FM Nirmala Sitharaman: ଆଳୁ-ପିଆଜ-ଟମାଟୋ ଉପରେ ଲାଗିବ GST! ମଣ୍ଡିରେ ପରିବା କିଣି ମତାମତ ନେଲେ ଅର୍ଥ ମନ୍ତ୍ରୀ
Advertisement
Article Detail0/zeeodisha/odisha1386766

FM Nirmala Sitharaman: ଆଳୁ-ପିଆଜ-ଟମାଟୋ ଉପରେ ଲାଗିବ GST! ମଣ୍ଡିରେ ପରିବା କିଣି ମତାମତ ନେଲେ ଅର୍ଥ ମନ୍ତ୍ରୀ

Nirmala Sitharaman Visits Vegetable Mandi: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ଚେନ୍ନାଇର ମିଲାପୋର ଅଞ୍ଚଳସ୍ଥିତ ଏକ ପରିବା ମଣ୍ଡି ପରିଦର୍ଶନ କରିଥିଲେ। ସେ ସେଠାରେ କିଛି ପରିବା କିଣିବା ସହ ଦୋକାନୀ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ।

FM Nirmala Sitharaman: ଆଳୁ-ପିଆଜ-ଟମାଟୋ ଉପରେ ଲାଗିବ GST! ମଣ୍ଡିରେ ପରିବା କିଣି ମତାମତ ନେଲେ ଅର୍ଥ ମନ୍ତ୍ରୀ

Nirmala Sitharaman Visits Vegetable Mandi, ନୂଆଦିଲ୍ଲୀ: ଡାଲି, ଡାଉଳ ପରେ ଏବେ ପନିପରିବା ଉପରେ ଲାଗିପାରେ ବସ୍ତୁ ଓ ସେବା କର (GST)। ଦିନିକିଆ ତାମିଲନାଡୁ ଗସ୍ତ ବେଳେ ଖୋଦ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସଙ୍କେତ ଦେଇଛନ୍ତି। ଶନିବାର ସନ୍ଧ୍ୟାରେ ସେ ଚେନ୍ନାଇର ମିଲାପୋର ଅଞ୍ଚଳସ୍ଥିତ ଏକ ପରିବା ମଣ୍ଡି ପରିଦର୍ଶନ କରିଥିଲେ। ସେ ସେଠାରେ କିଛି ପରିବା କିଣିବା ସହ ଦୋକାନୀ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। କେନ୍ଦ୍ର ମନ୍ତ୍ରୀଙ୍କ ରାସ୍ତା କଡର ପରିବା ମଣ୍ଡି ଗସ୍ତର ଫଟୋ ଓ ଭିଡିଓ ଆସିଲା ପରେ ଲୋକେ ନା ନା କଳ୍ପନା ଜଳ୍ପନା କରୁଛନ୍ତି।

ଶନିବାର ନିର୍ମଳା ସୀତାରମଣଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ତାଙ୍କର କିଛି ଫଟୋ ଓ ଗୋଟିଏ ଭିଡିଓ ସେୟାର କରାଯାଇଥିଲା। ଫଟୋ ଓ ଭିଡିଓରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ପନିପରିବା କିଣିବା ସହ କିଛି ଦୋକାନୀ ଓ ସ୍ଥାନୀୟ ଲୋକଙ୍କ ସହିତ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳୁଛି। ତେବେ ହଠାତ କେନ୍ଦ୍ର ମନ୍ତ୍ରୀଙ୍କୁ ଦେଖି ପନିପରିବା ଦୋକାନୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ନୂଆଦିଲ୍ଲୀ ଫେରିବା ପୂର୍ବରୁ ସୀତାରମଣ ମଣ୍ଡିରୁ ପନିପରିବା କିଣିଥିଲେ। ସେ ମଣ୍ଡିରୁ ମାଟି ଆଳୁ, ପାଞ୍ଚ ବିଡା ଖଡା ଶାଗ, ସାନ୍ଦାକାଇ ଓ ମାନାଥାକାଲି ନାମକ ସ୍ଥାନୀୟ ଶାଗ ଆଣିଥିଲେ।

Also Read:  Drugs Destruction: ଅମିତ ଶାହାଙ୍କ ଆଖି ଆଗରେ ସ୍ୱାହା ହୋଇଗଲା ୪୦୦୦୦ କିଲୋଗ୍ରାମ ନିଶା ଦ୍ରବ୍ୟ

