Dog meatban in south korea: ବିଶ୍ୱର ଏହି ଦେଶ କ’ଣ ପାଇଁ କୁକୁର ମାଂସକୁ ବ୍ୟାନ୍ କରିବାକୁ ଯାଉଛି ?
Advertisement
Article Detail0/zeeodisha/odisha1970223

Dog meatban in south korea: ବିଶ୍ୱର ଏହି ଦେଶ କ’ଣ ପାଇଁ କୁକୁର ମାଂସକୁ ବ୍ୟାନ୍ କରିବାକୁ ଯାଉଛି ?

  ଚୀନ,କୋରିଆ ଉପଦ୍ୱିପରେ କୁକୁର ମାଂସ ସେଠାକାର ବାସିନ୍ଦାଙ୍କ ପ୍ରିୟ ଖାଦ୍ୟ ମଧ୍ଯରୁ ଅନ୍ୟତମ । ଚୀନର ଏଭଳି ଖାଦ୍ୟାଭ୍ୟାସ ପାଇଁ ବିଶ୍ୱ କରୋନା ଭଳି ମହାମାରୀ ଦେଖିଥିଲା । ଏବେ ଦକ୍ଷୀଣ କୋରିଆ ନିଜ ଦେଶରେ କୁକୁର ମାଂସକୁ ବ୍ୟାନ କରିବାକୁ ଯାଉଛି । ସୂଚନାଯୋଗ୍ଯ ଯେ, ଦକ୍ଷୀଣ କୋରିଆରେ କୁକୁର ମାଂସ ଶିଳ୍ପ ବେସ ବଡ଼ ଅଟେ ।

SOCIAL MEDIA

Dog meatban in south korea: 

ଚୀନ,କୋରିଆ ଉପଦ୍ୱିପରେ କୁକୁର ମାଂସ ସେଠାକାର ବାସିନ୍ଦାଙ୍କ ପ୍ରିୟ ଖାଦ୍ୟ ମଧ୍ଯରୁ ଅନ୍ୟତମ । ଚୀନର ଏଭଳି ଖାଦ୍ୟାଭ୍ୟାସ ପାଇଁ ବିଶ୍ୱ କରୋନା ଭଳି ମହାମାରୀ ଦେଖିଥିଲା । ଏବେ ଦକ୍ଷୀଣ କୋରିଆ ନିଜ ଦେଶରେ କୁକୁର ମାଂସକୁ ବ୍ୟାନ କରିବାକୁ ଯାଉଛି । ସୂଚନାଯୋଗ୍ଯ ଯେ, ଦକ୍ଷୀଣ କୋରିଆରେ କୁକୁର ମାଂସ ଶିଳ୍ପ ବେସ ବଡ଼ ଅଟେ । କିନ୍ତୁ କିଛି ସମୟ ଧରି  ଏହାକୁ ନିଷିଦ୍ଧ କରିବାକୁ ଦାବି ହୋଇଆସୁଛି । ନିକଟରେ ସେଠାକାର ସରକାର ମଧ୍ୟ ଏହାକୁ ପ୍ରତିବନ୍ଧିତ  କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ କିଛି ବର୍ଷ ଧରି କୁକୁର ମାଂସ ଖାଇବାକୁ  ସମାଲୋଚନା ତଥା ବିରୋଧ କରାଯାଇ ଏହାକୁ ନିଷିଦ୍ଧ କରିବା ପାଇଁ ଆଇନ ପ୍ରଣୟନ କରିବାକୁ ଦାବି ହେଉଥିଲା ।  ଏଥର ସରକାର କୁକୁର ମାଂସ ବ୍ୟବସାୟକୁ ସମ୍ପୂର୍ଣ୍ଣ ବ୍ୟାନ୍ କରିବାକୁ ଆଇନ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଏହା ସହିତ ସରକାର କୁକୁର ମାଂସ ଶିଳ୍ପ ବ୍ୟାନ ହେବା ଦ୍ୱାରା ପ୍ରଭାବିତ ହେବାକୁ ଯାଉଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି। ତେବେ ପ୍ରଶ୍ନ ଉଠୁଛି ଦକ୍ଷୀଣ କୋରିଆ କ’ଣ ପାଇଁ  କୁକୁର ମାଂସ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତି ନେଇଛନ୍ତି ?

