Mohammed Siraj: ଆଇସିସି ର଼୍ୟାଙ୍କିଙ୍ଗରେ ମହମ୍ମଦ ସିରାଜଙ୍କ ଝଡ଼, ସମସ୍ତଙ୍କୁ ପଛରେ ପକାଇ ହେଲେ ବିଶ୍ୱର ନମ୍ୱର 1
Advertisement
Article Detail0/zeeodisha/odisha1543889

Mohammed Siraj: ଆଇସିସି ର଼୍ୟାଙ୍କିଙ୍ଗରେ ମହମ୍ମଦ ସିରାଜଙ୍କ ଝଡ଼, ସମସ୍ତଙ୍କୁ ପଛରେ ପକାଇ ହେଲେ ବିଶ୍ୱର ନମ୍ୱର 1

Mohammed Siraj:  ୨୮ ବର୍ଷୀୟ ମହମ୍ମଦ ସିରାଜ ବର୍ତ୍ତମାନ ଏକ ନମ୍ବର ODI ବୋଲର ହୋଇଛନ୍ତି । ସେ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଓ ଅଷ୍ଟ୍ରେଲୀୟ ଫାଷ୍ଟ ବୋଲର ଜୋଶ ହାଜଲେଉଡଙ୍କୁ ପଛକୁ ପକାଇଛନ୍ତି । ମହମ୍ମଦ ସିରାଜ ୭୨୯ ପଏଣ୍ଟ ସହ ନମ୍ବର -1 ବୋଲର ହୋଇପାରିଛନ୍ତି ।

Mohammed Siraj: ଆଇସିସି ର଼୍ୟାଙ୍କିଙ୍ଗରେ ମହମ୍ମଦ ସିରାଜଙ୍କ ଝଡ଼, ସମସ୍ତଙ୍କୁ ପଛରେ ପକାଇ ହେଲେ ବିଶ୍ୱର ନମ୍ୱର 1

Mohammed Siraj ICC ODI Bowler Rankings: ଭାରତୀୟ ଦଳର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ସିରାଜ (Mohammed Siraj) ଝଡ଼ ସୃଷ୍ଟି କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ (India vs New Zealand ODI Series) ରେ ବିସ୍ଫୋରକ ପ୍ରଦର୍ଶନ ଯୋଗୁଁ ମହମ୍ମଦ ସିରାଜଙ୍କୁ ଜୋରଦାର ଲାଭ ମିଳିଛି । ମହମ୍ମଦ ସିରାଜ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ବା ଆଇସିସିର ODI ର଼୍ୟାଙ୍କିଙ୍ଗ (ICC Rankings) ରେ ଶୀର୍ଷରେ ପହଞ୍ଚିଛନ୍ତି । ମହମ୍ମଦ ସିରାଜଙ୍କ ପାଇଁ ଏହା ଏକ ବଡ଼ ସଫଳତା । ୨୮ ବର୍ଷୀୟ ମହମ୍ମଦ ସିରାଜ (Mohammed Siraj) ବର୍ତ୍ତମାନ ଏକ ନମ୍ବର ODI ବୋଲର ହୋଇଛନ୍ତି । ସେ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ (Trent Boult) ଓ ଅଷ୍ଟ୍ରେଲୀୟ ଫାଷ୍ଟ ବୋଲର ଜୋଶ ହାଜଲେଉଡ (Josh Hazlewood) ଙ୍କୁ ପଛକୁ ପକାଇଛନ୍ତି । ମହମ୍ମଦ ସିରାଜ ୭୨୯ ପଏଣ୍ଟ ସହ ନମ୍ବର -1 ବୋଲର ହୋଇପାରିଛନ୍ତି । ୭୨୭ ପଏଣ୍ଟ ସହ ହାଜଲେଉଡ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