କେନ୍ଦ୍ର ମନ୍ତ୍ରୀଙ୍କ ସହ ବିଜେପି ବିଧାୟକ ଭାନାଥୀ ଶ୍ରୀନିବାସନ ମଧ୍ୟ ମଣ୍ଡି ବୁଲିବାକୁ ଯାଇଥିଲେ। ବିଧାୟକ କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀ ସୀତାରମଣ ପ୍ରଥମେ ସବୁଜ ଖଡାଶାଗ କିଣିବାକୁ ଯାଇଥିଲେ କିନ୍ତୁ ତାହା ଉପଲବ୍ଧ ନ ଥିବାରୁ ସେ ଅନ୍ୟ ସବୁଜ ପରିବା କିଣିଥିଲେ। ପ୍ରଥମେ ମନ୍ତ୍ରୀଙ୍କ ବନ୍ଧୁକଧାରୀ ସୁରକ୍ଷାକର୍ମୀଙ୍କୁ ଦେଖି ଲୋକେ ଭୟ କରୁଥିଲେ। କିନ୍ତୁ ପରେ ସେମାନେ ନିର୍ଭୟରେ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଆଉ କଫି ପିଇବା ପାଇଁ ମଧ୍ୟ ଡାକିଥିଲେ। କିନ୍ତୁ ସମୟ କମ ଥିବାରୁ ସେ ପ୍ରାୟ ୨୦ ମିନିଟ ମଣ୍ଡିରେ ରହି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ।

 

ମିଲାପୋର ଓ ଅର୍ଥ ମନ୍ତ୍ରୀଙ୍କ ମଧ୍ୟରେ ପୁରୁଣା ସମ୍ପର୍କ ରହିଛି। ସେ ଛୋଟ ବେଳେ ମିଲାପୋରକୁ ଗ୍ରୀଷ୍ମ ଛୁଟି କାଟିବାକୁ ଆସୁଥିଲେ ବୋଲି ବିଜେପି ବିଧାୟକ ସୂଚନା ଦେଇଛନ୍ତି। ସେପଟେ କିନ୍ତୁ ମନ୍ତ୍ରୀଙ୍କ ଫଟୋ ଓ ଭଡିଓ ସାମନାକୁ ଆସିବା ପରେ ଅନେକ କଳ୍ପନା ଜଳ୍ପନା ହେଉଛି। ସୋସିଆଲ ମିଡିଆ ୟୁଜର୍ସମାନେ ଏହାକୁ ଅନ୍ୟ ଅର୍ଥରେ ନେଇଛନ୍ତି। ଜଣେ ୟୁଜର୍ସ କରିଛନ୍ତି ଯେ, ଆଗକୁ ପନିପରିବାରେ ଜିଏସଟି ଲାଗିବାକୁ ଯାଉଛି, ଯେଉଁଥିପାଇଁ ଅର୍ଥ ମନ୍ତ୍ରୀ ବଜାରକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି।

Also Read:  'ଇଚ୍ଛାଧାରୀ ନାଗୁଣୀ' ଚୋଟରେ ବେହୋସ ହୋଇଥିଲେ କେଉଁ ହାଇପ୍ରୋଫାଇଲ୍ ନେତା-ମନ୍ତ୍ରୀ?

ଅନ୍ୟପଟେ କିଛି ଲୋକ ମନ୍ତ୍ରୀଙ୍କ ପରିବା କିଣିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କାରଣ ଗୋଟିଏ ଫଟୋରେ ଦେଖିବାକୁ ମିଳୁଛି ଯେ, ମନ୍ତ୍ରୀଙ୍କ କର୍ମଚାରୀ ଏକ ପଲିଥିନରେ କିଛି ପରିବା ଧରିଛନ୍ତି। ଭାରତରେ ସିଙ୍ଗଲ ୟୁଜ ପ୍ଲାଷ୍ଟକ ବ୍ୟାନ କରାଯାଇଛି। ନିୟମ ଉଲ୍ଲଙ୍ଘନ କଲେ ସାଧାରଣ ଜନତାଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। କିନ୍ତୁ ଖୋଦ ମନ୍ତ୍ରୀ ଏହି ପଲିଥିନ ବ୍ୟବବହାର କରିବା କେତେ ଯୁକ୍ତିଯୁକ୍ତ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।