୨୩ ରାଜ୍ୟର ନିର୍ବାଚନ ପ୍ରଭାରୀ ​​ନିଯୁକ୍ତ କଲା BJP, ବୈଜୟନ୍ତ ପଣ୍ଡାଙ୍କୁ ମିଳିଲା ୟୁପି, ଓଡ଼ିଶା ଦେଖିବେ ଏହି ଦୁଇ ନେତା
Advertisement
Article Detail0/zeeodisha/odisha2081371

୨୩ ରାଜ୍ୟର ନିର୍ବାଚନ ପ୍ରଭାରୀ ​​ନିଯୁକ୍ତ କଲା BJP, ବୈଜୟନ୍ତ ପଣ୍ଡାଙ୍କୁ ମିଳିଲା ୟୁପି, ଓଡ଼ିଶା ଦେଖିବେ ଏହି ଦୁଇ ନେତା

BJP New State Incharge List Released: ବିଜେପି ସମସ୍ତ ୨୩ଟି ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଓ ସହ-ପ୍ରଭାରୀ ତାଲିକା ପ୍ରକାଶ କରିଛି। ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଅନେକ ନୂଆ ଚେହେରାକୁ ଦାୟିତ୍ୱ ଦେଇଛି।

 

BJP New State Incharge List Released

Lok Sabha Elections 2024: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଆକ୍ସନ ମୋଡକୁ ଆସିଛି। ଲୋକସଭା ନିର୍ବାଚନ ପାଇଁ ଦଳ ଏହାର ପ୍ରସ୍ତୁତିକୁ ଅନ୍ତିମ ରୂପ ଦେବା ଆରମ୍ଭ କରିଛି। ଶନିବାର ଦିନ (୨୭ ଜାନୁୟାରୀ) ଦଳର ସଭାପତି ଜେପି ନାଡ୍ଡା ନିର୍ବାଚନ ପ୍ରଭାରୀ ଓ ସହ-ପ୍ରଭାରୀ ତାଲିକା ପ୍ରକାଶ କରିଛନ୍ତି। ଏଥିରେ ଓଡ଼ିଶା, ବିହାର, ୟୁପି, ପଶ୍ଚିମବଙ୍ଗ ସମେତ ୨୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିର୍ବାଚନ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ନାମ ରହିଛି।

ଦେଶର ସର୍ବବୃହତ ରାଜ୍ୟ ଉତ୍ତରପ୍ରଦେଶର ଦାୟିତ୍ୱ ବୈଜୟନ୍ତ ପଣ୍ଡାଙ୍କୁ ଦିଆଯାଇଛି। ବିହାରର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେଙ୍କୁ ପଶ୍ଚିମବଙ୍ଗ ପ୍ରଭାରୀ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ଏଠାରେ ତାଙ୍କୁ ମମତା ବାନାର୍ଜୀଙ୍କ ଗଡ଼ରେ ବିଜେପି ପାଇଁ ଫୁଲ ଫୁଟାଇବା ଦାୟିତ୍ୱ ଦିଆଯାଇଛି। ତାଙ୍କୁ ସମର୍ଥନ କରିବା ପାଇଁ ବିଜେପିର ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିଆ ଏବଂ ଆଶା ଲାକ୍ରାଙ୍କୁ ସହ-ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ମଧ୍ୟପ୍ରଦେଶର ଲୋକସଭା ନିର୍ବାଚନରେ ​​ମହେନ୍ଦ୍ର ସିଂ ପ୍ରଭାରି ଓ ସତିଶ ଉପାଧ୍ୟୟଙ୍କୁ ସହ-ପ୍ରଭାରୀ ଦାୟିତ୍ୱରେ ନିଯୁକ୍ତ କରାଯାଇଛି।

ଦୁଶନ୍ତ କୁମାର ଗୈତମ ଉତ୍ତରାଖଣ୍ଡର ପ୍ରଭାରୀ ଦାୟିତ୍ୱ ଗ୍ରହଣ କରିବେ। କେରଳ ପାଇଁ ପ୍ରକାଶ ଜାଭଡେକରଙ୍କୁ ଲୋକସଭା ନିର୍ବାଚନର ପ୍ରଭାରୀ ଦାୟିତ୍ୱରେ ରଖାଯାଇ ଥିବାବେଳେ କର୍ଣ୍ଣାଟକ ପାଇଁ ରାଧା ମୋହନ ଦାସ ଅଗ୍ରୱାଲ ପ୍ରଭାରୀ ଦାୟିତ୍ୱରେ ରହିବେ ଓ ସୁଧାକର ରେଡ୍ଡୀଙ୍କୁ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି।

ଏଥି ସହିତ ବିହାରରେ, ଯେଉଁଠାରେ ବିଜେପି କ୍ଷମତାକୁ ଫେରିବାକୁ ପ୍ରସ୍ତୁତ ହେଉଛି, ସେଠାରେ ବିଧାନସଭା ନିର୍ବାଚନ ପାଇଁ ବିନୋଦ ତାୱଡେଙ୍କୁ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ଯେତେବେଳେ ଦୀପକ ପ୍ରକାଶଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ସେହିଭଳି ହରିୟାଣା ପାଇଁ ବିପ୍ଲବ କୁମାର ଦେବଙ୍କୁ ପ୍ରଭାରୀ ଦାୟିତ୍ୱରେ ରଖାଯାଇଛି ଓ ସୁରେନ୍ଦ୍ର ନାଗରଙ୍କୁ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି। ସାଂସଦ ଲକ୍ଷ୍ମୀକାନ୍ତ ବାଜପେୟୀଙ୍କୁ ଝାଡ଼ଖଣ୍ଡ ପାଇଁ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି।

ବିଜୟପାଲ ସିଂ ତୋମାରଙ୍କୁ ଓଡି଼ଶାର ପ୍ରଭାରୀ ଦାୟିତ୍ୱ ନିଯୁକ୍ତ କରାଯାଇଥିବା ବେଳେ ସୁଶ୍ରା ଲତା ଉସେଣ୍ଡିଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ମିଳିଛି। 

ଏଠାରେ ଦେଖନ୍ତୁ ପୂରା ଲିଷ୍ଟ।