ଯୁବବର୍ଗର ବିରୋଧ

ଦ.କୋରିଆ ଓ କୋରିଆ ବାହାରେ ମଧ୍ୟ କୁକୁର ମାଂସ ଖାଇବାର ପରମ୍ପରାକୁ ସମାଲୋଚନା କରାଯାଉଛି । ବିଶେଷକରି ଦେଶର ଯୁବସମାଜ କୁକୁର ମାଂସ ଭକ୍ଷଣକୁ ବିରୋଧ କରୁଛନ୍ତି । ଦକ୍ଷିଣ କୋରିଆର ଶାସକ ଦଳ ପିପୁଲ୍ସ ପାୱାର ପାର୍ଟିର ପଲିସି  ମୁଖ୍ୟ ୟୁ ଇନ୍-ଡୋଙ୍ଗ ନିକଟରେ ପଶୁ ଅଧିକାର କର୍ମୀ ଏବଂ ସରକାରୀ ଅଧିକାରୀଙ୍କ ଏକ ବୈଠକରେ  କୁକୁର ମାଂସ ଉପରେ ବ୍ୟାନ ବାବଦରେ ସୂଚନା ଦେଇଛନ୍ତି । ଏହି ପ୍ରତିବନ୍ଧକକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଏବଂ ଶାସକ ଦଳ ଏକ ଆଇନ ଆଣିବେ ଏବଂ ସେମାନେ ଏଥିରେ ଅନ୍ୟ ଦଳର ସମର୍ଥନ ମଧ୍ୟ ଲୋଡ଼ିଛନ୍ତି, ତେଣୁ ଏହାକୁ ସଂସଦରେ ପାସ୍ କରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ଶାସକ ଦଳ ଭାବୁଛି।

ପ୍ରଭାବିତ ଲୋକଙ୍କୁ ମିଳିବ କ୍ଷତିପୂରଣ

ଆଇନ ପ୍ରଣୟନ ପରେ ଏହାକୁ ନେଇ କ୍ଷିତଗ୍ରସ୍ତ ହେଉଥିବା  ସମସ୍ତ ଆଇନଗତ ପଞ୍ଜୀକୃତ କୃଷକ,କଂସେଇ, ବ୍ୟବସାୟୀ ଏବଂ ରେଷ୍ଟୁରାଣ୍ଟ ମାଲିକଙ୍କୁ କ୍ଷତିପୂରଣ ଦିଆଯିବ। ଏହାର ଅର୍ଥ କୁକୁର ମାଂସ ଶିଳ୍ପ ସହିତ ଜଡିତ ଲୋକଙ୍କୁ ସର୍ବାଧିକ ସହାୟତା ଦିଆଯିବ । ଦକ୍ଷିଣ କୋରିଆର କୃଷି ମନ୍ତ୍ରୀ ଚୁଙ୍ଗ ହ୍ୱାଙ୍ଗ-କେ କହିଛନ୍ତି ଯେ ସରକାର ଏହି ପ୍ରତିବନ୍ଧକକୁ ଶୀଘ୍ର କାର୍ଯ୍ୟକାରୀ କରିବେ ଏବଂ ଏହି ବ୍ୟବସାୟ ସହ ଜଡିତ ଲୋକଙ୍କୁ ରୋଜଗାର ହରାଇବା ପରିସ୍ଥିତିରେ ସରକାର ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦେବେ ।

କୁକୁର ମାଂସ ଖାଇବା କୋରିଆର  ପୁରୁଣା ପରମ୍ପରା

କୋରିଆ ଉପଦ୍ୱୀପରେ କୁକୁର ମାଂସ ଖାଇବା ଏକ ଦୀର୍ଘ ଦିନର ପରମ୍ପରା । କୁକୁର ମାଂସ ଖାଇବା ଦ୍ୱାରା ଶରିର ଗରମର ମୁକାବିଲା ସହଜରେ କରିଥାଏ ବୋଲି କୋରିଆର ପାରମ୍ପାରିକ ଚିକିତ୍ସା କୁହେ । ଯେଉଁଥିପାଇଁ କୋରିଆରେ କୁକୁର ମାଂସକୁ ଶହଶହ ବର୍ଷ ଧରି ଖିଆ ଯାଉଛି । ତେବେ ଏବେ ସେଠାରେ ଏହାକୁ ବିରୋଧ କରାଯାଉଛି । ଖୋଦ ଦେଶର ରାଷ୍ଟ୍ରପତି ୟୋନ୍ ସୁକ୍ ୟୋଲଙ୍କ ପତ୍ନୀ କିମ୍ କିଓନ୍ ହେ ମଧ୍ୟ କୁକୁର ମାଂସ ଖାଇବାକୁ ସମାଲୋଚନା କରୁଛନ୍ତି। ସେମାନଙ୍କ ହତ୍ୟାକୁ ରୋକିବା ପାଇଁ ସେ ନିଜେ ବୁଲା କୁକୁରଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ।