IND vs AUS Final: ଫାଇନାଲରେ ଏପରି ହୋଇପାରେ ଭାରତ ଓ ଅଷ୍ଟ୍ରେଲିଆର ପ୍ଲେଇଂ 11, ଜାଣନ୍ତୁ ପିଚ୍ ରିପୋର୍ଟ ଓ ମ୍ୟାଚ୍ ପ୍ରେଡିକ୍ସନ୍
Advertisement
Article Detail0/zeeodisha/odisha1966677

IND vs AUS Final: ଫାଇନାଲରେ ଏପରି ହୋଇପାରେ ଭାରତ ଓ ଅଷ୍ଟ୍ରେଲିଆର ପ୍ଲେଇଂ 11, ଜାଣନ୍ତୁ ପିଚ୍ ରିପୋର୍ଟ ଓ ମ୍ୟାଚ୍ ପ୍ରେଡିକ୍ସନ୍

ICC World Cup 2023 Final: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିିନିକିଆ ବିଶ୍ୱକପ ୨୦୨୩ ର ଫାଇନାଲ୍ ମ୍ୟାଚ୍ ଖେଳାଯିବ ।

ICC World Cup 2023 Final

ICC World Cup 2023 Final: ଦିନିକିଆ ବିଶ୍ୱକପ ୨୦୨୩ ର ଫାଇନାଲ୍ ମ୍ୟାଚ୍ ଜିତିବା ପାଇଁ ଭାରତ ଓ ଅଷ୍ଟ୍ରେଲିଆର ଦଳ ସବୁ ପ୍ରକାର ପ୍ରୟାସ କରିବେ । ଉଭୟ ଦଳ ପିଚ୍ ଓ କଣ୍ଡିସନ୍ ଅନୁଯାୟୀ ସର୍ବୋତ୍ତମ ପ୍ଲେଇଂ ଇଲେଭେନ୍ ଖେଳାଇବାକୁ ଚାହାଁନ୍ତି । ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ମ୍ୟାଚ୍ ଆସନ୍ତାକାଲି (୧୯ ନଭେମ୍ବର) ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏହାପୂର୍ବରୁ, ଆସନ୍ତୁ ଜାଣିବା ଫାଇନାଲରେ କିପରି ହୋଇପାରେ ଉଭୟ ଦଳର ପ୍ଲେଇଂ ଇଲେଭେନ୍ ।

ପିଚ୍ ରିପୋର୍ଟ
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନରେନ୍ଦ୍ର ମୋଦୀ ଷ୍ଟାଡିୟମର କଳା ମାଟି ପିଚରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଏହା ହେଉଛି ସମାନ ପିଚ୍ ଯାହା ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଲିଗ୍ ମ୍ୟାଚ୍ ରେ ବ୍ୟବହୃତ ହୋଇଥିଲା । ଏହି ମ୍ୟାଚରେ ଭାରତ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି ଓ ପ୍ରାୟ ୨୦ (୧୯.୩) ଓଭର ବାକିଥାଇ ମ୍ୟାଚ୍ ଜିତି ନେଇଥିଲା । ଦ୍ୱିତୀୟ ଇନିଂସରେ ଏହି ଗ୍ରାଉଣ୍ଡରେ ବ୍ୟାଟିଂ କରୁଥିବା ଦଳ କିଛି ସୁବିଧା ପାଇଥାଏ, କାରଣ ଶେଷ ୧୦ଟି ମ୍ୟାଚ୍‌ରେ ରନକୁ ପିଛା କରୁଥିବା ଦଳ ୬ଟି ରେ ବିଜୟୀ ହୋଇଛି ।

ଏହି ଗ୍ରାଉଣ୍ଡ ମଧ୍ୟ ବୋଲରମାନଙ୍କ ପାଇଁ ସହାୟକ ହୋଇଥାଏ । ବିଶ୍ୱକପ୍‌ର ଲିଗ୍‌ ପର୍ଯ୍ୟାୟରେ ଏହି ଗ୍ରାଉଣ୍ଡରେ ମୋଟ ୪ଟି ମ୍ୟାଚ୍ ଖେଳାଯାଇଥିଲା, ଯେଉଁଥିରେ ଦ୍ରୁତ ବୋଲରମାନେ ୩୫ ୱିକେଟ୍ ନେଇଥିବାବେଳେ, ସ୍ପିନରମାନେ ୨୨ଟି ୱିକେଟ୍ ନେଇଥିଲେ । ଯଦିଓ ସ୍ପିନରମାନେ ୱିକେଟ୍ ନେବାରେ ପଛରେ ରହିଛନ୍ତି, ସ୍ପିନରଙ୍କ ପାଇଁ ଏଠାରେ ସହାୟତା ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆ ଆଡାମ ଜାମ୍ପା ଇଂଲଣ୍ଡ ବିପକ୍ଷରେ ଏଠାରେ ୩ ୱିକେଟ୍ ନେଇଥିଲେ ଏବଂ ଭାରତୀୟ ସ୍ପିନର କୁଲଦୀପ ଯାଦବ ପାକିସ୍ତାନ ବିପକ୍ଷରେ ୨ ୱିକେଟ୍ ନେଇଥିଲେ ।

ମ୍ୟାଚ୍ ପ୍ରେଡିକ୍ସନ୍
ଭାରତ ଲିଗ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ୬ ୱିକେଟ୍ ପରାସ୍ତ କରିଥିଲା । ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଅପରାଜୟ ରହିଛି । ଏଭଳି ପରିସ୍ଥିତିରେ ଆମର ମ୍ୟାଚ୍ ପ୍ରେଡିକ୍ସନ୍ ମିଟର କହୁଛି ଯେ ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆ ଜିତିବା ପ୍ରତିଶତ ଅଧିକ । ସମସ୍ତ ତିନୋଟି ବିଭାଗରେ - ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ଭାରତୀୟ ଦଳ ଟୁର୍ନାମେଣ୍ଟରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛି । ତେଣୁ ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ବିଜୟର ପୂର୍ଣ୍ଣ ସମ୍ଭାବନା ମଧ୍ୟ ଅଛି ।

ଫାଇନାଲ ମ୍ୟାଚ୍ ପାଇଁ ଭାରତର ସମ୍ଭାବ୍ୟ ଏକାଦଶ
ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ଜସପ୍ରୀତ ବୁମରା, କୁଲଦୀପ ଯାଦବ, ମହମ୍ମଦ ସିରାଜ ।

ଫାଇନାଲ ମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆର ସମ୍ଭାବ୍ୟ ଏକାଦଶ
ଟ୍ରାଭିସ୍ ହେଡ୍, ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ଷ୍ଟିଭ ସ୍ମିଥ, ମାର୍ନୁସ ଲାବୁସାଗ୍ନେ, ଗ୍ଲେନ ମ୍ୟାକ୍ସୱେଲ, ଜୋଶ ଇଂଲିସ (ୱିକେଟ୍ କିପର), ପ୍ୟାଟ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ଜୋଶ ହାଜଲେଉଡ ।