T20 World Cup 2022: ପୁଣି ଆହତ ହେଲେ ଆଉ ଜଣେ ଖେଳାଳି, ବର୍ତ୍ତମାନ ଏହି କ୍ରିକେଟର ଟି-20 ବିଶ୍ୱକପରୁ ହେଲେ ବାହାର
Advertisement
Article Detail0/zeeodisha/odisha1401797

T20 World Cup 2022: ପୁଣି ଆହତ ହେଲେ ଆଉ ଜଣେ ଖେଳାଳି, ବର୍ତ୍ତମାନ ଏହି କ୍ରିକେଟର ଟି-20 ବିଶ୍ୱକପରୁ ହେଲେ ବାହାର

T20 World Cup 2022: ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ୍ ଦନୁଷ୍କା ଗୁନାଥିଲାକା ଓ ଦ୍ରୁତ ବୋଲର ପ୍ରମୋଦ ମଦୁଶନ୍ ମଧ୍ୟ ଫିଟନେସ୍ ସମସ୍ୟା ସହ ସଂଘର୍ଷ କରୁଛନ୍ତି । ଉଭୟ ଖେଳାଳିଙ୍କର ମାଂସପେଶୀ ଚାପ ସମସ୍ୟା ରହିଛି । ଏବେ ଦେଖିବାକୁ ବାକି ରହିଲା ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ କେଉଁ ନିଷ୍ପତ୍ତି ନେଉଛି ।

T20 World Cup 2022: ପୁଣି ଆହତ ହେଲେ ଆଉ ଜଣେ ଖେଳାଳି, ବର୍ତ୍ତମାନ ଏହି କ୍ରିକେଟର ଟି-20 ବିଶ୍ୱକପରୁ ହେଲେ ବାହାର

ନୂଆଦିଲ୍ଲୀ: T20 World Cup 2022, Dushmantha Chameera: ଟି-20 ବିଶ୍ୱକପ ୨୦୨୨ର ପ୍ରଥମ ମ୍ୟାଚରେ ଅତି ଶୋଚନୀୟ ଭାବେ ପରାଜିତ ହୋଇଥିବା ଶ୍ରୀଲଙ୍କା ଦଳ ଦ୍ୱିତୀୟ ମ୍ୟାଚରେ ବିଜୟ ହାସଲ କରିଛି । କିନ୍ତୁ ଏହି ସମୟରେ ଶ୍ରୀଲଙ୍କା କ୍ରିକେଟ୍ ଦଳକୁ ଟୁର୍ଣ୍ଣାମେଣ୍ଟ ଆରମ୍ଭରେ ଏକ ବଡ଼ ଝଟକା  ଲାଗିଛି । ଦଳର ଅନ୍ୟତମ ପ୍ରମୁଖ ବୋଲର ଦୁଷ୍ମନଥା ଚାମିରା ଆହତ କାରଣରୁ ଅଷ୍ଟ୍ରେଲିଆରେ ଚାଲିଥିବା ଟି-20 ବିଶ୍ୱକପ ୨୦୨୨ରୁ ବାଦ ପଡିଛନ୍ତି । କ୍ରିକବଜ ଅନୁଯାୟୀ, ଶ୍ରୀଲଙ୍କାର ଦ୍ରୁତ ବୋଲର ଦୁଷ୍ମନଥା ଚାମିରା ଟି-୨୦ ବିଶ୍ୱକପରୁ ବାଦ୍ ପଡିଛନ୍ତି । ପେସର୍ ପୁଣି ଥରେ ଗୁରୁତର ଆହତ ହୋଇଛନ୍ତି । ଆଘାତ ଯୋଗୁଁ ଚାମିରା ୨୦୨୨ ଏସିଆ କପ୍‌ରୁ ବାଦ ପଡିଥିଲେ । କିନ୍ତୁ ସମ୍ପୂର୍ଣ୍ଣ ଫିଟ୍‌ ହେବା ପରେ ତାଙ୍କୁ ଟି-20 ବିଶ୍ୱକପ ଦଳରେ ସାମିଲ କରାଯାଇଥିଲା । ଯେଉଁଠାରେ ସେ ପ୍ରଥମ ଦୁଇଟି ମ୍ୟାଚ୍ ଖେଳିଥିଲେ ।

