IND VS AFG: ପ୍ରତ୍ୟାବର୍ତ୍ତନ ମ୍ୟାଚରେ ଶୁବମନଙ୍କ ପାଇଁ ରନ୍ ଆଉଟର ଶିକାର ହେଲେ ରୋହିତ୍, ଗିଲଙ୍କୁ ଦେଲେ 'ଗାଳି', ଭିଡିଓ ଭାଇରାଲ୍
Advertisement
Article Detail0/zeeodisha/odisha2055436

IND VS AFG: ପ୍ରତ୍ୟାବର୍ତ୍ତନ ମ୍ୟାଚରେ ଶୁବମନଙ୍କ ପାଇଁ ରନ୍ ଆଉଟର ଶିକାର ହେଲେ ରୋହିତ୍, ଗିଲଙ୍କୁ ଦେଲେ 'ଗାଳି', ଭିଡିଓ ଭାଇରାଲ୍

Rohit Sharma Run Out Video: କ୍ୟାପଟେନ ରୋହିତ ଶର୍ମା ଇନିଂସର ଦ୍ୱିତୀୟ ବଲରେ ରନ୍ ନେବାକୁ ଦୌଡିଥିଲେ କିନ୍ତୁ ତାଙ୍କ ସାଥୀ ଶୁବମନ ଗିଲ ରୋହିତଙ୍କୁ ଦେଖି ପାରିନଥିଲେ ଓ ରୋହିତ ନନ୍-ଷ୍ଟ୍ରାଇକରେ ପହଞ୍ଚିବା ପରେ ଗିଲ ମଧ୍ୟ ସେଠାରେ ଠିଆ ହୋଇଥିଲେ ଓ ତାଙ୍କ କାରଣରୁ କ୍ୟାପଟେନ ରୋହିତ ଆଉଟ୍ ହୋଇଯାଇଥିଲେ । ଏହାପରେ ରୋହିତଙ୍କ ଉଗ୍ର ରୂପ ଦେଖିବାକୁ ମିଳିଥିଲା।

 

Rohit Sharma Run Out Video

India vs Afghanistan: Rohit Sharma, ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ ଗୁରୁବାର ଦିନ ମୋହାଲିର ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୫୮ ରନ୍ ସ୍କୋର କରିଥିଲା। ଏହାର ଜବାବରେ ଅଧିନାୟକ ରୋହିତ ଓ ଶୁବମନ ଗିଲଙ୍କ ଯୋଡି ଭାରତୀୟ ଦଳ ପାଇଁ ଇନିଂସ ଆରମ୍ଭ କରିବାକୁ ଆସିଥିଲେ। ଆପଣଙ୍କୁ କହିରଖୁଛୁ ଯେ ଅଧିନାୟକ ରୋହିତ ଶର୍ମା ୧୪ ମାସ ପରେ ଟି-୨୦ ଦଳକୁ ଫେରିଥିଲେ ଏବଂ ଫେରିବା ପରେ ସମସ୍ତେ ଆଶା କରିଥିଲେ ଯେ ସେ ପୁଣି ଥରେ ବ୍ୟାଟ୍ ସହିତ ହଇଚଇ ସୃଷ୍ଟି କରୁଥିବା ଦେଖାଯିବ, କିନ୍ତୁ ତାହା ହୋଇପାରି ନଥିଲା।

ଶୁବମନ ଗିଲଙ୍କ ଅସାବଧାନତା ଯୋଗୁଁ ରୋହିତ ଶର୍ମା କୌଣସି ସ୍କୋର ନକରି ରନ୍ ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରିଥିଲେ। ଗିଲଙ୍କ ଏପରି ପ୍ରତିକ୍ରିୟା ଦେଖି କ୍ୟାପଟେନ ରୋହିତ ପାଭିଲିୟନକୁ ଯିବାବେଳେ ତାଙ୍କୁ ତାଗିଦ କରିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଶୀଘ୍ର ଭାଇରାଲ ହେଉଛି।

ଶୁବମନ ଗିଲଙ୍କ ଭୁଲ ଯୋଗୁଁ ଆଉଟ୍ ହୋଇଥିଲେ ରୋହିତ ଶର୍ମା 
ବାସ୍ତବରେ ଅଧିନାୟକ ରୋହିତ ଶର୍ମା ଇନିଂସର ଦ୍ୱିତୀୟ ବଲରେ ରନ୍ ନେବାକୁ ଦୌଡିଥିଲେ, କିନ୍ତୁ ତାଙ୍କ ସାଥୀ ଓପନର ଶୁବମନ ଗିଲ ରୋହିତଙ୍କୁ ଦେଖି ପାରିନଥିଲେ ଏବଂ ଯେତେବେଳେ ରୋହିତ ନନ-ଷ୍ଟ୍ରାଇକରେ ପହଞ୍ଚିଥିଲେ, ଗିଲ ମଧ୍ୟ ସେଠାରେ ଠିଆ ହୋଇଥିଲେ ଏବଂ ଏହି କାରଣ ପାଇଁ କ୍ୟାପଟେନ ରୋହିତଙ୍କୁ ଆଉଟ୍ ହେବକୁ ପଡ଼ିଥିଲା।

ଅଧିନାୟକ ରୋହିତ ଖାତା ନ ଖୋଲିବା ପରେ ରନ୍ ଆଉଟ୍ ହେବା ଯୋଗୁଁ ପୂରା ଷ୍ଟାଡିୟମରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହିଟମ୍ୟାନ ନିଜେ ଶୁବମନ ଗିଲଙ୍କ ଉପରେ କ୍ରୋଧ ପ୍ରକାଶ କରି ପ୍ୟାଭିଲିୟନ ଆଡକୁ ଯାଉଥିବା ବେଳେ ତାଙ୍କୁ କିଛି କଉଥିବାର ନଜର ଆସିଥିଲେ।

ଏପରି ଥିଲା ଆଜିର ମ୍ୟାଚ୍
ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଟସ୍ ଜିତି ରୋହିତ୍ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ।ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୫୯ ରନର ଲକ୍ଷ୍ୟ ଦେଇଥିଲା। ମହମ୍ମଦ ନବୀ ଆଫଗାନିସ୍ତାନ ଦଳ ପାଇଁ ଚମତ୍କାର ବ୍ଯାଟିଂ କରି ୪୨ ରନର ସର୍ବାଧିକ ସ୍କୋର କରିଥିଲେ। ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଆଧାରରେ ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ୬ ୱିକେଟରେ ବିଜୟ ପଞ୍ଜିକରଣ କରିଛି। ୪୦ ବଲରେ ୬୦ ରନର ଇନିଂସ ଖେଳି ଏହି ବ୍ୟାଟ୍ସମ୍ୟାନ୍ ଭାରତୀୟ ଦଳକୁ ୧୭.୩ ଓଭରରେ ବିଜୟୀ କରାଇଥିଲେ।