IND Vs ENG: ଦ୍ୱିଶତକ ହାସଲ ପରେ ଭାଇରାଲ ହେଉଛି ଯଶସ୍ୱୀଙ୍କ ପିଲା ଦିନର ଭିଡ଼ିଓ, ଦେଖିଲେ ଆପଣ ବି ହୋଇଯିବେ ଇମୋସନାଲ୍
Advertisement
Article Detail0/zeeodisha/odisha2092503

IND Vs ENG: ଦ୍ୱିଶତକ ହାସଲ ପରେ ଭାଇରାଲ ହେଉଛି ଯଶସ୍ୱୀଙ୍କ ପିଲା ଦିନର ଭିଡ଼ିଓ, ଦେଖିଲେ ଆପଣ ବି ହୋଇଯିବେ ଇମୋସନାଲ୍

India vs England 2nd Test: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ରେ ଭାରତ ପକ୍ଷରୁ ଦମଦାର ପ୍ରଦର୍ଶନ କରିଛନ୍ତି ଯଶସ୍ୱୀ ଜୈସୱାଲ । ଏହି ଟେଷ୍ଟ ମ୍ୟାଚରେ ଜୈସୱାଲ ନିଜ କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି । ଯଶସ୍ୱୀଙ୍କୁ ବାଦ ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସଫଳ ହୋଇପାରିନାହାନ୍ତି ।

ସୌଜନ୍ୟ-ସୋସିଆଲ ମିଡିଆ

India vs England 2nd Test: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ରେ ଭାରତ ପକ୍ଷରୁ ଦମଦାର ପ୍ରଦର୍ଶନ କରିଛନ୍ତି ଯଶସ୍ୱୀ ଜୈସୱାଲ । ଏହି ଟେଷ୍ଟ ମ୍ୟାଚରେ ଜୈସୱାଲ ନିଜ କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି । ଯଶସ୍ୱୀଙ୍କୁ ବାଦ ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସଫଳ ହୋଇପାରିନାହାନ୍ତି । ଫଳରେ ଭାରତ ଏବେ ୮ ୱିକେଟ୍ ହରାଇ ୪୦୦ ରନ ଆଡକୁ ଅଗ୍ରସର ହେଉଛି । ଏହି ମ୍ୟାଚ୍ ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଜୈସୱାଲ ୨୯୦ଟି ବଲ ଖେଳି ୨୦୯ ରନ୍ ହାସଲ କରିଥିଲେ ଯେଉଁଥିରେ ୭ଟି ଛକା ଓ ୧୯ ଚୌକା ସାମିଲ ରହିଛି ।

କିନ୍ତୁ ଦେଶ ପାଇଁ କ୍ରିକେଟ୍ ଖେଳିବା ଯଶସ୍ୱୀଙ୍କ ପାଇଁ ଏତେ ସହଜ ନଥିଲା। ଯଶସ୍ୱୀ ଇଂଲଣ୍ଡର ଅଭିଜ୍ଞ ବୋଲରଙ୍କ ବିପକ୍ଷରେ ନିଜର ପ୍ରଥମ ଦ୍ୱିଶତକ ହାସଲ କରିବା ପରେ ବର୍ତ୍ତମାନ ତାଙ୍କ ପିଲାଦିନର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ତାଙ୍କ ପିଲାଦିନର ସଂର୍ଘଷ ବିଷୟରେ କହୁଥିବା ନଜର ଆସିଛନ୍ତି । ବିଶାଖାପାଟନମ୍‌ ପିଚ୍‌ରେ ଯେଉଁଠାରେ ଭାରତର ଅନ୍ୟ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ହାସଲ କରିବାକୁ ସକ୍ଷମ ହୋଇପାରିନାହାନ୍ତି ସେଠାରେ 22 ବର୍ଷୀୟ ଯୁବ ଓପନର୍ ଯଶସ୍ୱୀ ଦ୍ୱିଶତକ ହାସଲ କରିଛନ୍ତି ।

