Odisha Election 2024: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଶ୍ୱଦେବ ସାଏ ଆସନ୍ତା କାଲି ଓଡ଼ିଶାଗସ୍ତରେ ସେ ୮ ଓ ୯ ତାରିଖରେ ନବରଙ୍ଗପୁର ଏବଂ କୋରାପୁଟ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଆୟୋଜିତ ନିର୍ବାଚନ ସଭାରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେବେ। ପଡ଼ୋଶୀ ଛତିଶଗଡ଼ରେ କିପରି ବିଜେପି ସରକାର ବିକାଶ ଆଣୁଛି ତାହାକୁ ବର୍ଣ୍ଣନା କରିବେ।
Trending Photos
Odisha Election 2024: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଶ୍ୱଦେବ ସାଏ ଆସନ୍ତା କାଲି ଓଡ଼ିଶାଗସ୍ତରେ ସେ ୮ ଓ ୯ ତାରିଖରେ ନବରଙ୍ଗପୁର ଏବଂ କୋରାପୁଟ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଆୟୋଜିତ ନିର୍ବାଚନ ସଭାରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେବେ। ପଡ଼ୋଶୀ ଛତିଶଗଡ଼ରେ କିପରି ବିଜେପି ସରକାର ବିକାଶ ଆଣୁଛି ତାହାକୁ ବର୍ଣ୍ଣନା କରିବେ। ଓଡ଼ିଶା ସରକାର ଓ ଛତିଶଗଡ଼ ସରକାର ଭିତରେ ଥିବା ଫରକକୁ ବତେଇବେ ବୋଲି କହିଛନ୍ତି ବିଜେପି ଉପ ସଭାପତି ଗୋଲକ ମହାପାତ୍ର। ତାଙ୍କ ମାଧ୍ୟମରେ ଓଡ଼ିଶାବାସୀ ବିକାଶର ଏକ ସ୍ପଷ୍ଟ ଚିତ୍ର ଦେଖିବେ ବୋଳି ସେ କହିଛନ୍ତି।
ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀ ରାଜ୍ୟରେ ବିଜେପି ସରକାର ଗଠନର ତାରିଖ ବ୍ରହ୍ମପୁର ନିର୍ବାଚନ ସଭାରେ କହିବା ପରେ ବିଜେପି କର୍ମୀ ଅଧିକ ଉତ୍ସାହିତ ହୋଇଛନ୍ତି। ଏହାକୁ ସାକାର କରିବା ଲାଗି ବିଜେପିର ତୁଙ୍ଗ ନେତୃତ୍ୱ ଓଡ଼ିଶାର ଜନ ସାଧାରଣଙ୍କ ନିକଟରେ ନିଜର ବାର୍ତ୍ତା ସ୍ପଷ୍ଟ କରିବା ତଥା ପ୍ରଭାବିତ କରିବା ଲାଗି ଗସ୍ତରେ ଆସିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।
କୋରାପୁଟ ଓ ନବରଙ୍ଗପୁରରେ ବିଷ୍ଣଦେବ ସାଏ ଶାସନର ଚିତ୍ର ରଖିବାକୁ ଯାଉଥିବା ବେଳେ ମାଲକାନଗିରି, ଚିତ୍ରକୋଣ୍ଡା ଏବଂ ଖଲ୍ଲିକୋଟରେ ବିଜେପି ଶାସନ ଓ ବିକାଶ କଥା କହିବେ ହିମନ୍ତ ବିଶ୍ୱଶର୍ମା। ସେ ୯ ତାରିଖଦିନ ରାଜ୍ୟକୁ ଆସିବେ।
ପୁରୀ ପାଇଁ କେନ୍ଦ୍ରମନ୍ତ୍ରୀ ନିତିନଗଡ଼କରିଙ୍କ ଗସ୍ତ ସ୍ଥିର କରାଯାଇଛି। ଆଜି ଜାତୀୟ ରାଜପଥ ବିକାଶ ହୋଇପାରି ନାହିଁ। ରାଜ୍ୟ ସରକାରଙ୍କ ନୀତି ଓ ସମସ୍ୟା ଯୋଗୁ ଜାତୀୟ ରାଜପଥ ପ୍ରକଳ୍ପ କିପରି ଆଗକୁ ବଢ଼ିପାରୁ ନାହିଁ ତାହା କହିବାକୁ ସ ନପାରୁଥିବାରୁ ୯ ତାରିଖ ଦିନ ନୀତିନ ଗଡ଼କରି ପୁରୀ ଆସିବେ। କୃଷ୍ଣପ୍ରସାଦରେ ଏକ ବିଶାଳ ଜନସଭାରେ ଯୋଗ ଦେବେ। ଓଡ଼ିଶା ସରକାର ସହଯୋଗ କରି ନପାରୁଥିବାରୁ କିପରି ରାଜପଥ ବିକଶିତ ହେଉ ନାହିଁ ତାହା କହିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀ ମହାପାତ୍ର।
ଏହି ଦିନ ରାୟଗଡ଼ା ଓ ଭବାନୀପାଟଣା ଗସ୍ତରେ ଆସିବେ ରାଜନାଥ ସିଂହ। ଦୁଇଟି ସଭା ମାଧ୍ୟମରେ ସେ କହିବେ ଯେ ଭାରତୀୟ ଜନତା ପାର୍ଟିର ସରକାର ଆସିଲେ କିପରି ବରିବର୍ତ୍ତନ ହୁଏ, ବିକାଶର ଚିତ୍ର କ’ଣ ହୁଏ ତାହା କହିବେ।
ଶେଷଦିନ ଅର୍ଥାତ୍ ୧୦ ତାରିଖରେ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ସନ୍ଧ୍ୟା ୬ଟାରୁ ମାଷ୍ଟରକ୍ୟାଣ୍ଟିନରୁ ତାଙ୍କ ଶୋଭାଯାତ୍ରା ଆରମ୍ଭ ହେବ। ଏହା ବାଣୀବିହାର ପର୍ଯ୍ୟନ୍ତ ଯିବ। ତା’ପରେ ପ୍ରଧାନମନ୍ତ୍ରୀ ବଲାଙ୍ଗୀରରେ ଜନସଭାକୁ ସମ୍ବୋଧିତ କରିବେ। ୧୧ ତାରିଖ ଦିନକୁ ଏଥିଲାଗି ସ୍ଥିର କରାଯାଇଛି ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।