Road Accident: ଭଞ୍ଜନଗରରେ ଭାରସାମ୍ୟ ହରାଇ ଓଲଟିଲା କାର, ଘଟଣାସ୍ଥଳରେ...
Advertisement
Article Detail0/zeeodisha/odisha2246082

Road Accident: ଭଞ୍ଜନଗରରେ ଭାରସାମ୍ୟ ହରାଇ ଓଲଟିଲା କାର, ଘଟଣାସ୍ଥଳରେ...

Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି । ଭାରାସାମ୍ୟ ହରାଇ ଓଲଟିଲା କାର୍।

Road Accident: ଭଞ୍ଜନଗରରେ ଭାରସାମ୍ୟ ହରାଇ ଓଲଟିଲା କାର, ଘଟଣାସ୍ଥଳରେ...

Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି । ଭାରାସାମ୍ୟ ହରାଇ ଓଲଟିଲା କାର୍। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଗଞ୍ଜାନ ଜିଲ୍ଲା ଭଞ୍ଜନଗର ଥାନା ବୁଦୁଲି ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁଇ ମୃତକ ହେଉଛନ୍ତି ବେଲଗୁଣ୍ଠା ଥାନା ଅଞ୍ଚଳର ଜିତେନ୍ ବାଡାତ୍ୟା ଓ ମନୋଜ କୁମାର ପ୍ରଧାନ ବୋଲି ସୂଚନା ମିଳିଛି।

ALSO READ: Rahu Transit 2024: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବ ରାହୁଙ୍କ ଚଳନ, ମିଳିବ ପ୍ରବଳ ଧନ!

ସୂଚନା ଅନୁସାରେ, ଗତକାଲି ଜିତେନ୍  ଓ ମନୋଜ କୌଣସି ଏକ କାମରେ ଏକ କାର ଯୋଗେ ଫୁଲାବଣୀରୁ ଭଞ୍ଜନଗର ଅଭିମୁଖେ ଯାତ୍ରା କରୁଥିଲେ। ହେଲେ ହଠାତ୍ କାରଟି ଭଞ୍ଜନଗର ଥାନା ବୁଦୁଲି ଗାଁ ନିକଟରେ ପହଞ୍ଚିବା ବେଳକୁ ଭାରାସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ କାର୍ ଭିତରେ ୨ ଜଣ ଚାପି ହୋଇ ରହିଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ୨ ଜଣଙ୍କୁ ଉଦ୍ଧାର କରି ମେଡିକାଲ ପଠାଇବା ସହ ପୋଲିସକୁ ଖବର ଦେଇଥିଲେ। କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ପୋଲିସ୍ ଏହି ଘଟଣାରେ ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି। 

ସେହିପରି ଗତକାଲି ତାମିଲନାଡୁର ତିରୁଚି-ଚେନ୍ନାଇ ଜାତୀୟ ରାଜପଥ ନିକଟ ଇଜୁଥୁର ନିକଟରେ ଏହି ଛାତିଥରା ଦୁର୍ଘଟଣା ଘଟିଛି। ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ଏବଂ ଏକାଧିକ ଆହତ ହୋଇଛନ୍ତି। ଭାରସାମ୍ୟ ହରାଇ ଓଲଟିଗଲା କାର୍। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ଥାନଝାବୁର ଜିଲ୍ଲାର ଭଲମ୍ ଗାଁର ଏକ ପରିବାରର ୭ ସଦସ୍ୟ କାର ଯୋଗ ପୁଡୁଚେରୀ ଯାତ୍ରା କରୁଥିଲେ। ହେଲେ ଦୁର୍ଭାଗ୍ୟବସତଃ କାରଟିର ତିରୁଚି-ଚେନ୍ନାଇ ଜାତୀୟ ରାଜପଥ ନିକଟ ଇଜୁଥୁର ନିକଟରେ ବ୍ରେକ୍ ଫେଲ୍ ହୋଇଯାଇଥିଲା। ଫଳରେ କାରଟି ଦୁର୍ଘଟଣାଗସ୍ତ ହୋଇଥିଲା।

ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏବଂ ଏହାଦେଖି ପୋଲିସ୍ କୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକମାନେ ହେଲେ, ଡ୍ରାଇଭର ଭି.ପ୍ରବୀନ୍ କୁମାର(୩୮) , ଅମ୍ମୁ(୪୦) , ଆର୍ ନନ୍ଦନ୍ (୮)। ଏହି ୨ ଜଣ ଗୋଟିଏ ପରିବାରର ସଦସ୍ୟ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି।  ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।