David Warner: ଭାରତୀୟ ଫ୍ୟାନ୍ସଙ୍କୁ କାହିଁକି କ୍ଷମା ମାଗିଲେ ୱାର୍ଣ୍ଣର? ପୋଷ୍ଟ କରି ଲେଖିଲେ...
Advertisement
Article Detail0/zeeodisha/odisha1970747

David Warner: ଭାରତୀୟ ଫ୍ୟାନ୍ସଙ୍କୁ କାହିଁକି କ୍ଷମା ମାଗିଲେ ୱାର୍ଣ୍ଣର? ପୋଷ୍ଟ କରି ଲେଖିଲେ...

David Warner: ବିଶ୍ୱକପ ଇତିହାସରେ ଷଷ୍ଠ ଥର ପାଇଁ ଏହି ଟ୍ରଫି ଜିତିଛି କଙ୍ଗାରୁ ଦଳ। ତେବେ ବିଶ୍ୱକପ ପରେ ଡେଭିଡ ୱାର୍ଣ୍ଣରଙ୍କ (David Warner) ଏକ ସୋସିଆଲ ମିଡିଆ ପୋଷ୍ଟ ସାମ୍ନାକୁ ଆସିଛି । ଏହି ପୋଷ୍ଟରେ ଖେଳାଳି ଭାରତୀୟ ଫ୍ୟାନ୍ସଙ୍କୁ କ୍ଷମା ମାଗୁଥିବା ଦେଖିବାକୁ ମିଳିଛି।

ସୌ(ସୋସିଆଲ ମିଡିଆ)

David Warner Apologize to fans: ନଭେମ୍ବର ୧୯ରେ ଅହମ୍ମଦାବାଦ ନରେନ୍ଦ୍ର ମୋଦି (Narendra Modi Stadiu) ଷ୍ଟାଡିୟମରେ ଆୟୋଜକ ଭାରତକୁ ପରାସ୍ତ କରି ବିଶ୍ୱକପ ୨୦୨୩ (World Cup 2023) ଟାଇଟଲ ହାତେଇଛି ଅଷ୍ଟ୍ରେଲିଆ (Australia) । ଏଥିସହ ବିଶ୍ୱକପ ଇତିହାସରେ ଷଷ୍ଠ ଥର ପାଇଁ ଏହି ଟ୍ରଫି ଜିତିଛି କଙ୍ଗାରୁ ଦଳ। ତେବେ ବିଶ୍ୱକପ ପରେ ଡେଭିଡ ୱାର୍ଣ୍ଣରଙ୍କ (David Warner) ଏକ ସୋସିଆଲ ମିଡିଆ ପୋଷ୍ଟ ସାମ୍ନାକୁ ଆସିଛି । ଏହି ପୋଷ୍ଟରେ ଖେଳାଳି ଭାରତୀୟ ଫ୍ୟାନ୍ସଙ୍କୁ କ୍ଷମା ମାଗୁଥିବା ଦେଖିବାକୁ ମିଳିଛି।