ମହମ୍ମଦ ସିରାଜ (Mohammed Siraj) ୧୫ ଜାନୁଆରୀ ୨୦୧୯ରେ ଆଡିଲେଡ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ODI ଡେବ୍ୟୁ କରିଥିଲେ । ଏହି ମ୍ୟାଚରେ ମହମ୍ମଦ ସିରାଜ କୌଣସି ୱିକେଟ୍ ପାଇ ନଥିଲେ ନା ପରବର୍ତ୍ତୀ ତିନି ବର୍ଷ ପାଇଁ କୌଣସି ODI ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ । ୬ ଫେବୃଆରୀ ୨୦୨୨ରେ ତିନି ବର୍ଷ ପରେ ସିରାଜ ତାଙ୍କ କ୍ୟାରିୟରର ଦ୍ୱିତୀୟ ODI ଖେଳିଥିଲେ । ଏହା ପରେ ମହମ୍ମଦ ସିରାଜ (Mohammed Siraj) ଚମତ୍କାର ପ୍ରଦର୍ଶନ କରିଥିଲେ । ଆଉ ପଛକୁ ଚାହିଁ ନଥିଲେ ।

ମହମ୍ମଦ ସିରାଜ (Mohammed Siraj) ବର୍ତ୍ତମାନ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ମୋଟ ୨୧ଟି ODI ଖେଳିଛନ୍ତି, ଯେଉଁଥିରେ ସେ ୨୦.୭୩ ଏଭେରେଜରେ ୩୮ ୱିକେଟ୍ ନେଇଛନ୍ତି । ନିକଟ ଅତୀତରେ ମହମ୍ମଦ ସିରାଜ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନୋଟି ODI ମଧ୍ୟରୁ ଦୁଇଟି ଖେଳିଥିଲେ ଯେଉଁଥିରେ ସେ ୫ ୱିକେଟ୍ ନେଇଥିଲେ । ଏହାର ଠିକ୍ ପୂର୍ବରୁ ସେ ଶ୍ରୀଲଙ୍କା ବିପକ୍ଷ ତିନୋଟି ODI ରେ ୯ ୱିକେଟ୍ ନେଇ ଧମାକା କରିଥିଲେ ।

ଅଧିକ ପଢ଼ନ୍ତୁ:-ଆଧାର କାର୍ଡ ଧାରକ ଧ୍ୟାନ ଦିଅନ୍ତୁ; UIDAI ଜାରି କଲା ନୂଆ ଆଦେଶ, କୋଟି କୋଟି ଲୋକ ହେବେ ପ୍ରଭାବିତ!

ଅଧିକ ପଢ଼ନ୍ତୁ:-ଭାରତ-ନ୍ୟୁଜିଲ୍ୟାଣ୍ଡ ସିରିଜ ମଝିରେ ଋଷଭ ପନ୍ତଙ୍କୁ ନେଇ ହେଲା ବଡ଼ ଘୋଷଣା, ଖୁସିରେ ନାଚି ଉଠିବେ ଭାରତୀୟ ଫ୍ୟାନ୍ସ

ଅଧିକ ପଢ଼ନ୍ତୁ:-ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜ ସହ ଶେଷ ହେଲା ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ କ୍ୟାରିୟର! ଖେଳିଲେ ଶେଷ ODI

ବ୍ୟାଟ୍ସମ୍ୟାନଙ୍କ ପାଇଁ ଆଇସିସି ଏକଦିବସୀୟ ମାନ୍ୟତାରେ ଶୁଭମାନ ଗିଲ (Shubman Gill) ଓ ଭାରତୀୟ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ଙ୍କୁ ୨-୨ ସ୍ଥାନର ଲାଭ ହୋଇଛି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ODI ରେ ଦ୍ୱିଶତକ ହାସଲ କରିଥିବା ଗିଲ ଷଷ୍ଠ ସ୍ଥାନରେ ଅଛନ୍ତି । ରୋହିତ ଶର୍ମା ନମ୍ବର ୯ରେ ପହଞ୍ଚିଛନ୍ତି । ଏହି  ଜଣଙ୍କ ବ୍ୟତୀତ ଟପ୍-10ରେ ବିରାଟ କୋହଲି (Virat Kohli) ଅଛନ୍ତି, ଯିଏ ଗୋଟିଏ ସ୍ଥାନ ଖସି ୭ ନମ୍ବରରେ ପହଞ୍ଚିଛନ୍ତି ।