General Election 2024: ୬ରେ ଆସିବେ ମୋଦୀ; ବ୍ରହ୍ମପୁର ଓ ନବରଙ୍ଗପୁରରେ ରୋଡ ଶୋ’
Advertisement
Article Detail0/zeeodisha/odisha2229472

General Election 2024: ୬ରେ ଆସିବେ ମୋଦୀ; ବ୍ରହ୍ମପୁର ଓ ନବରଙ୍ଗପୁରରେ ରୋଡ ଶୋ’

ଏହା ତାଙ୍କର ପ୍ରଥମ ନିର୍ବାଚନ ପ୍ରଚାର ଗସ୍ତ। ରାଜ୍ୟକୁ ଆସିଥିବା ଜାତୀୟସ୍ତରରର ନେତାମାନେ ଓଡ଼ିଶାରେ ବିଜେଡିର ଦ୍ୱିତୀୟ ସର୍ବୋଚ୍ଚ ନେତା ଭିକେ ପାଣ୍ଡିଆନ୍‍ଙ୍କୁ ଟାର୍ଗେଟ୍‍ କରିଛନ୍ତି। ଯାହା ଲୋକଙ୍କ ଭିତରେ ବେଶ୍‍ ଚର୍ଚ୍ଚା ସୃଷ୍ଟି କରିଛି। ଆଗକୁ ପ୍ରଧାନମନ୍ତ୍ରୀ କିପରି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହାକୁ ନଜର।

General Election 2024: ୬ରେ ଆସିବେ ମୋଦୀ; ବ୍ରହ୍ମପୁର ଓ ନବରଙ୍ଗପୁରରେ ରୋଡ ଶୋ’

General Election 2024: ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଜମୁଛି ପ୍ରଚାର ପରିବେଶ। ମୁଖ୍ୟତଃ ତିନି ଦଳର ଷ୍ଟାର କ୍ୟାମ୍ପେନରମାନେ ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରି ଆସନ ଅକ୍ତିଆର କରିବାକୁ ଚାହିଁଛନ୍ତି। ଲୋକଙ୍କୁ ନିଜ ପ୍ରାର୍ଥୀଙ୍କୁ ଭୋଟ୍‍ ଦେବା ଲାଗି ପ୍ରଚାରସଭା, ଶୋଭାଯାତ୍ରା ପ୍ରଭୃତି ଆୟୋଜନ କରୁଛନ୍ତି। ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମଥର ଲାଗି ଏହି ନିର୍ବାଚନ ପ୍ରଚାର କରିବା ଲାଗି ଓଡ଼ିଶା ଆସୁଛନ୍ତି।  ଆସନ୍ତା ୬ ତାରିଖରେ ତାଙ୍କର ଏହି ଗସ୍ତ ସ୍ଥିର କରାଯାଇଛି। 

ଗସ୍ତ ସମୟରେ ଶ୍ରୀ ମୋଦୀ  ବ୍ରହହ୍ମପୁର ଓ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀଗସ୍ତରେ ଯିବେ। ଏହି ଦୁଇ ନିର୍ବାଚନ ମଣ୍ଡଳୀ ସମେତ କେରାପୁଟ ଓ କଳାହାଣ୍ଡି ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍‍ ଦେବାକୁ ଯାଉଛନ୍ତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦୁଇ ନିର୍ବାଚନ ମଣ୍ଡଳୀରେ ଶ୍ରୀ ମୋଦୀ ଜନ ସଭାକୁ ସମ୍ବୋଧନ କରିବେ। ଏହା ସହ ଶ୍ରୀ ମେଦୀ ଓଡ଼ିଆ ଅସ୍ମିତା, ଭାଷା ଓ ସଂସ୍କୃତିର ସୁରକ୍ଷାର ଲାଗି ଲୋକଙ୍କୁ ଉଦବୋଧନ ଦେଇପାରନ୍ତି।  କାରଣ କିଛିଦିନ ପୂର୍ବରୁ ଏକ ଘରୋଇ ଟିଭି ଚ୍ୟାନେଲ୍‍କୁ ତାଙ୍କର ସାକ୍ଷାତକାର ସମୟରେ ଶ୍ରୀ ମୋଦୀ ଏ ବିଷୟର; କହି ସିଧା ବିଜେଡିକୁ ଟାର୍ଗେଟ୍‍ କରିଥିଲେ।  ମୋଦୀଙ୍କ ଏହି ସଭାରେ ୪ ଲୋକସଭା ମଣ୍ଡଳୀ ଓ ଏହି ଅନ୍ତର୍ଗତ ୨୮ ବିଧାନସଭା ମଣ୍ଡଳୀର ପ୍ରାର୍ଥୀ ଯୋଗଦେବେ। 

ମୋଦୀଙ୍କ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧି  ବି ଦକ୍ଷିଣ ଓଡ଼ିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ସେ ରାୟଗଡ଼ାଠାରେ ଜନସଭାକୁ ସମ୍ବୋଧନ କରିବେ।  ଏହି ସମୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିପାରନ୍ତି। ୫ ତାରିଖ ବା ୯ ତାରିଖରେ ପ୍ରିୟଙ୍କା ଗାନ୍ଧି ଓଡ଼ିଶା ଆସି ରାଜ୍ୟରେ କଂଗ୍ରେସର ଅସ୍ତିତ୍ୱ ଉଦ୍ଧାର ପାଇଁ ଚେଷ୍ଟା କରିବେ। 

ଅପରପକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ୪ ତାରିଖରୁ ଆରମ୍ଭ ହେବ ମାରାଥନ ପ୍ରଚାର ଅଭିଯାନ। ଏହି ଦିନଠାରୁ ସେ ଦକ୍ଷିଣ ଓଡ଼ିଶାର ନିର୍ବାଚନ ହେବାକୁ ଯାଉଥିବା ଅଞ୍ଚଳଗୁଡ଼ିକ ଗସ୍ତ କରି ସେଠାରେ ଜନସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି। 

ତେବେ ସବୁଠାରୁ ଅଧିକ ନଜର ରହିଛି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଗସ୍ତ ଉପରେ। କାରଣ ଏହା ତାଙ୍କର ପ୍ରଥମ ନିର୍ବାଚନ ପ୍ରଚାର ଗସ୍ତ। ରାଜ୍ୟକୁ ଆସିଥିବା ଜାତୀୟସ୍ତରରର ନେତାମାନେ ଓଡ଼ିଶାରେ ବିଜେଡିର ଦ୍ୱିତୀୟ ସର୍ବୋଚ୍ଚ ନେତା ଭିକେ ପାଣ୍ଡିଆନ୍‍ଙ୍କୁ ଟାର୍ଗେଟ୍‍ କରିଛନ୍ତି। ଯାହା ଲୋକଙ୍କ ଭିତରେ ବେଶ୍‍ ଚର୍ଚ୍ଚା ସୃଷ୍ଟି କରିଛି। ଆଗକୁ ପ୍ରଧାନମନ୍ତ୍ରୀ କିପରି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହାକୁ ନଜର।