Advertisement
Photo Details/zeeodisha/odisha1567061
photoDetails0hindi

Pension Scheme: ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର; ପାଇବେ ଅଧିକ ପେନସନ, ମାର୍ଚ୍ଚ ୩ ପୂର୍ବରୁ କରନ୍ତୁ ଆବେଦନ

Pension News: ମାର୍ଚ୍ଚ ୩ ସମସ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ତାରିଖ ଅଛି । ସରକାର ତରଫରୁ ପେନସନ ସମ୍ବନ୍ଧୀୟ ଅପଡେଟ୍ ସମୟ ସମୟରେ ଜାରି କରାଯାଇଥାଏ । ଇପିଏଫଓ (EPFO) ବର୍ତ୍ତମାନ କହିଛି ଯେ, ଉଚ୍ଚ ଭବିଷ୍ୟତ ନିଧି ପେନସନ୍‌ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିଛି । ଏହି ନିଷ୍ପତ୍ତି ଅନୁଯାୟୀ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅଧିକ ପେନସନ୍ ଦେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି ।

1/8

Pension Scheme: ଦେଶର ସରକାରୀ କର୍ମଚାରୀ (Government Employees) ଙ୍କ ପାଇଁ ଏକ ବଡ଼ ଖବର ଅଛି । ଯଦି ଆପଣ ମଧ୍ୟ ଏକ ଚାକିରି କରୁଛନ୍ତି ଓ ପେନସନ (Pension) ର ଲାଭ ଉଠାଇବାକୁ ଚାହୁଁଛନ୍ତି । ତେବେ ମାର୍ଚ୍ଚ ୩ ସମସ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ତାରିଖ ଅଛି । ସରକାର ତରଫରୁ ପେନସନ ସମ୍ବନ୍ଧୀୟ ଅପଡେଟ୍ ସମୟ ସମୟରେ ଜାରି କରାଯାଇଥାଏ । ଇପିଏଫଓ (EPFO) ବର୍ତ୍ତମାନ କହିଛି ଯେ, ଉଚ୍ଚ ଭବିଷ୍ୟତ ନିଧି ପେନସନ୍‌ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିଛି । ଏହି ନିଷ୍ପତ୍ତି ଅନୁଯାୟୀ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅଧିକ ପେନସନ୍ ଦେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି ।

2/8

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଇପିଏଫଓ (EPFO) ଡିସେମ୍ବର ୨୯ରେ ଏକ ସର୍କୁଲାର ଜାରି କରିଥିଲା । ଏହି ସର୍କୁଲାରରେ ନଭେମ୍ବରରେ ସୁପ୍ରିମକୋର୍ଟ (Supreme Court) ଦେଇଥିବା ନିର୍ଦ୍ଦେଶ ପରେ କିଛି ପେନସନଭୋଗୀଙ୍କୁ ଅଧିକ ପେନସନ୍  (Higher Pension) ପ୍ରଦାନ କରିବାକୁ ଇପିଏଫ୍ (EPFO) ନିଷ୍ପତ୍ତି ନେଇଛି ।

3/8

ଏହି ସର୍କୁଲାରରେ ଇପିଏଫ୍ଓ (EPFO) କହିଛି ଯେ, ଅଗଷ୍ଟ ୩୧, ୨୦୧୪ ପର୍ଯ୍ୟନ୍ତ ଅବସର ନେଇଥିବା ପେନସନଭୋଗୀ (Pensioners) ଙ୍କୁ ଏହାର ସୁବିଧା ଦିଆଯିବ ନାହିଁ । ସେପ୍ଟେମ୍ବର ୧, ୨୦୧୪ରେ କିମ୍ବା ଏହା ପରେ EPS ସହିତ ଜଡ଼ିତ ଲୋକମାନଙ୍କୁ ଅଧିକ ପେନସନ (Pension) ପାଇବା ପାଇଁ ବିକଳ୍ପ ଦିଆଯିବ । 

4/8

ଏହା ସହିତ ଏକ ନୂତନ ଗାଇଡଲାଇନ ଜାରି କରିବାବେଳେ କୁହାଯାଇଛି ଯେ, କେଉଁ କର୍ମଚାରୀ ଅଧିକ ପେନସନ (Higher Pension) ପାଇବାକୁ ଯୋଗ୍ୟ ଓ ଏହାର ଲାଭ ପାଇବା ପାଇଁ ସେମାନେ କିପରି ଅନଲାଇନରେ ଆବେଦନ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ...

