ICC ର଼୍ୟାଙ୍କିଙ୍ଗରେ ବଡ଼ ପରିବର୍ତ୍ତନ, ଦ୍ୱିତୀୟ ନମ୍ୱରରେ ପହଞ୍ଚିଲେ ଶୁବମନ୍ ଗିଲ୍, ଟପ୍-10 କୁ ଫେରିଲେ କୋହଲି-ରୋହିତ
Advertisement
Article Detail0/zeeodisha/odisha1870017

ICC ର଼୍ୟାଙ୍କିଙ୍ଗରେ ବଡ଼ ପରିବର୍ତ୍ତନ, ଦ୍ୱିତୀୟ ନମ୍ୱରରେ ପହଞ୍ଚିଲେ ଶୁବମନ୍ ଗିଲ୍, ଟପ୍-10 କୁ ଫେରିଲେ କୋହଲି-ରୋହିତ

ICC Latest ODI Ranking: ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲ ବୁଧବାର ଦିନ ପ୍ରକାଶିତ ଆଇସିସି ODI ର଼୍ୟାଙ୍କିଙ୍ଗରେ କ୍ୟାରିୟରର ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି । ଏହା ସମେତ ଟପ୍ -10 ରେ କୋହଲି ଓ ରୋହିତ ସ୍ଥାନ ପାଇଛନ୍ତି ।

ICC Men's ODI Player Rankings

ICC Men's ODI Player Rankings: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଦିନିକିଆ କ୍ରିକେଟ୍ ରେ ବ୍ୟାଟ୍ସମ୍ୟାନଙ୍କ ସର୍ବଶେଷ ର଼୍ୟାଙ୍କିଙ୍ଗ ପ୍ରକାଶ କରିଛି । ବୁଧବାର ଦିନ ଜାରି ହୋଇଥିବା ବ୍ୟାଟ୍ସମ୍ୟାନଙ୍କ ସର୍ବଶେଷ ODI ର଼୍ୟାଙ୍କିଙ୍ଗରେ ଭାରତୀୟ ଓପନର୍ ଶୁବମନ ଗିଲ ନିଜ କ୍ୟାରିୟରର ଶ୍ରେଷ୍ଠ ଅର୍ଥାତ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ତାଙ୍କ ବ୍ୟତୀତ ଆଉ ଦୁଇଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍ ଟପ୍-୧୦ ରେ ସାମିଲ ହୋଇଛନ୍ତି ।

ଜାନୁଆରୀ ୨୦୧୯ ପରଠାରୁ ଏହା ପ୍ରଥମ ଥର ପାଇଁ ହୋଇଛଇ, ଯେତେବେଳେ କି ତିନି ଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍ ODI ର଼୍ୟାଙ୍କିଙ୍ଗର ଟପ୍-୧୦ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଶୁବମନ ଗିଲଙ୍କ ବ୍ୟତୀତ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଶ୍ରେଷ୍ଠ ୧୦ ର଼୍ୟାଙ୍କିଙ୍ଗରେ ସ୍ଥାନ ପାଇଛନ୍ତି ।

ଏସିଆ କପରେ ପାକିସ୍ତାନ ବିପକ୍ଷରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ପ୍ରଥମ ୱିକେଟରେ ଶୁବମାନ ଗିଲ ୧୨୧ ରନର ଭାଗିଦାରୀ କରିଥିଲେ । ସେ ୫୮ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ । ସେ ସର୍ବଶେଷ ର଼୍ୟାଙ୍କିଙ୍ଗରେ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି ।

ଶ୍ରୀଲଙ୍କା ବିପକ୍ଷ ଏସିଆ କପ୍‌ର ଶେଷ ମ୍ୟାଚ୍‌ରେ ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରି ଏହି ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ କ୍ରମାଗତ ଅର୍ଦ୍ଧଶତକ ହାସଲ କରିଥିବାବେଳେ ବିରାଟ କୋହଲି ପାକିସ୍ତାନ ବିପକ୍ଷ ଅପରାଜିତ ୧୨୨ ରନ୍‌ର ଇନିଂସ ଖେଳିବାର ଲାଭ ପାଇଛନ୍ତି ।

ଆଇସିସି ପୁରୁଷ ଏକଦିବସୀୟ ବିଶ୍ୱକପ ଆରମ୍ଭ ହେବାକୁ ଏକ ମାସରୁ କମ୍ ସମୟ ବାକି ଅଛି ଓ ପାକିସ୍ତାନରେ ମଧ୍ୟ ଟପ୍-୧୦ ରେ ତିନି ଜଣ ବ୍ୟାଟ୍ସମ୍ୟାନ୍ ଅଛନ୍ତି । କ୍ୟାପଟେନ ବାବର ଆଜମ ଶୀର୍ଷରେ ଅଛନ୍ତି ଓ ଗିଲ ଉପରେ ୧୦୦ ରୁ ଅଧିକ ରେଟିଂ ପଏଣ୍ଟ ଥିବାବେଳେ ଇମାମ-ଉଲ-ହକ ଓ ଫଖର ଜମାନ ଯଥାକ୍ରମେ ପଞ୍ଚମ ଓ ଦଶମ ସ୍ଥାନରେ ରହିଛନ୍ତି ।

ଏହି ନୂଆ ର଼୍ୟାଙ୍କିଙ୍ଗରେ ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ସିରିଜର ତିନୋଟି ମ୍ୟାଚ୍ ଏବଂ ଇଂଲଣ୍ଡ-ନ୍ୟୁଜିଲ୍ୟାଣ୍ଡ ସିରିଜର ଦୁଇଟି ମ୍ୟାଚ୍ ପ୍ରଦର୍ଶନ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଦକ୍ଷିଣ ଆଫ୍ରିକାର ଟେମ୍ବା ବାଭୁମା ତାଙ୍କର ଶେଷ ଆଠଟି ଦିନିକିଆରେ ତିନି ଶତକ ଓ ଦୁଇ ଅର୍ଦ୍ଧଶତକ ହାସଲ କରିବା ପରେ ଶ୍ରେଷ୍ଠ ୨୦ରେ ଅଛନ୍ତି । ୨୧ ଟି ସ୍ଥାନକୁ ଡେଇଁବା ସହିତ ସେ ଏକାଦଶ ସ୍ଥାନରେ ଥିବାବେଳେ ଏହା ପୂର୍ବରୁ ତାଙ୍କର ଶ୍ରେଷ୍ଠ ମାନ୍ୟତା ୨୫ ତମ ସ୍ଥାନ ଥିଲା ।