Advertisement
Photo Details/zeeodisha/odisha1597256
photoDetails0hindi

Masan Holi: ଏଠାରେ ଶ୍ମଶାନ ପାଉଁସରେ ଖେଳାଯାଇଥାଏ ହୋଲି, ଦେଖନ୍ତୁ ଫଟୋ

Masan Holi Varanasi: ଦିନ କେଇଟା ପରେ ଆସୁଛି ରଙ୍ଗ ଓ ଭାଇଚାରା ପର୍ବ ହୋଲି । ମଦଭେଦ ସହ ମନାନ୍ତର ଓ ମତାନ୍ତର ଦୂର କରିଥାଏ ଏହି ଭାଇଚାରାର ପର୍ବ ହୋଲି । ତେବେ ହୋଲି ଏକାଦଶୀ ଦିନ କାଶୀରେ ଏମିତି ଏକ ଖେଳାଯାଏ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ । ଏହି ହୋଲି ଖୋଳ ଦେଖିବା ଲାଗି ଦେଶ ବିଦେଶରୁ ଆସି ଲୋକେ ଶ୍ମଶାନରେ ପହଁଞ୍ଚି ଥାଆନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏଠି ରଙ୍ଗ ଅବରରେ ନୁହେଁ ବରଂ ଶ୍ମଶାନ ପାଉଁସରେ ହୋଲି ଖେଳାଯାଏ ।

1/5

ମଥୁରା ନଗରୀ ଓ ୟୁପିର ହୋଲି ବିଶ୍ବ ପ୍ରସିଦ୍ଧ ଅଟେ କିନ୍ତୁ କାଶୀରେ ଖେଳା ଯାଉଥିବା ହୋଲର ଏକ ନିଜସ୍ବ ବିଶେଷ୍ବତ ରହିଛି । ଏକାଦାଶୀ ଦିନ ଏଠାରେ ଏପରି ଏକ ହୋଲି ଖେଳା ଯାଏ ଯାହାକୁ ଦେଖିବା ଲାଗି ଦେଶ ବିଦେଶରୁ ଆସି ଲୋକେ ଶ୍ମଶାନରେ ପହଁଞ୍ଚି ଥାଆନ୍ତି । ଏହି ଦିନ ଶ୍ମଶାନ ପାଉଁସରେ ଖୋଳାଯାଇଥାଏ ହୋଲି

2/5

 କାଶୀର ହରିଶ୍ଚଚନ୍ଦ୍ର ଶ୍ମଶାନ ଘାଟରେ ଶ୍ମଶାନ ପାଉଁସରେ ହୋଲି ଖେଳିବା ନେଇ ବହୁ ଆଗରୁ ପରମ୍ପରା ରହିଛି । ଏହା ଆମଲକି ଏକାଦଶୀ ଭାବରେ ବେଶ ଜଣାଶୁଣା ।

3/5

ଆଜିକାଲି ବୋଲି ନୁହେଁ ଏଠାରେ ଶ୍ମଶାନ ପାଉଁସ ସହ ହୋଲି ଖେଳିବାର ପରମ୍ପରା ପ୍ରାୟ ୩୦୦ ବର୍ଷରୁ ଅଧିକ ପୁରୁଣା ଅଟେ । ବିଶ୍ବାସ ରହିଛି ଯେ, ବାବା ବିଶ୍ବନାଥ ପ୍ରତିବର୍ଷ ହୋଲିରେ ମାଣିକର୍ଣ୍ଣିକା ଘାଟକୁ ଆସି ଭୂତ ଓ ଆତ୍ମାଙ୍କ ସହ ହୋଲି ଖେଳନ୍ତି ।

4/5

ଦୁନିଆର ସବୁଠାରୁ ଅନନ୍ୟ ହୋଲି ଏହିଠାରେ ପାଳନ କରାଯାଏ । ଭକ୍ତମାନେ ଶ୍ମଶାନ ପାଉଁସ ଓ ଅବିରରେ ଆକାଶକୁ ଭରି ଦିଅନ୍ତି ।

5/5

ଶ୍ମଶାନ ପାଉଁସ ସହ ଏହି ହୋଲି ମାଣିକର୍ଣ୍ଣିକା ଘାଟରେ ଜଳୁଥିବା ଚିତା ମଧ୍ଯରେ ଖେଳାଥାଇଥାଏ । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ମହା ଶ୍ମଶାନ ନାଥ ଓ ମଶାନ କାଳୀଙ୍କୁ ମଧ୍ଯରାତ୍ରୀ ଆରତୀ କରାଯାଇଥାଏ । ଏହାପରେ ବାବା ଓ ମାତାଙ୍କୁ ପାଉଁସ ଓ ଅବିର ଅର୍ପଣ କରାଯାଇଥାଏ । ଏହାପରେ ଚିତା ଭସ୍ମରେ ହୋଲି ଖେଳ ଆରମ୍ଭ ହୋଇଥାଏ ।