ଅଧିକ ପଢ଼ନ୍ତୁ:-ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ମଧ୍ୟରେ ବଦଳିବ ଗ୍ରାଉଣ୍ଡ! ସାମ୍ନାକୁ ଆସିଲା ବଡ଼ ଅପଡେଟ୍, ଏହା ହେଉଛି କାରଣ

ଅଧିକ ପଢ଼ନ୍ତୁ:-ଜୟା କିଶୋରୀ ଗୋଟିଏ ପ୍ରବଚନ ପାଇଁ ନିଅନ୍ତି କେତେ ଟଙ୍କା? ଫି ଓ ମୋଟ ସମ୍ପତ୍ତି ବିଷୟରେ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍

ଅଧିକ ପଢ଼ନ୍ତୁ:-ଗାର୍ଲ୍ସ ହଷ୍ଟେଲରେ ଭୂତ, ଅଜବ ଛାୟା ଓ ଚମକଦାର ଘୁରିବୁଲୁଥିବା ଆଖି ଦେଖି ଭୟରେ ଥରଥର ସମସ୍ତେ!

5/8

କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (Employees' Provident Fund Organisation-EPFO) ଅନୁଯାୟୀ, ଯେଉଁ କର୍ମଚାରୀ ମାନେ ଚାକିରି ସମୟରେ କର୍ମଚାରୀ ଭବିଷ୍ୟତ ନିଧି (EPF) ଯୋଜନା ଅଧୀନରେ ଅଧିକ ବେତନ ଯୋଗଦାନ କରିଛନ୍ତି ଓ ଅବସର  (Retirement) ପୂର୍ବରୁ ଅଧିକ ପେନସନ ବିକଳ୍ପ ସେମାନଙ୍କୁ ଏହି ସୁବିଧା ପ୍ରଦାନ କରାଯିବ । 

6/8

ଇପିଏଫ୍ଓ (EPFO) କହିଛି ଯେ, ଏହା ଅନ୍ତର୍ଗତ ଲାଭ ପାଉଥିବା କର୍ମଚାରୀ ମାନଙ୍କ ମଧ୍ୟରେ ସେହି କର୍ମଚାରୀ ଯୋଗ୍ୟ ବିବେଚିତ ହେବେ, ଯେଉଁମାନେ ୫,୦୦୦ କିମ୍ବା ୬,୫୦୦ ଟଙ୍କା ବେତନ ସୀମାଠାରୁ ଅଧିକ ପେନ୍‌ସନ୍‌ ପାଇବା ପାଇଁ ଇପିଏସରେ ସହଯୋଗ କରିଥିଲେ ।

7/8

ଏହା ସହିତ କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (EPFO) କହିଛି ଯେ, ଏହା ମଧ୍ୟ ଏପରି କର୍ମଚାରୀଙ୍କ ପାଇଁ ଯେଉଁମାନେ EPS-95 ର ସଦସ୍ୟ ଥିବାବେଳେ ଅଧିକ ପେନସନ୍ ବାଛିଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ ଗୋଟିଏ ଆବେଦନ EPFO ​​ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା ।

8/8

ଆପଣଙ୍କୁ କହି ରଖୁଛୁ ଯେ, ନିଷ୍ପତ୍ତିର ପାରା 44 (ix) ରେ ଥିବା ନିର୍ଦ୍ଦେଶନାମା ଅନୁଯାୟୀ (01.09.2014 ପୂର୍ବରୁ ଅବସର ପ୍ରସଙ୍ଗରେ), ବିକଳ୍ପର ଯାଞ୍ଚ ପାଇଁ ଆବେଦନ କରିବାର ଏକ ଅନଲାଇନ ସୁବିଧା ପ୍ରବର୍ତ୍ତିତ ପୋର୍ଟାଲ୍ ସଦସ୍ୟ ଇଣ୍ଟରଫେସ୍ ଉପଲବ୍ଧ ଅଛି । ଅର୍ଥାତ ବିକଳ୍ପ ଉପରେ କ୍ଲିକ୍ କରି କର୍ମଚାରୀ ଆବେଦନ କରିପାରିବେ ।