Advertisement
Photo Details/zeeodisha/odisha2252456
photoDetails0hindi

Jaya Kishori: ନିଜ ବ୍ୟାଗ୍ ରେ କଣ କଣ ରଖନ୍ତି ଜୟା କିଶୋରୀ,ନିଜେ କଲେ ଖୁଲାସା

Jaya Kishori: ଯାହାଙ୍କ ନାଁ ଶୁଣିଲେ ମନରେ ଆସିଯାଏ ପବିତ୍ରତା ସିଏ ହେଉଛନ୍ତି ପ୍ରବଚକ ଜୟା କିଶୋରୀ। ଜୟା କିଶୋରୀଙ୍କ ନାମ ଦେଶର ପ୍ରସିଦ୍ଧ ପ୍ରବଚକ ବା ମୋଟିଭେସନାଲ ସ୍ପିକରଙ୍କ ମଧ୍ୟରେ ଆସିଥାଏ । ସେ ଜଣେ ପ୍ରସିଦ୍ଧ ମୋଟିଭେସନାଲ ସ୍ପିକର । ଜୟା କିଶୋରୀଙ୍କ ଭଜନ, କଥା ଓ ମୋଟିଭେସନାଲ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ଓ ଲୋକଙ୍କ ଦ୍ୱାରା ବେଶ୍ ଆଦୃତ ବି ହୋଇଥାଏ । ତେବେ ଲୋକମାନେ ଜୟା କିଶୋରୀଙ୍କ ଲାଇଫ୍ ବିଷୟରେ ଜାଣିବାକୁ ବେଶ୍ ଉତ୍ସୁକ ଥାଆନ୍ତି ।  

1/5

ଏକ ସାକ୍ଷାତକାର ସମୟରେ ଜୟା କିଶୋରୀ କହିଛନ୍ତି କି ସେ ନିଜ ବ୍ୟାଗ୍‌ରେ କ’ଣ କ’ଣ ରଖିଥାନ୍ତି । ସେ କହିଛନ୍ତି ଆପଣମାନେ ଦେଖିଥିବେ କି ମୋ ବ୍ୟାଗ୍ ବହୁତ ବଡ ହୋଇଥାଏ । ଏଥିପାଇଁ ମୋ ବାପା ଏହାକୁ ଝୁଲା କହିଥାନ୍ତି । 

 

2/5

ସେ କହିଛନ୍ତି ମୋ ବ୍ୟାଗ୍ ଏତେ ବଡ ଏଥିପାଇଁ ହୋଇଥାଏ କି ମୋତେ ମାସ ମାସ ଧରି ବାହାରେ ରହିବାକୁ ପଡିଥାଏ । କାରଣ ମୋର ପ୍ରବଚନ ପ୍ରୋଗ୍ରାମ ତୁରନ୍ତ ଡିସାଇଡ୍ ହୋଇଥାଏ। ସେଥିପାଇଁ ବହୁତ ସମୟ ଧରି ବାହାରେ ରହିବାକୁ ପଡେ। 

 

3/5

ତେବେ ଏପରି ବହୁ ଜିନିଷ ରହିଛି ଯାହା ମୁଁ ମୋ ବ୍ୟାଗ୍‌ରେ ରଖିଥାଏ । ଭଗବାନଙ୍କ ଫଟୋ ମୁଁ ମୋ ସବୁ ବ୍ୟାଗ୍‌ରେ ରଖିଥାଏ । ଏହି ଫଟୋ କୌଣସି ବି ଦେବତାଙ୍କ ହୋଇପାରେ । 

 

4/5

ଏହା ସହିତ ମୋ ୱାଲେଟ୍ ବା ମନିପର୍ସ ବି ବ୍ୟାଗ୍‌ରେ ଥାଏ । କାରଣ ମୁଁ ପ୍ରାୟ ସମୟ ଟ୍ରାଭେଲ୍ କରିଥାଏ । ଏହା ବ୍ୟତିତ ଏକ ପତଳା ପୁସ୍ତକ ବି ମୋ ବ୍ୟାଗ୍‌ରେ ରହିଥାଏ । 

5/5

ଯେତେବେଳେ ସୁଯୋଗ ମିଳିଥାଏ ମୁଁ ତାହା ପଢିଥାଏ । ଏହା ବ୍ୟତିତ ମୋ ବ୍ୟାଗରେ ଲାପଟପ୍‌, ଫୋନ୍‌, ରବର ବ୍ୟାଣ୍ଡ, ୪ ରୁ ୫ଟି କ୍ଲଚର ବି ବ୍ୟାଗ୍‌ରେ ରହିଥାଏ । କାରଣ ବେଳେ କ୍ଲଚର ଭାଙ୍ଗିଯାଏ ତେଣୁ ଅଧିକ ପରିମାଣର କ୍ଲିପ ରଖିଥାନ୍ତି । କିଛି ମିଣ୍ଟ ବି ସେ ବ୍ୟାଗ୍‌ରେ ରଖିଥାନ୍ତି କାରଣ ସେ ଚୁଇଙ୍ଗମ ଖାଇବାକୁ ଭଲ ପାଆନ୍ତି ନାହିଁ।