 

କିନ୍ତୁ ଏକ ସମୟ ଥିଲା ଯେତେବେଳେ ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍ ଙ୍କ ପାଖରେ ଗୋଟିଏ ଓଳି ଖାଇବା ପାଇଁ ଟଙ୍କା ନଥିଲା । ଏକ ସାକ୍ଷାତକାରରେ ଖେଳାଳି କହିଥିଲେ, ‘ପିଲାଦିନେ ଗୋଟିଏ ମ୍ୟାଚ୍ ଖେଳିବା ପାଇଁ ମୋତେ ବହୁ କଷ୍ଟ କରିବାକୁ ପଡୁଥିଲା । ମ୍ୟାଚ୍ ରେ ଭଲ ପ୍ରଦର୍ଶନ କଲେ ମୋତେ 200-300 ଟଙ୍କା କିମ୍ବା ମୋତେ ମଧ୍ୟାହ୍ନ ଭୋଜନ ମିଳୁଥିଲା’ ।

ସେ ଆଉ ମଧ୍ଯ କହିଥିଲେ, ‘ମୁଁ ଯେତେବେଳେ କ୍ରିକେଟ୍ ଖେଳୁଥିଲି, ସେ ସମୟରେ ଘରର ଅବସ୍ଥା ଭଲ ନଥିଲା। ଏମିତି କି, କ୍ରିକେଟ୍ କିଟ୍ କିଣିବା ପାଇଁ ଆମ ପାଖରେ ଟଙ୍କା ନଥିଲା। ମୁଁ ଅନ୍ୟମାନଙ୍କ କିଟ୍ ମାଗି ଆଣି ଖେଳୁଥିଲି’ ।  ସେ ଆହୁରି ମଧ୍ୟ କହିଛନ୍ତି, ‘ଜୀବନରେ କେବେ ବି ହାର ମାନିବା ଉଚିତ୍ ନୁହେଁ, ସମୟ ଯାହା ବି ଥାଉ ନା କାହିଁକି, କିନ୍ତୁ ଯଦି ଆପଣ ଏହା କରିବାକୁ ଚାହାଁନ୍ତି ତେବେ ଆପଣ ତାହା କରିବେ, ପରିଣାମ କ’ଣ ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ନାହିଁ । କାରଣ ଫଳାଫଳ ଭବିଷ୍ୟତରେ ଆସିବ, ବର୍ତ୍ତମାନକୁ କିପରି ସୁଧାରି ହେବ ତାହା ଚେଷ୍ଟା କରିବା ଉଚିତ୍’ ।

ପ୍ରକାଶ ଥାଉ କି, ଯଶସ୍ୱୀ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଛକା ମାରି ନିଜର ଶତକ ପୂରଣ କରିଥିଲେ। ଏହାପରେ ସେ 150 ରନ୍ ହାସଲ କରିବା ପାଇଁ ସେ ଆଉ ଏକ ଛକା ମାରିଥିଲେ । ଯାହାପରେ ଭାରତୀୟ ପ୍ରଶଂସକମାନେ ଯଶସ୍ୱୀଙ୍କ ଦ୍ୱିଶତକ ଶତକ ନେଇ ଆଶା ବାନ୍ଧି ଥିଲେ । ଭାରତର ଇନିଂସର 101 ଓଭରର ଦ୍ୱିତୀୟ ବଲରେ ଚାରିଟି ଛକା ମାରି ଏହି ଯୁବ ଖେଳାଳି ଦ୍ୱିଶତକ ପୂରଣ କରିଥିଲେ । ଫଳରେ ସେ ଟେଷ୍ଟ ମ୍ୟାଚ୍ ରେ ଦ୍ରୁତତମ ଦ୍ୱିଶତକ ହାସଲ କରିବାର ତୃତୀୟ କନିଷ୍ଠ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ।