Uttar Pradesh Govt: ମଥୁରାରେ ବାଙ୍କେ ବିହାରୀ କରିଡ଼ର ନିର୍ମାଣ କରିବେ ଉତ୍ତର ପ୍ରଦେଶ ସରକାର
Advertisement
Article Detail0/zeeodisha/odisha1316241

Uttar Pradesh Govt: ମଥୁରାରେ ବାଙ୍କେ ବିହାରୀ କରିଡ଼ର ନିର୍ମାଣ କରିବେ ଉତ୍ତର ପ୍ରଦେଶ ସରକାର

Banke Bihari Corridor: ରାଜ୍ୟର ମଥିୁରା ଜିଲ୍ଲାର  ବୃନ୍ଦାବନ ସହରରେ ଅବସ୍ଥିତ ବାଙ୍କେ ବିହାରୀ ମନ୍ଦିରରେ ସ୍ୱତନ୍ତ୍ର କରିଡ଼ର ଏପରି ଭାବରେ ନିର୍ମାଣ ହେବ ଯେ ଏଠାକୁ ଆସୁଥିବା ଭକ୍ତ ପବିତ୍ର ଯମୁନା ନଦୀରେ ବୁଡ଼ ପକାଇ କରିଡର ଠାରୁ ସିଧାସଳଖ ମନ୍ଦିରରେ ପହଞ୍ଚି ପାରିବେ। 

Uttar Pradesh Govt: ମଥୁରାରେ ବାଙ୍କେ ବିହାରୀ କରିଡ଼ର ନିର୍ମାଣ କରିବେ ଉତ୍ତର ପ୍ରଦେଶ ସରକାର

Banke Bihari Corridor: ରାଜ୍ୟର ମଥିୁରା ଜିଲ୍ଲାର ବୃନ୍ଦାବନ ସହରରେ ଅବସ୍ଥିତ ବାଙ୍କେ ବିହାରୀ ମନ୍ଦିରରେ ସ୍ୱତନ୍ତ୍ର କରିଡ଼ର ନିର୍ମାଣ କରିବେ ଉତ୍ତର ପ୍ରଦେଶ ସରକାର। ସୋମବାର ଏ ସମ୍ପର୍କରେ ଜଣାଇ ଉତ୍ତର ପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ଲକ୍ଷ୍ମୀ ନାରାୟଣ ଚୌଧୁରୀ କହିଛନ୍ତି ଯେ ତୀର୍ଥଯାତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାର ଖୁବ୍ ଶୀଘ୍ର ବାଙ୍କେ ବିହାରୀ କରିଡର ନିର୍ମାଣ କରିବେ। ମଥୁରା ଜିଲ୍ଲାରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ ଏହି କରିଡର ଏକ ସମୟରେ ପ୍ରାୟ ୫୦ ହଜାରରୁ ଅଧିକ ଭକ୍ତ ବାଙ୍କେ ବିହାରୀ ମନ୍ଦିର ପରିଦର୍ଶନ କରିବେ।

ଉତ୍ତର ପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ଲକ୍ଷ୍ମୀ ନାରାୟଣ ଚୌଧୁରୀ (Uttar Pradesh Cabinet Minister Lakshmi Narayan Chowdhury) କହିଛନ୍ତି ଯେ ରାଜ୍ୟର ମଥିୁରା ଜିଲ୍ଲାର (Mathura District) ବୃନ୍ଦାବନ ସହରରେ (Vrindavan Town) ଅବସ୍ଥିତ ବାଙ୍କେ ବିହାରୀ ମନ୍ଦିରରେ (Banke Bihari Temple) ସ୍ୱତନ୍ତ୍ର କରିଡ଼ର (Banke Bihari Corridor) ଏପରି ଭାବରେ ନିର୍ମାଣ ହେବ ଯେ ଏଠାକୁ ଆସୁଥିବା ଭକ୍ତ ପବିତ୍ର ଯମୁନା ନଦୀରେ (Yamuna River) ବୁଡ଼ ପକାଇ କରିଡର ଠାରୁ ସିଧାସଳଖ ମନ୍ଦିରରେ ପହଞ୍ଚି ପାରିବେ। ମନ୍ଦିରର ପ୍ରାଚୀନ ଗଠନକୁ ଅକ୍ଷୁର୍ଣ୍ଣ ରଖିବା ସହିତ ମନ୍ଦିରର କ୍ଷେତ୍ର ବିଶେଷ କରି ସେହି  ଖୋଲା ସ୍ଥାନ ଯେଉଁ ଠାରେ ଭକ୍ତ ମନ୍ଦିର ପରିଦର୍ଶନ କରିଥାନ୍ତି ତାହାକୁ ବିସ୍ତାର କରାଯିବ।

