ଭାଙ୍ଗିବ ସିନ୍ଦେ ସରକାର! ବିଜେପି ନେତା ଏକନାଥଙ୍କ ଘନିଷ୍ଠ ସହଯୋଗୀଙ୍କୁ ଦେଲେ ଡ୍ରାଇଭର ଚାକିରିର ଅଫର
Advertisement
Article Detail0/zeeodisha/odisha1293657

ଭାଙ୍ଗିବ ସିନ୍ଦେ ସରକାର! ବିଜେପି ନେତା ଏକନାଥଙ୍କ ଘନିଷ୍ଠ ସହଯୋଗୀଙ୍କୁ ଦେଲେ ଡ୍ରାଇଭର ଚାକିରିର ଅଫର

Maharashtra Politics: ନିକଟ ଅତୀତରେ ମହାରାଷ୍ଟ୍ରରେ ଏକନାଥ ସିନ୍ଦେ ଗୋଷ୍ଠୀ (Eknath Shinde Camp) ଓ ଭାରତୀୟ ଜନତା ପାର୍ଟି (BJP) ମିଶି ସରକାର ଗଠନ କରିନେଇଛନ୍ତି । ଉଭୟ ଶିବିରର ବିଧାୟକମାନେ ୩୬ ଦିନ ପରେ ମଧ୍ୟ କ୍ୟାବିନେଟର ସମ୍ପ୍ରସାରଣକୁ ଅପେକ୍ଷା କରିଛନ୍ତି । ଏହି ସମୟରେ ବିଜେପି ନେତା (BJP Leader) ସିନ୍ଦେ କ୍ୟାମ୍ପର ମୁଖପାତ୍ର ଦୀପକ କ

ଭାଙ୍ଗିବ ସିନ୍ଦେ ସରକାର! ବିଜେପି ନେତା ଏକନାଥଙ୍କ ଘନିଷ୍ଠ ସହଯୋଗୀଙ୍କୁ ଦେଲେ ଡ୍ରାଇଭର ଚାକିରିର ଅଫର

ମୁମ୍ୱାଇ: Maharashtra Politics: ନିକଟ ଅତୀତରେ ମହାରାଷ୍ଟ୍ରରେ ଏକନାଥ ସିନ୍ଦେ ଗୋଷ୍ଠୀ (Eknath Shinde Camp) ଓ ଭାରତୀୟ ଜନତା ପାର୍ଟି (BJP) ମିଶି ସରକାର ଗଠନ କରିନେଇଛନ୍ତି । ଉଭୟ ଶିବିରର ବିଧାୟକମାନେ ୩୬ ଦିନ ପରେ ମଧ୍ୟ କ୍ୟାବିନେଟର ସମ୍ପ୍ରସାରଣକୁ ଅପେକ୍ଷା କରିଛନ୍ତି । ଏହି ସମୟରେ ବିଜେପି ନେତା (BJP Leader) ସିନ୍ଦେ କ୍ୟାମ୍ପର ମୁଖପାତ୍ର ଦୀପକ କେସରକର (Deepak Kesarkar) ଙ୍କ ବିରୋଧରେ ବୟାନ ଦେଇ ଏକ ରାଜନୈତିକ ଝଡ଼ ସୃଷ୍ଟି କରିଛନ୍ତି । ଦୀପକ କେସରକର ଓ ନାରାୟଣ ରାଣେ (Deepak Kesarkar) ଙ୍କ ମଧ୍ୟରେ ବିବାଦ ପୁଣି ଥରେ ଜୋର ଧରିଛି । ନୀଲେଶ ରାଣେ (Nilesh Rane) କେସରକରଙ୍କୁ ସିଧାସଳଖ ଡ୍ରାଇଭର ଚାକିରିର ଅଫର ଦେଇଛନ୍ତି । ତାଙ୍କ ବୟାନ ସିନ୍ଦ ଗୋଷ୍ଠୀ ଓ ବିଜେପି ମଧ୍ୟରେ ଥିବା ବିବାଦର ସଙ୍କେତ ମିଳିବା ଆରମ୍ଭ ହୋଇଛି । 

