Aparajita Sarangi: ବିଜେଡି କରୁଛି ‘ଅନ୍ଧାରୀ ବିଜେ’; ପାଣ୍ଡିଆନ୍‍ଙ୍କୁ ଟାର୍ଗେଟ କଲେ ଅପରାଜିତା
Advertisement
Article Detail0/zeeodisha/odisha2229984

Aparajita Sarangi: ବିଜେଡି କରୁଛି ‘ଅନ୍ଧାରୀ ବିଜେ’; ପାଣ୍ଡିଆନ୍‍ଙ୍କୁ ଟାର୍ଗେଟ କଲେ ଅପରାଜିତା

ଆମର ସଭାପତି ଟ୍ୱିଟ କଲେ ଏବଂ ସେଥିରେ ସେ ଭଲ ଭାବେ ଲେଖିଛନ୍ତି ବିଜୁ ଜନତା ଦଳ ପକ୍ଷରୁ ଯେଉଁ ଶାସନ ବ୍ୟବସ୍ଥା ଚାଲିଛି ସେଥିରେ ଲୋକ କଲ୍ୟାଣ କାର୍ଯ୍ୟସବୁ ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ। ସେଥିଲାଗି ଆମେ କୌଣସି ମେଣ୍ଟ କରିବାକୁ ଚାହିଁଲୁ ନାହିଁ।

Aparajita Sarangi: ବିଜେଡି କରୁଛି ‘ଅନ୍ଧାରୀ ବିଜେ’; ପାଣ୍ଡିଆନ୍‍ଙ୍କୁ ଟାର୍ଗେଟ କଲେ ଅପରାଜିତା

Aparajita Sarangi: ଭୁବନେଶ୍ୱର: ନିର୍ବାଚନ ରାଜନୀତିରେ ଘିଅ ଢାଳିବାକୁ ଯାଇ ଭୁବନେଶ୍ୱର ସାଂସଦ ଆଜି ବିଜୁ ଜନତା ଦଳ ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏହି ଦଳ ନିର୍ବାଚନର ଦୁଇ ତିନିଦିନ ପୂର୍ବରୁ ‘ଅନ୍ଧାରୀ ବିଜେ’ ନୀତି ଆପଣାଇଥାଏ ଏବଂ ଏଥିରେ ଲୋକଙ୍କୁ ଭୋଟ ଦେବା ଲାଗି ଟଙ୍କା ବାଣ୍ଟେ ବୋଲି କହିଛନ୍ତି ଅପରାଜିତା। ତାଙ୍କ ପାଖରେ ଏହାର ପ୍ରମାଣ ରହିଛି ବୋଲି ଦାବି କରିଛନ୍ତି ସେ। ଖାଲି ସେତିକି ନୁହେଁ ଏଠାରେ ଜଣେ ସାନବାବୁ ବଡ଼ବାବୁ ହେବା ଲାଗି ମଞ୍ଚ ଉପରେ ଓଡ଼ିଆ ନେତାଙ୍କୁ ସୁଯୋଗ ଦେଉ ନାହାନ୍ତି ବୋଲି କହିଛନ୍ତି ଅପରାଜିତା। 

ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଷଡ଼ଙ୍ଗୀ କହିଛନ୍ତି, ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନ ସମୟରେ ଏକ ଅଦ୍ୱିତୀୟ ଯୋଜନା ପ୍ରଚଳନ କରାଯାଉଛି। ଏହାର ନାଁ ‘ଅନ୍ଧାରୀ ବିଜେ’। ବିଗତ ନିର୍ବାଚନରେ ବିଜେଡି ଲୋକମାନେ ଆମକୁ କହିଛନ୍ତି, ଆମପାଖରେ ଭିଡିଓ ରେକର୍ଡିଂ ବି ରହିଛି ବୋଲି ସେ ଅଭିଯୋଗ କରିଛନ୍ତି। ଖାଲି ସେତିକି ନୁହେଁ ୨୦୧୯ ନିର୍ବାଚନରେ ବିଜେଡି ଜଣେ ଭୋଟରଙ୍କୁ ୬୦୦  ହିସାବରେ ଟଙ୍କା ବାଣ୍ଟିଛି ଏବଂ ଏଥର ଅର୍ଥକୁ ୬୦୦ ଟଙ୍କାରୁ ୧୦୦୦ ଟଙ୍କାକୁ ମୁଣ୍ଡ ପିଛା  ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି। ଏହାକୁ ବ୍ୟାଖ୍ୟା କରି ସେ କହିଛନ୍ତି, ୫ ବର୍ଷ ପାଇଁ ୬୦୦ ଟଙ୍କା ଅର୍ଥ ପ୍ରତିଦିନ ଜଣେ ଭୋଟରଙ୍କୁ ସେମାନେ ୫୪ ପଇସା ଦେଉଛନ୍ତି। ଏହା କ’ଣ ଭୋଟର ଦାମ୍‍  ବୋଲି ପଚାରିଛନ୍ତି ସାଂସଦ ଷଡ଼ଙ୍ଗୀ।

