Odisha Election 2024: କେନ୍ଦ୍ର-ରାଜ୍ୟ ସରକାରଙ୍କୁ ସୋନାଲିଙ୍କ ୨୫ ପ୍ରଶ୍ନ
Advertisement
Article Detail0/zeeodisha/odisha2246621

Odisha Election 2024: କେନ୍ଦ୍ର-ରାଜ୍ୟ ସରକାରଙ୍କୁ ସୋନାଲିଙ୍କ ୨୫ ପ୍ରଶ୍ନ

Odisha Election 2024: ନିର୍ବାଚନ ଯେତିକି ପାଖଉଛି ରାଜନୈତିକ ଦଳ ଗୁଡିକ ମଧ୍ୟରେ ଆରୋପ ପ୍ରତ୍ୟାରୋପ ସେତିକି ବଢୁଛି । ଖୋର୍ଦ୍ଧା ପାଇଁ କିଏ କଣ କରିବ ତାହା ଜନସାଧାରଣଙ୍କୁ ପ୍ରତିଶୃତ ମଧ୍ୟ ଦେଉଛନ୍ତି ଆଶାୟୀ । 

Odisha Election 2024: କେନ୍ଦ୍ର-ରାଜ୍ୟ ସରକାରଙ୍କୁ ସୋନାଲିଙ୍କ ୨୫ ପ୍ରଶ୍ନ

Odisha Election 2024: ନିର୍ବାଚନ ଯେତିକି ପାଖଉଛି ରାଜନୈତିକ ଦଳ ଗୁଡିକ ମଧ୍ୟରେ ଆରୋପ ପ୍ରତ୍ୟାରୋପ ସେତିକି ବଢୁଛି । ଖୋର୍ଦ୍ଧା ପାଇଁ କିଏ କଣ କରିବ ତାହା ଜନସାଧାରଣଙ୍କୁ ପ୍ରତିଶୃତ ମଧ୍ୟ ଦେଉଛନ୍ତି ଆଶାୟୀ । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଭୋଟରଙ୍କ ମନ ଜିଣିବା ପାଇଁ ପ୍ରତିଯୋଗିତା ଜାରି ରହିଥିବା ବେଳେ ଆଜି ଖୋର୍ଦ୍ଧା ଠାରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରରେ ୧୦ ବର୍ଷ ଶାସନରେ ଥିବା ବିଜେପି ଓ ରାଜ୍ୟରେ ୨୫ ବର୍ଷ ଶାସନରେ ଥିବା ବିଜେଡି ସରକାର ଉପରେ ବର୍ଷୀଛନ୍ତି କଂଗ୍ରେସ ପ୍ରାର୍ଥୀ ସୋନାଲି ସାହୁ । ଉଭୟ ସରକାରଙ୍କୁ ୨୫ ପ୍ରଶ୍ନ ପଚାରି ତାର ଉତ୍ତର ଆଶା ରଖିଛନ୍ତି ସେ ।

ଉଭୟ ସରକାର ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ପାଇଁ କ'ଣ କରିଛନ୍ତି କହି ସମାଲୋଚନା କରିଛନ୍ତି । ସେହିପରି ନିର୍ବାଚନ ମଣ୍ଡଳୀରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ସମସ୍ୟାର ସମାଧାନ ହୋଇନଥିବା ବେଳେ ପାଣ୍ଡିଆନଙ୍କ ଏମିତି ବ୍ୟୟ ବହୁଳ ପ୍ରଚାର କାହା ପାଇଁ ବୋଲି ପ୍ରଶ୍ନ କରିଛନ୍ତି । ସେହିଭଳି ଖୋର୍ଦ୍ଧା ହସ୍ପିଟାଲରେ ଡାକ୍ତର ଅଭାବ ସହ ଏହା କେବଳ ରେଫର ହସ୍ପିଟାଲ ପାଲଟିଥିବା କହିଛନ୍ତି ସୋନାଲି । ସେହିପରି ଜମିକୁ ଜଳ ସେଚନ ନଥିବା ବେଳେ କାଳିଆ ଯୋଜନା କାହିଁକି ବୋଲି ପଚାରିଛନ୍ତି । ସେହିପରି ଯୁବକଙ୍କୁ ନିଯୁକ୍ତି ମିଳୁନଥିବା ବେଳେ , ମିଶନ ଶକ୍ତିକୁ ଶକ୍ତିହୀନ କରାଯାଇଛି । କେବଳ ସେତିକି ନୁଁହ ଖୋର୍ଦ୍ଧାରେ ଆଇନ ଶୃଙ୍ଖଳା ପରିସ୍ଥିତି ସଙ୍ଗୀନ ହୋଇ ପଡିଥିବା କହିଛନ୍ତି। ପାଇକ ସ୍ମାରକୀକୁ ନେଇ ଉଭୟ ଦଳ ରାଜନୀତି କରୁଛନ୍ତି । ନିର୍ବାଚନ ମଣ୍ଡଳୀରେ ଖଣି ଚୋରି,ଜାତୀୟ ରାଜପଥରେ ଅତ୍ୟଧିକ ଟୋଲ ଆଦାୟ, ଲୋ ଭଲ୍ଟେଜ, ଜଙ୍ଗଲ ଜମି ଓ ସରକାରୀ ଜମିକୁ ହଡପ କରାଯାଉଥିବା କହି କେନ୍ଦ୍ର-ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଏଭଳି ପରିସ୍ଥିତି ପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଛନ୍ତି ସୋନାଲି ।