ମନ୍ତ୍ରୀ ଲକ୍ଷ୍ମୀ ନାରାୟଣ ଚୌଧୁରୀ କହିଛନ୍ତି ଯେ ବାଙ୍କେ ବିହାରୀ କରିଡ଼ର ନିର୍ମାଣ ପାଇଁ ଜମି ଦେଉଥିବା ଲୋକଙ୍କୁ ଉପଯୁକ୍ତ ପରିମାଣର କ୍ଷତିପୂରଣ ପ୍ରଦାନ କରାଯିବା। ଯାହା ଫଳରେ କରିଡର ନିର୍ମାଣ କାର୍ଯ୍ୟରେ କୌଣସି ପାର୍ଶ୍ୱରୁ କୌଣସି ଅସୁବିଧା ଆସିବ ନାହିଁ। ଗତ ୧୯ ତାରିଖରେ ଏଠାରେ ଜନ୍ମାଷ୍ଟମୀ ପାଳନ କରାଯିବା ରାତ୍ରିରେ ମଙ୍ଗଳା ଆରତୀ ସମୟରେ ହଠାତ୍ ମନ୍ଦିର ଭିତରେ ଭକ୍ତଙ୍କ ସମାଗମ ହୋଇଯିବା ପରେ ୨ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିଲେ।

ବାଙ୍କେ ବିହାରୀ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ ହେବା ଅବସରରେ ଲୋକଙ୍କ ଭିଡ଼ ଏତେ ହୋଇଯାଇଥିଲା ଏଠାରେ ୫୦ ଜଣରୁ ଅଧିକ ଲୋକ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ଠାକୁର ବାଙ୍କେ ବିହାରୀଙ୍କ ଦର୍ଶନ ପାଇଁ ଭିଡ଼ ଜମିବା ପରେ ବ୍ୟାଙ୍କ ବିହାରୀ ମନ୍ଦିରରେ ପାଦ ରଖିବାକୁ ମଧ୍ୟ ସ୍ଥାନ ନଥିଲା। ମଙ୍ଗଳା ଆରତୀ ହେଉଛି ସକାଳର ପ୍ରଥମ ଆରତୀ ଯାହା ପ୍ରାୟ ତିନିଟା ଚାରିଟା ସମୟରେ ହୋଇଥାଏ। 

Also Read: UP CM Yogi: କୁମ୍ଭ ମେଳା ବେଳେ ଲୋକଙ୍କୁ ସମୁଦ୍ର ମନ୍ଥନ ଦେଖାଇବେ ଯୋଗୀ ସରକାର

ଅନ୍ୟପଟେ ଏଥର କୁମ୍ଭ ମେଳାରେ ଲୋକଙ୍କୁ ସତ୍ୟ ଯୁଗର ସମୁଦ୍ର ମନ୍ଥନ ଦେଖାଇବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର। ପ୍ରାୟ ୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ୧୫ ଏକର ଜାଗାରେ ଡିଜିଟାଲ କୁମ୍ଭ ସଂଗ୍ରହାଳୟ ନିର୍ମାଣ କରାଯାଉଛି। ଏହି ସଂଗ୍ରହାଳୟ ମନ୍ଦରାଞ୍ଚଳ ପର୍ବତ ସମେତ ଦେବତା ଏବଂ ଦାନବଙ୍କ ମଧ୍ୟରେ ହୋଇଥିବା ସମୁଦ୍ର ମନ୍ଥନ ଦୃଶ୍ୟକୁ ପ୍ରଦର୍ଶିତ କରିବ। ଏହା ଭକ୍ତଙ୍କୁ ସେହି ସମୟକୁ ଅନୁଭବ କରାଇବ ଯେତେବେଳେ ଯେଉଁ ଘଟଣା ଘଟିଥିଲା।

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ (UP CM Yogi Adityanath) ଦର୍ଶନ ହେଉଛି ଯେ ଉତ୍ତର ପ୍ରଦେଶର (Uttar Pradesh) ଧାର୍ମିକ ତଥା ସାଂସ୍କୃତିକ ପର୍ଯ୍ୟଟନକୁ (Religious and Cultural Tourism) ବିଶ୍ୱ ସ୍ତରରେ ପ୍ରୋତ୍ସାହିତ କରାଯିବା ଆବଶ୍ୟକ। ଏହାକୁ ଧ୍ୟାନରେ ରଖି ନିର୍ମିତ ଏହି ସଂଗ୍ରହାଳୟ (Kumbh Museum) ତ୍ୟାଗ ଏବଂ ସନାତନ ଧର୍ମର ଗୌରବମୟ ପରମ୍ପରା ବାବଦରେ ଲୋକଙ୍କୁ  ଅବଗତ କରାଇବ। ଏଠାକୁ ଆସୁଥିବା ପର୍ଯ୍ୟଟକ ଭାରତ ବର୍ଷର ମହାନ ସାଧୁ, ସନ୍ଥ, ଋଷି, ମୁନି, ମହାପୁରୁଷଙ୍କ ବ୍ୟକ୍ତିତ୍ୱ ବାବଦରେ ଜାଣିପାରିବେ। ଆସନ୍ତା ୨୦୨୫ ବର୍ଷରେ ହେବାକୁ ଥିବା ମହାକୁମ୍ଭ ପୂର୍ବରୁ ଏହି ସଂଗ୍ରହାଳୟ ପ୍ରସ୍ତୁତ ହେବ। ଏନେଇ ଉତ୍ତର ପ୍ରଦେଶ ଅରୈଲ ଅଞ୍ଚଳରେ ଜମି ଚିହ୍ନଟ କରାଯାଇଛି।