KL Rahul: ଟିମ୍ ଇଣ୍ଡିଆରୁ ଏବେ କେଏଲ୍ ରାହୁଲଙ୍କୁ କରନ୍ତୁ ବାହାର, ଏହି ଦିଗ୍ଗଜ କଲେ ଦାବି
Advertisement
Article Detail0/zeeodisha/odisha1502331

KL Rahul: ଟିମ୍ ଇଣ୍ଡିଆରୁ ଏବେ କେଏଲ୍ ରାହୁଲଙ୍କୁ କରନ୍ତୁ ବାହାର, ଏହି ଦିଗ୍ଗଜ କଲେ ଦାବି

Wasim Jaffer On KL Rahul Bad Performance: କେଏଲ ରାହୁଲଙ୍କୁ ରନ୍ ସ୍କୋର କରିବା ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ରନ୍ ସ୍କୋର କରିବା ତ ଦୂରର କଥା ରାହୁଲ କ୍ରିଜରେ ତିଷ୍ଠି ରହିବା ପାଇଁ ସଂଘର୍ଷ କରୁଥିବାର ନଜରକୁ ଆସିଥିଲେ । ବର୍ତ୍ତମାନ ଭାରତର ପୂର୍ବତନ କ୍ରିକେଟର ୱାସିମ ଜାଫର ତାଙ୍କୁ ଟିମ୍ ଇଣ୍ଡିଆରୁ ବାହାର କରିବା କଥା କହିଛନ୍ତି । ଆସନ୍ତୁ ଜାଣିବା ଏହା ବିଷୟରେ ସବୁକିଛି...

KL Rahul: ଟିମ୍ ଇଣ୍ଡିଆରୁ ଏବେ କେଏଲ୍ ରାହୁଲଙ୍କୁ କରନ୍ତୁ ବାହାର, ଏହି ଦିଗ୍ଗଜ କଲେ ଦାବି

Wasim Jaffer On KL Rahul Bad Performance: ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆ ଟେଷ୍ଟ ସିରିଜ (India vs Bangladesh Test Series) କୁ ୨-୦ରେ କ୍ଲିନ୍ ସ୍ୱିପ୍ କରିନେଇଛି । ପ୍ରଥମ ଥର ପାଇଁ ଟେଷ୍ଟ ଅଧିନାୟକ ଭାବେ କେଏଲ୍ ରାହୁଲ (KL Rahul) ସିରିଜ ଜିତିଛନ୍ତି । କିନ୍ତୁ ଅଧିନାୟକ କେଏଲ ରାହୁଲଙ୍କ ବ୍ୟାଟ୍ ପୂରା ସିରିଜରେ ଶାନ୍ତ ରହିଥିଲା । କେଏଲ ରାହୁଲଙ୍କୁ ରନ୍ ସ୍କୋର କରିବା ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ରନ୍ ସ୍କୋର କରିବା ତ ଦୂରର କଥା ରାହୁଲ କ୍ରିଜରେ ତିଷ୍ଠି ରହିବା ପାଇଁ ସଂଘର୍ଷ କରୁଥିବାର ନଜରକୁ ଆସିଥିଲେ । ବର୍ତ୍ତମାନ ଭାରତର ପୂର୍ବତନ କ୍ରିକେଟର ୱାସିମ ଜାଫର (Wasim Jaffer) ତାଙ୍କୁ ଟିମ୍ ଇଣ୍ଡିଆ (Team India) ରୁ ବାହାର କରିବା କଥା କହିଛନ୍ତି । ଆସନ୍ତୁ ଜାଣିବା ଏହା ବିଷୟରେ ସବୁକିଛି...

ପୂର୍ବତନ କ୍ରିକେଟର ୱାସିମ ଜାଫର (Wasim Jaffer) ମନେ କରିଛନ୍ତି ଯେ,  ବାଂଲାଦେଶରେ ଖେଳିଥିବା ଦୁଇ ଟେଷ୍ଟ ସିରିଜରେ ବ୍ୟାଟିଂ ପ୍ରଦର୍ଶନ ପରେ ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ଚାରି ମ୍ୟାଚ୍ ବିଶିଷ୍ଟ ଘରୋଇ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଅଧିନାୟକ କେଏଲ୍ ରାହୁଲଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାହାର ରଖିବା ଉଚିତ୍ । କେଏଲ ରାହୁଲ (KL Rahul) ବାଂଲାଦେଶ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚର ଚାରି ଇନିଂସରେ ମାତ୍ର ୨୨, ୨୩, ୧୦ ଏବଂ ୨ ରନ୍ ସ୍କୋର କରିପାରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ୨୦୨୨ ମସିହାରେ ୪ଟି ଟେଷ୍ଟ ମ୍ୟାଚରେ ୧୭.୧୩ର ଏଭେରେଜରେ କେଏଲ ରାହୁଲ ମାତ୍ର ୧୩୭ ରନ୍ ସଂଗ୍ରହ କରିଛନ୍ତି ।