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀର ମୁଖପାତ୍ର ଦୀପକ କେସରକର ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ନାରାୟଣ ରାଣେଙ୍କୁ ଜୋରଦାର ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ, ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ନାରାୟଣ ରାଣ ଯୁବ ସେନା ମୁଖ୍ୟ ଆଦିତ୍ୟ ଠାକରେଙ୍କୁ ବଦନାମ କରିଛନ୍ତି । କେସରକର ଏକ ବୟାନ ଦେଇଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଏହାର ଅଭିଯୋଗ କରିଥିଲେ । କିନ୍ତୁ, ଏଥିରୁ ବିଜେପି ମଧ୍ୟରେ ଅସନ୍ତୋଷ ରହିଛି । ବର୍ତ୍ତମାନ ନୀଲଶ ରାଣେ କେସରକରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ।

ରାଣେ କହିଛନ୍ତି ଯେ, "ଦୀପକ କେସରକର କହନ୍ତି ମୁଁ ରାଣେଙ୍କ ସହ କାମ କରିବାକୁ ପ୍ରସ୍ତୁତ ଅଛି । ଯଦି ଆପଣଙ୍କୁ ଚାକିରି ମାଗିବାର ଅଛି ତ ଠିକ୍ ଭାବରେ ମାଗନ୍ତୁ । ଆମର ଗୋଟିଏ ଖାଲି ଡ୍ରାଇଭର ସିଟ୍ ଖାଲି ଅଛି ।" କୌତୁହଳର ବିଷୟ, ଦୀପକ କେସରକର ଏହି ବିବାଦରୁ ପଛକୁ ହଟିଛନ୍ତି । ନିକଟ ଅତୀତରେ ସେ କହିଛନ୍ତି ଯେ ସେ ଆଉ ରାଣେଙ୍କ ବିଷୟରେ କୌଣସି ବୟାନ ଦେବେ ନାହିଁ ।

ଏହା ବି ପଢ଼ନ୍ତୁ:-ଋଷକୁ ୧ ଲକ୍ଷ ସୈନ୍ୟ ଦେବ ଉତ୍ତର କୋରିଆ! ଜାଣନ୍ତୁ ପୁଟିନଙ୍କ ସହାୟତା ବଦଳରେ କିମ ଜୋଙ୍ଗଙ୍କୁ କ'ଣ ମିଳିବ

ଏହା ବି ପଢ଼ନ୍ତୁ:-ରାଜନୀତିରେ ଏଣ୍ଟ୍ରି ମାରିବେ ଉଦ୍ଧବ ଠାକରେଙ୍କ ସାନ ପୁଅ ତେଜସ!

ଏହା ବି ପଢ଼ନ୍ତୁ:-ରେଲୱେ ବାତିଲ କଲା ପୁଣି ୧୭୯ ଟ୍ରେନ୍, ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍

ସେ କହିଛନ୍ତି, "ଗତକାଲି ମୁଁ ଯେଉଁ ପ୍ରସଙ୍ଗ ଉଠାଇଥିଲି, ତାହା ପକ୍ଷପାତ କରାଯାଉଛି । ମୋ ପରିବାର ବିରୁଦ୍ଧରେ ଅଭିଯୋଗ ଆଣିବାବେଳେ ଆପଣ ଚୁପ୍ ରହିଥିଲ ବୋଲି ଉଦ୍ଧବ ଠାକରେ ଅଭିଯୋଗ କରିଥିଲେ । ମୁଁ ତାଙ୍କ ସେହି ବୟାନର ଜବାବ ଦେଇଥିଲି । ଆମେ ଚୁପ୍ ନଥିଲୁ । ଏନେଇ ଦେଶର ସର୍ବୋଚ୍ଚ ନେତାଙ୍କ ପାଖରେ ମଧ୍ୟ ଅଭିଯୋଗ କରାଯାଇଥିଲା ।"