୩୦ ବର୍ଷୀୟ ଦୁଷ୍ମନଥା ଚାମିରା ଶ୍ରୀଲଙ୍କାର ଗେଲଙ୍ଗରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ବିପକ୍ଷରେ ୭୯ ରନର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ୱିକେଟ୍ ନେବା ସହ ମୋଟ ୧୫ ରନ୍ ଦେଇଥିଲେ । ସେ ନାମିବିଆ ବିପକ୍ଷରେ ୱିକେଟ୍ ନେଇଥିଲେ ମଧ୍ୟ ସେହି ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନଙ୍କ କାରଣରୁ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ୟୁଏଇ ବିପକ୍ଷ ନିଜର ଶେଷ ଓଭର ବୋଲିଂ କରିବାବେଳେ ସେ ଆହତ ହୋଇଛନ୍ତି ।  ଯନ୍ତ୍ରଣା ଯୋଗୁଁ ତାଙ୍କୁ ପଡ଼ିଆରୁ ବାହାରକୁ ଯିବାକୁ ପଡ଼ିଥିଲା । ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ୍ ଦନୁଷ୍କା ଗୁନାଥିଲାକା ଓ ଦ୍ରୁତ ବୋଲର ପ୍ରମୋଦ ମଦୁଶନ୍ ମଧ୍ୟ ଫିଟନେସ୍ ସମସ୍ୟା ସହ ସଂଘର୍ଷ କରୁଛନ୍ତି । ଉଭୟ ଖେଳାଳିଙ୍କର ମାଂସପେଶୀ ଚାପ ସମସ୍ୟା ରହିଛି । ଏବେ ଦେଖିବାକୁ ବାକି ରହିଲା ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ କେଉଁ ନିଷ୍ପତ୍ତି ନେଉଛି ।

ତେବେ ଶ୍ରୀଲଙ୍କା ଦଳ ପାଖରେ ୪ ଜଣ ରିଜର୍ଭ ଖେଳାଳି ଅଛି, ଯେଉଁଥିରେ ଅଶେନ ବାନ୍ଦେରା, ପ୍ରବୀଣ ଜୟଭିକ୍ରମା, ଦୀନେଶ ଚାନ୍ଦିମାଲ ଏବଂ ନୁୱାନିଦୁ ଫର୍ନାଣ୍ଡୋ ସାମିଲ ଅଛନ୍ତି । ଅନ୍ତିମ ୧୫ରେ ଦୁଷ୍ମନଥା ଚାମିରାଙ୍କ ସ୍ଥାନରେ ଏହି ଖେଳାଳିଙ୍କ ମଧ୍ୟରୁ ଜଣେଙ୍କୁ ସୁଯୋଗ ଦିଆଯିବ ବୋଲି ମନେ କରାଯାଉଛି । ତେବେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ତରଫରୁ ଏହାର ଆଧିକାରୀକ ପୃଷ୍ଟି ଏପର୍ଯ୍ୟନ୍ତ କରି ନାହିଁ ।

ଅଧିକ ପଢ଼ନ୍ତୁ:-ହିମାଚଳ ପ୍ରଦେଶ ପାଇଁ ବିଜେପି ଜାରି କଲା ୬୨ ପ୍ରାର୍ଥୀଙ୍କ ପ୍ରଥମ ତାଲିକା, ଦେଖନ୍ତୁ କିଏ କେଉଁଠୁ ଲଢ଼ିବେ ନିର୍ବାଚନ

ଅଧିକ ପଢ଼ନ୍ତୁ:-ହିମାଚଳ ପ୍ରଦେଶ ପାଇଁ କଂଗ୍ରେସ ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା, ସମସ୍ତଙ୍କୁ ଚମକାଇଲା ଦଳ

ଅଧିକ ପଢ଼ନ୍ତୁ:-ହିମାଚଳରୁ ନିରାଶ ହେଲେ କେଜ୍ରିୱାଲ! ଏବେ ଗୁଜୁରାଟରୁ ହିଁ ଆଶା, କିନ୍ତୁ...

ସେପଟେ ବିଗତ ଦିନରେ ଶ୍ରୀଲଙ୍କାର ଦିଲଶନ ମଧୁଶଙ୍କା (Dilshan Madushanka) ଆହତ କାରଣରୁ ଟି-20 ବିଶ୍ୱକପରୁ ବାଦ ପଡିଥିଲେ । ଏହି କାରଣରୁ ଦଳର ସମସ୍ୟା ଆହୁରି ବଢ଼ି ଯାଇଛି । ଦିଲଶାନଙ୍କ ସ୍ଥାନରେ ଜଣେ ଷ୍ଟାର ଖେଳାଳି ଦଳରେ ସୁଯୋଗ ପାଇଛନ୍ତି । ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ରେ ଶ୍ରୀଲଙ୍କା ଦଳ (Sri Lanka Team) ର ଆରମ୍ଭ ଆଦୌ ଭଲ ହୋଇ ନଥିଲା । ଟି-20 ବିଶ୍ୱକପ ପାଇଁ ଦଳ ଆହତ ଦିଲଶାନ ମଧୁଶଙ୍କା (Dilshan Madushanka) ଙ୍କ ସ୍ଥାନରେ ବିନୁରା ଫର୍ନାଣ୍ଡୋ  (Binura Fernando) ଙ୍କୁ ସାମିଲ କରିଛି ।