ESPNcricinfo ସହିତ କଥାବାର୍ତ୍ତା କରି ୱାସିମ ଜାଫର (Wasim Jaffer) କହିଛନ୍ତି ଯେ, ମୋ ମତରେ କେ.ଏଲ୍ ରାହୁଲଙ୍କୁ ବିନା ସନ୍ଦେହରେ ଭଲ କରିବା ଆବଶ୍ୟକ । ଜଣେ ବ୍ୟାଟ୍ସମ୍ୟାନ୍ ଭାବରେ ତାଙ୍କ ପାଖରେ ବହୁତ ସହଜ ସିରିଜ୍ ଥିଲା । ଯଦି ରୋହିତ ଶର୍ମା (Rohit Sharma) ଆସନ୍ତି, ତେବେ କେ.ଏଲ ରାହୁଲ (KL Rahul) କୁ ବାହାରକୁ ଯିବାକୁ ପଡିବ । ୧୪୫ ରନର ଏକ ଛୋଟ ଟାର୍ଗେଟକୁ ପିଛା କରୁଥିବା କେଏଲ ରାହୁଲ ଓ ଶୁଭମାନ ଗିଲଙ୍କ ଡିଫେଣ୍ଡିଂ ରଣନୀତି ଉପରେ ୱାସିମ ଜାଫର ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଟପ୍-ଅର୍ଡର ବ୍ୟାଟ୍ସମ୍ୟାନମାନେ ଚତୁର୍ଥ ଇନିଂସରେ ବାଂଲାଦେଶ ସ୍ପିନରଙ୍କୁ ଚାପ ବଢ଼ାଇବାକୁ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ:-ମୁଖ୍ୟ ଚୟନକର୍ତ୍ତା ହେବା ମାତ୍ରେ ଆକ୍ସନ ମୋଡରେ ଶାହିଦ ଆଫ୍ରିଦି, ସିରିଜର କିଛି ଘଣ୍ଟା ପୂର୍ବରୁ ବଦଳାଇଲେ ଦଳ

ଅଧିକ ପଢ଼ନ୍ତୁ:-ଶିବରାଜଙ୍କ ମନ୍ତ୍ରୀଙ୍କୁ ନିଜ ହାତରେ ଚପଲ ପିନ୍ଧାଇଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜାଣନ୍ତୁ ଏହା ପଛର କାରଣ

ଅଧିକ ପଢ଼ନ୍ତୁ:-ଯୌନ ସମସ୍ୟାରେ ପୀଡ଼ିତ ପୁରୁଷଙ୍କ ପାଇଁ ବରଦାନ ଏହି ମସଲା, ଦାମୀ ଔଷଧର ପଡ଼ିବନି ଆବଶ୍ୟକତା!

 

ବାଂଲାଦେଶ ଭାରତ ବିପକ୍ଷରେ ନିଜର ପ୍ରଥମ ଟେଷ୍ଟ ବିଜୟ ଆଡ଼କୁ ଥିଲା । କିନ୍ତୁ ଶ୍ରେୟାସ ଆୟର (୪୬ ବଲରେ ୨୯ ଅପରାଜିତ) ଓ ରବିଚନ୍ଦ୍ରନ ଅଶ୍ୱିନ (୬୨ ବଲରେ ୪୨ ଅପରାଜିତ) ୧୦୫ଟି ବଲରେ ୭୧ ରନର ପାର୍ଟନରଶିପ୍ କରି ଲକ୍ଷ୍ୟ ହାସଲ କରିନେଇଥିଲେ । ଏଠାରେ କହି ରଖୁଛୁ ଯେ, ଭାରତୀୟ ଦଳକୁ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ମାଟିରେ ୪ଟି ଟେଷ୍ଟ ମ୍ୟାଚର ଏକ ସିରିଜ୍ ଖେଳିବାର ଅଛି ।  ଏହି ସିରିଜ୍ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଏକ ଅଂଶ । କେଏଲ୍ ରାହୁଲଙ୍କ ଖରାପ ପ୍ରଦର୍ଶନକୁ ଦେଖିଲେ ତାଙ୍କୁ ଏହି ସିରିଜରୁ ବାହାରର ରାସ୍ତା ଦେଖାଯାଇପାରେ ।