କାହିଁକି କ୍ଷମା ମାଗିଲେ ଡେଭିଡ ୱାର୍ଣ୍ଣର

ଭାରତ ବିଶ୍ବକପ ଫାଇନାଲରେ (World Cup 2023 Final) ହାରିବା ପରେ ପ୍ରଶଂସକମାନେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ପୋଷ୍ଟ କରିବା ଆରମ୍ଭ କରିଥିଲେ । କେତେକ ଲୋକେ ପରାଜୟ ପାଇଁ ଟିମ୍ ଇଣ୍ତିଆକୁ ଟ୍ରୋଲ କରୁଥିବା ବେଳେ ଅଧିକାଂଶ ପ୍ରଶଂସକ ବିଶ୍ୱକପରେ ଭାରତୀୟ ଦଳର ପ୍ରଦର୍ଶନକୁ ପ୍ରଶଂସା କରିଥିଲେ । ଆଉ କେତେକ ଫ୍ୟାନ୍ସ ଖେଳାଳିଙ୍କୁ ଉତ୍ସାହିତ ମଧ୍ଯ କରିଥିଲେ। ଏହି ସମୟରେ ଜଣେ ସୋସିଆଲ ମିଡିଆ ଉପଭୋକ୍ତା ନିଜ X ଆକାଉଣ୍ଟରୁ ଏକ ପୋଷ୍ଟ କରିଥିଲେ । ୟୁଜର୍ସ ଜଣଙ୍କ ଡେଭିଡ ୱାର୍ଣ୍ଣରଙ୍କୁ ଟ୍ୟାଗ କରି ଲେଖିଥିଲେ, 'ୱାର୍ଣ୍ଣର! ତୁମେ କୋଟି କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଦେଲ । ଆଶ୍ଚର୍ଯ୍ୟର କଥା, ଏହି ପୋଷ୍ଟରେ ୱାର୍ଣ୍ଣର ମଧ୍ଯ ନିଜର ପ୍ରତିକ୍ରିୟା ଦେଇଥିଲେ । ପୋଷ୍ଟର ଉତ୍ତର ଦେବାକୁ ଯାଇ ୱାର୍ଣ୍ଣର (David Warner) ଲେଖିଥିଲେ, 'ମୁଁ ଦୁଖିତ, ଏହା ଏକ ଭଲ ମ୍ୟାଚ୍ ଥିଲା ଓ ସେଠିକାର ପରିବେଶ ଦେଖିବାକୁ ଯୋଗ୍ୟ ଥିଲା। ସମସ୍ତଙ୍କୁ ଧନ୍ୟବାଦ।

ପ୍ରକାଶ ଥାଉ କି, ବିଶ୍ବକପ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫୦ ଓଭରରେ ୨୪୦ ରନ୍ ସ୍କୋର କରିଥିଲା । ୨୪୧ ରନ୍‌ର ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୪୩ ଓଭରରେ ୪ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା ।

ଆସନ୍ତା ବର୍ଷ ଅର୍ଥାତ୍ ୨୦୨୪ରେ ଟି-20 ବିଶ୍ୱକପ୍ (2024 T-20 world cup) ଅନୁଷ୍ଠିତ ହେବାକୁ ଯାଉଛି । ଏହାର ଆୟୋଜନ ପାଇଁ ଆମେରିକା ଓ ୱେଷ୍ଟଇଣ୍ଡିଜକୁ ଦିଆଯାଇଛି। ୧୧ ବର୍ଷ ପରେ ଏହି ଟୁର୍ଣ୍ଣାମେଣ୍ଟ ଜିତିବା ନେଇ ଭାରତୀୟ ଦଳ ପ୍ରାଣପ୍ରଣେ ଚେଷ୍ଟା କରିବ। ୨୦୨୪ ଟି -20 ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଦଳ ଗୁଡ଼ିକ ହେଉଛି - ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ନେଦରଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ପାକିସ୍ଥାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ଆଫଗାନିସ୍ତାନ, ବାଂଲାଦେଶ, ଆୟର୍ଲାଣ୍ଡ, ସ୍କଟଲ୍ୟାଣ୍ଡ, ପାପୁଆ ନ୍ୟୁ ଗିନି, କାନାଡା, ନେପାଳ, ଓମାନ, ଯୁକ୍ତରାଷ୍ଟ୍ର ଓ ୱେଷ୍ଟଇଣ୍ଡିଜ୍ । ଏହି ଟୁର୍ଣ୍ଣାମେଣ୍ଟ କେବଳ ରାଉଣ୍ଡ ରୋବିନ ଫର୍ମାଟରେ ଖେଳାଯିବ ।

Also Read-T20I Series: ଅଷ୍ଟ୍ରେଲିଆ ବିପକ୍ଷ ଟି -20 ସିରିଜ୍ ପାଇଁ ହାର୍ଦ୍ଦିକ ନୁହେଁ ଏହି ଖେଳାଳିଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