେ । ଗାଁ ରାସ୍ତାରେ ଅଶୋକ ମହାନନ୍ଦ ନାମକ ଅଭିଯୁକ୍ତ ବିଶ୍ୱନାଥଙ୍କ ଅଟୋ ଅଟକାଇବା ସହ ତାଙ୍କ ଉପରକୁ ଅଚାନକ ଛୁରିରେ ଆକ୍ରମଣ କରିଥିଲା ।

ନିର୍ବାଚନ ସମୟରେ ଆକ୍ରମଣ, ଅଟୋ ଚାଳକଙ୍କୁ ହତ୍ୟା ଅଭିଯୋଗ

ବରଗଡ଼: କିଛି ଭୋଟରକୁ ନେଇ ମତଦାନ କେନ୍ଦ୍ରକୁ ଯାଉଥିବା ଅଟୋ ଚାଳକଙ୍କୁ ଛୁରି ମାଡ କରିଛନ୍ତି ଦୁର୍ବୁତ୍ତ । ଫଳରେ ତାଙ୍କ ଜୀବନ ଚାଲିଯାଇଛି । ଏମିତି ଏକ ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ସରସରା ଗାଁରୁ ।

ସୂଚନା ମୁତାବକ, ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ସମୟରେ ୩୫ ବର୍ଷୀୟ ଯୁବକ ବିଶ୍ୱନାଥ ମିର୍ଧା ନିଜ ଅଟୋରେ ଭୋଟରଙ୍କୁ ନେଇ ମତଦାନ କେନ୍ଦ୍ର ନିକଟକୁ ଯାଉଥିଲେ । ଗାଁ ରାସ୍ତାରେ ଅଶୋକ ମହାନନ୍ଦ ନାମକ ଅଭିଯୁକ୍ତ ବିଶ୍ୱନାଥଙ୍କ ଅଟୋ ଅଟକାଇବା ସହ ତାଙ୍କ ଉପରକୁ ଅଚାନକ ଛୁରିରେ ଆକ୍ରମଣ କରିଥିଲା । ଫଳରେ ବିଶ୍ୱନାଥ ଗୁରୁତର ଆହତ ହୋଇ ପଡିଥିଲେ । ତାଙ୍କୁ ତୁରନ୍ତ ବରଗଡ଼ ଟାଉନ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ମଧ୍ୟୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ହତ୍ୟାକାଣ୍ଡ ନିର୍ବାଚନ ସମୟରେ ହୋଇଥିବା କାରଣରୁ ଏହାକୁ ପ୍ରଥମେ ନିର୍ବାଚନୀ ହିଂସା ବୋଲି କୁହାଯାଉଥିଲା । ସେଥିପାଇଁ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ବରଗଡ଼ ଏସ୍‌ପି ପ୍ରହଲ୍ଲାଦ ସାହାୟୀ ମୀନା ଏବଂ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ଯେ, ଉଭୟଙ୍କ ମଧ୍ୟରେ ବ୍ୟକ୍ତିଗତ ଶତୃତା ଥିବା କାରଣରୁ ହତ୍ୟାକାଣ୍ଡ ଘଟିଛି । ତେବେ ଏହା ନିର୍ବାଚନୀ ହିଂସା ନୁହେଁ ବୋଲି ଉଭୟ ଆଇଜି ହିମାଂଶୁ ଲାଲ ଏବଂ ଏସପି ପ୍ରହଲ୍ଲାଦ ସାହାୟୀ ମୀନା ସୂଚନା ଦେଇଛନ୍ତି ।

Also Read- ମିଳିଲା ଇବ୍ରାହିମ ରଇସିଙ୍କ ମୃତଦେହ, ଭାଇରାଲ୍ ହେଲା ଫଟୋ

Also Read- Budh Gochar Vrishabh Rashi: ଦେବଗୁରୁଙ୍କ ଘରେ ଗ୍ରହ ରାଜକୁମାରଙ୍କ ଚଳନ, ୫ ରାଶିରେ ବଡ଼ ପ୍ରଭାବ