୬ଟି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଘେରିଛନ୍ତି ଅପରାଜିତା। ଏଗୁଡ଼ିକ ହେଲା, ନିଷ୍କ୍ରିୟ ସରକାର, ବେକାରୀ ସମସ୍ୟା ଓଦାରିଦ୍ର୍ୟ, ଭ୍ରଷ୍ଟାଚାର ଓ ଦୁର୍ନୀତି, ନିମ୍ନମାନର ସେବା, ଓଡ଼ିଆ ଅସ୍ମିତା ଓ ଅଣ ଓଡ଼ିଆ ଆଧିପତ୍ୟ,  ଏବଂ ନିର୍ବାଚନ ପୂର୍ବରୁ ‘ଅନ୍ଧାରୀ ବିଜେ’। 
ବାରମ୍ବାର ଆମ ପ୍ରଧାନମନ୍ତ୍ରୀ ଓ ଅନ୍ୟ ନେତୃତ୍ୱ ଓଡ଼ିଆ ଅସ୍ମିତା କଥା କହୁଛନ୍ତି । ମୁଁ ୨୪ ବର୍ଷ ପ୍ରଶାସକ ଭାବେ କାମ କରିଛି। ଏ ସରକାରଙ୍କ ସହ କାମ କରିଛି। ଉଠା ଜଳସେଚନ ହେଉ ବା ହସ୍‍ପିଟାଲ, ପର୍ଯ୍ୟଟନ, ଲକ୍ଷ୍ମୀ ବସ୍‍ ହେଉ ଏସବୁ ପ୍ରକଳ୍ପକୁ ଅଧିକାଂଶ ଅଣ ଓଡ଼ିଆ ପରିଚାଳନା କରୁଛନ୍ତି। ଆମ ପିଲା କ’ଣ କମ୍‍ ଅଛନ୍ତି? ଓଡ଼ିଶାବାସୀ କାହିଁକି ଏସବୁ କାମ କରିବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା। 

ଜଳ, ଜଙ୍ଗଲ ଜମି ସବୁ ଅଣ ଓଡ଼ିଆ। ଖଣିଜ ଉତ୍ତଳନକାରୀ ବି ଅଣ ଓଡ଼ିଆ। ଏହା ଓଡ଼ିଆ ଅସ୍ମିତାର କଥା। ଜଣେ ସାନବାବୁ ବଡ଼ବାବୁ ହେବାରର ସ୍ୱପ୍ନ ଦେଖୁଛନ୍ତି। ସେ କେବଳ ମଞ୍ଚ ଉପରେ ରହିବେ ଅନ୍ୟ ନେତା ଚଢ଼ିପାରିବେ ନାହିଁ। ଏହା ଓଡ଼ିଆ ଅସ୍ମିତାର କଥା। ଓଡ଼ିଆ କମ୍ପାନୀ, ଓଡ଼ିଆ ଲୋକ ଓଡ଼ିଆ ଠିକାଦାରଙ୍କ ଉପରେ କାହିଁକି ସାନବାବୁ ପ୍ରଶ୍ନ ଲଗାଉଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ଅପରାଜିତା।

ଇକୋ ଟୁରିଜିମ୍ ପ୍ରକଳ୍ପରେ ସ୍ଥାନୀୟ ଲୋକ ଲାଭ ପାଇବା କଥା। କିନ୍ତୁ ବାହାର ଲୋକଙ୍କୁ  ସରକାର ଏହି ଦାୟିତ୍ୱ ଦେଉଛନ୍ତି। ବାହାର ଲୋକଙ୍କୁ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟ ସରକାର ରାତି ପିଛା ଗୋଟିଏ ପ୍ରକଳ୍ପ ଳାଗି ୪୦ ହଜାର ଟଙ୍କା ଦେଉଛନ୍ତି କେବଳ ପରିଚାଳନା କରିବା ଲାଗି। ତିନି ମାସ ପାଇଁ ଏହି ଟଙ୍କା ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। 

କେନ୍ଦ୍ର ସରକାରଙ୍କ ଯୋଜନାକୁ ହଡ଼ପ କରୁଛନ୍ତି ରାଜ୍ୟ ସରକାର। ଚାଉଳ ଯୋଜନାରେ କେନ୍ଦ୍ର ସମସ୍ତ ପଇସା ଦେଉଛନ୍ତି କିନ୍ତୁ ରାଜ୍ୟ ସରକାର ତାଙ୍କ ଲୋଗୋ ଲଗାଇ ବିତରଣ କରୁଛନ୍ତି। ଏହା ଦୁଃସ୍ଥ ପ୍ରଶାସନିକ ବ୍ୟବସ୍ଥା ବୋଲି କହିଛନ୍ତି ଅପରାଜିତା। ୪୫୦ କୋଟି ଟଙ୍କା କ’ଣ ହେଲା, ବିଜୁ ଯୁବ ବାହିନୀରେ। ସେମାନେ କେଉଁଠି ଅଛନ୍ତି ବୋଲି ପ୍ରଶ୍ନ ପଚାରିଛନ୍ତି ଅପରାଜିତା। 

ମେଣ୍ଟ ଚର୍ଚ୍ଚା ସମ୍ପର୍କରେ ନିଜର ମତ ରଖି ସେ କହିଛନ୍ତି, ଆମେ ବୁଝାମଣା କରିବା ପାଇଁ ରାଜି ହେଲୁ ନାହିଁ। କାରଣ ବିଚାରଧାରା ମିଶୁ ନାହିଁ। ଯେତେବେ ଆମର ସଭାପତି ଟ୍ୱିଟ କଲେ ଏବଂ ସେଥିରେ ସେ ଭଲ ଭାବେ ଲେଖିଛନ୍ତି ବିଜୁ ଜନତା ଦଳ ପକ୍ଷରୁ ଯେଉଁ ଶାସନ ବ୍ୟବସ୍ଥା ଚାଲିଛି ସେଥିରେ ଲୋକ କଲ୍ୟାଣ କାର୍ଯ୍ୟସବୁ ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ। ସେଥିଲାଗି ଆମେ କୌଣସି ମେଣ୍ଟ କରିବାକୁ ଚାହିଁଲୁ ନାହିଁ।