Maharashtra Politics: ଜୁନ ୩୦ ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଲେ ରାଜ୍ୟପାଳ
Advertisement
Article Detail0/zeeodisha/odisha1236805

Maharashtra Politics: ଜୁନ ୩୦ ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଲେ ରାଜ୍ୟପାଳ

Maharashtra Politics: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ନିଜେ ରାଜ୍ୟର ରାଜନୈତିକ ସ୍ଥିତିକୁ ଜାଣି ବିଧାନସଭାରେ ବହୁମତ ପରୀକ୍ଷା କରିବା ଭଳି ନିଷ୍ପତ୍ତି ମଧ୍ୟ ନେଇପାରନ୍ତି। 

Maharashtra Politics: ଜୁନ ୩୦ ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଲେ ରାଜ୍ୟପାଳ

Maharashtra Politics: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଜାରି ରହିଥିବା ବେଳେ ଏହା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟପାଳ ଭଗତ ସିଂହ କୋଶିୟାରୀ। ଆସନ୍ତା ଜୁନ ୩୦ ତାରିଖରେ ରାଜ୍ୟ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ। ଅନ୍ୟପଟେ ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଘାଡି଼ ସରକାର ବହୁମତ ସାବ୍ୟସ୍ତ କରନ୍ତୁ ବୋଲି ଜୋରସୋରରେ ଦାବି କରୁଛନ୍ତି ବିରୋଧି।   

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ବିରୋଧରେ ଶିବସେନା ବିଧାୟକଙ୍କ ବିଦ୍ରୋହ ପରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟର ପରିଣାମ କ'ଣ ହେବ ତାହା ବର୍ତ୍ତମାନ ଜଣାପଡୁନାହିଁ। ହେଲେ ଆଗାମୀ ୪୮ ଘଣ୍ଟା ମହାବିକାଶ ଅଘାଡ଼ି ସରକାର ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। କାରଣ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ନିଜେ ରାଜ୍ୟର ରାଜନୈତିକ ସ୍ଥିତିକୁ ଜାଣି ବିଧାନସଭାରେ ବହୁମତ ପରୀକ୍ଷା କରିବା ଭଳି ନିଷ୍ପତ୍ତି ମଧ୍ୟ ନେଇପାରନ୍ତି। 

ରାଜ୍ୟର ପ୍ରାୟ ୮ ଜଣ ବିଧାୟକ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଏକ ଇମେଲ ପଠାଇ ବିଧାନସଭାରେ ମହାବିକାଶ ଅଘାଡି଼ ସରକାର ତୁରନ୍ତ ବହୁମତ ସାବ୍ୟସ୍ତ କରନ୍ତୁ ବୋଲି ଦାବି କରିଛନ୍ତି। ଅନ୍ୟପଟେ ମହାରାଷ୍ଟ୍ର ବିରୋଧି ଦଳ ନେତା ଦେବେନ୍ଦ୍ର ଫଡନାଭୀସଙ୍କ ଏହି ଦାବି ଉପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ରାଜ୍ୟପାଳ। 

ଅନ୍ୟପଟେ ଜୁନ ୩୦ ତାରିଖରେ ବିଧାନସଭାରେଲ ବହୁମତା ପରୀକ୍ଷ ହେବା ନେଇ ସୋସିଆଲ ମିଡିଆ ଜରିଆରେ ଯେଉଁ ଚିଠି ଭାଇରାଲ ହେଉଛି ତାହା ନକଲି ବୋଲି ମହାରାଷ୍ଟ୍ର ରାଜଭବନ ପକ୍ଷରୁ କୁହାଯାଇଛି। 

ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଉପରେ ପ୍ରତିକ୍ରିୟା ରଖି  ମହାରାଷ୍ଟ୍ର ବିରୋଧି ଦଳ ନେତା ଦେବେନ୍ଦ୍ର ଫଡନାଭୀସ କହିଛନ୍ତି ମୁଁ ଏକ ପତ୍ର ମହାବିକାଶ ଅଘାଡି଼ ସରକାରଙ୍କ ପାଖକୁ ପଠାଇଛି। ଯେଉଁଥିରେ ମୁଁ ୩୯ ଜଣ ଶିବସେନା ବିଧାୟକ ଏନସିପି-କଂଗ୍ରେସ ସହ ରହିବାକୁ ଚାହୁଁନାହାଁନ୍ତି। ଯାହା ଦର୍ଶାଉଛି  ଯେ ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଘାଡି଼ ସରକାର ବିଧାନସଭାରେ ବହୁମତ ହରାଇ ସାରିଛି।  ଆମେ ସରକାରଙ୍କୁ ଅନୁରୋଧ କରୁଛୁ ସେମାନେ ବିଧାନସଭାରେ ନିଜର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦିଅନ୍ତୁ। 

Also Read: Maharashtra Political Crisis: ୪୮ ଘଣ୍ଟାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ରାଜ୍ୟପାଳ