T20 World Cup 2024 ପାଇଁ କେବେ ଘୋଷଣା କରାଯିବ ଭାରତୀୟ ଦଳ? ପ୍ରକାଶ ପାଇଲା ତାରିଖ
Advertisement
Article Detail0/zeeodisha/odisha2136082

T20 World Cup 2024 ପାଇଁ କେବେ ଘୋଷଣା କରାଯିବ ଭାରତୀୟ ଦଳ? ପ୍ରକାଶ ପାଇଲା ତାରିଖ

ICC T20 World Cup 2024: ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ଜୁନ୍ ୨ ରେ ଆରମ୍ଭ ହେବ। ଏଥର ଟି-୨୦ ବିଶ୍ୱକପ ଆମେରିକା ଓ ୱେଷ୍ଟଇଣ୍ଡିଜ ଦ୍ୱାରା ଆୟୋଜିତ ହେବ। ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କରିବାର ଶେଷ ତାରିଖ ୧ ମଇ ୨୦୨୪ ହୋଇପାରେ।

 

ICC T20 World Cup Squard

ICC T20 World Cup 2024: ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ୨ ଜୁନରୁ ଆରମ୍ଭ ହେବ। ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇଛି ଓ ବର୍ତ୍ତମାନ ପ୍ରଶଂସକମାନେ ଅଂଶଗ୍ରହଣକାରୀ ଦେଶମାନଙ୍କୁ ସେମାନଙ୍କ ସ୍କ୍ୱାର୍ଡ ଘୋଷଣା କରିବାକୁ ଅପେକ୍ଷା କରିଛନ୍ତି। ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଦଳ ଘୋଷଣା କରିବାର ଶେଷ ତାରିଖ ୧ ମେ ହୋଇପାରେ। ବର୍ତ୍ତମାନ ସୁଦ୍ଧା ଆଇସିସି ପକ୍ଷରୁ କୌଣସି ଅଧିକାରୀକ ବୟାନ ଆସିନାହିଁ। ସ୍ପୋର୍ଟ୍ସ ତକ୍ ଅନୁଯାୟୀ ୧ ମେ' ସୁଦ୍ଧା ଦଳ ଘୋଷଣା କରାଯିବ। କେବଳ ଏତିକି ନୁହେଁ, ପ୍ରତ୍ୟେକ ଦଳର ଅଭ୍ୟାସ ମ୍ୟାଚ୍ ଖେଳିବା ପାଇଁ ବିକଳ୍ପ ରହିବ, ଦଳଗୁଡିକ ଉପଲବ୍ଧତା ଅନୁଯାୟୀ ଅଭ୍ୟାସ ଖେଳ ଖେଳିବାର ବିକଳ୍ପ ନେଇପାରିବେ।

ସ୍ପୋର୍ଟସ ତକ୍ ଅନୁଯାୟୀ, ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ରେ ଅଂଶଗ୍ରହଣ କରୁଥିବା ଦଳମାନଙ୍କୁ ଆସନ୍ତା ୧ ତାରିଖ ସୁଦ୍ଧା ୧୫ ଜଣିଆ ଦଳ ଘୋଷଣା କରିବାକୁ ପଡିବ। ଏହା ବ୍ୟତୀତ ମଇ ୨୫ ପର୍ଯ୍ୟନ୍ତ ୧୫ ଜଣିଆ ଦଳରେ ପରିବର୍ତ୍ତନ କରାଯାଇପାରେ, କିନ୍ତୁ ଯଦି ଏହା ପରେ କୌଣସି ପରିବର୍ତ୍ତନ କରିବାକୁ ପଡେ, ତେବେ ଏଥିପାଇଁ ଆଇସିସି ଟେକନିକାଲ୍ କମିଟିର ଅନୁମୋଦନ ନେବାକୁ ପଡ଼ିବ। ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ର ପୁରସ୍କାର ରାଶି ମଧ୍ୟ ଖୁବ ଶୀଘ୍ର ଘୋଷଣା କରାଯିବ। ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ର ଉଦଘାଟନୀ ମ୍ୟାଚ ୨ ଜୁନରେ ଆମେରିକା ଓ କାନାଡା ମଧ୍ୟରେ ଖେଳାଯିବ। 

ଭାରତୀୟ ଦଳର ମ୍ୟାଚ୍ ବିଷୟରେ କହିବାକୁ ଗଲେ ଲିଗ୍ ରାଉଣ୍ଡର ଚାରିଟି ମ୍ୟାଚ୍ ମଧ୍ୟରୁ ତିନୋଟି ନ୍ୟୁୟର୍କରେ ଖେଳାଯିବ ଏବଂ ଗୋଟିଏ ମ୍ୟାଚ୍ ଲାଉଡରହିଲରେ ଖେଳାଯିବ। ଭାରତୀୟ ଦଳକୁ ୫ ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବାକୁ ଥିବାବେଳେ, ଦ୍ୱିତୀୟ ମ୍ୟାଚ୍ ୯ ଜୁନରେ ପାକିସ୍ତାନ ବିପକ୍ଷରେ ଖେଳିବାକୁ ପଡିବ। ତୃତୀୟ ମ୍ୟାଚ୍ ଜୁନ୍ ୧୨ ରେ ଆମେରିକା ବିପକ୍ଷରେ ହେବ ଏବଂ ୧୫ ଜୁନରେ କାନାଡା ସହିତ ଭାରତ ଲିଗ୍ ରାଉଣ୍ଡର ଶେଷ ମ୍ୟାଚ୍ ଖେଳିବ। ନ୍ୟୁୟର୍କରେ ଭାରତ ପ୍ରଥମ ତିନିଟି ଲିଗ୍ ମ୍ୟାଚ୍ ଖେଳିବାକୁ ଥିବାବେଳେ ଶେଷ ଲିଗ୍ ମ୍ୟାଚ୍ ଲାଉଡରହିଲରେ ହେବ।

ଏହା ବି ପଢ଼ନ୍ତୁ: 'ସମସ୍ତଙ୍କ ପାଇଁ ଲାଗୁ କର, ନଚେତ୍ ...', BCCI ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟକୁ ନେଉ ଇରଫାନ୍ ପଠାନଙ୍କ ସାଂଘାତିକ ପ୍ରତିକ୍ରିୟା