Advertisement
Photo Details/zeeodisha/odisha1877854
photoDetails0hindi

Railway Stations of India: ଦେଶର ଅଦ୍ଭୂତ ରେଳ ଷ୍ଟେସନ; ଯିଏ ଦୁଇଟି ରାଜ୍ୟକୁ କରିଥାଏ ବିଭକ୍ତ

Unique Railway Stations of India: ଦେଶରେ ମୋଟ ୭ ହଜାରରୁ ଅଧିକ ରେଳ ଷ୍ଟେସନ୍ ରହିଛି। କେତେକ ରେଳ ଷ୍ଟେସନ ସେମାନଙ୍କର ଭୌଗୋଳିକ ଅବସ୍ଥିତି ଏବଂ ସୌ ନ୍ଦର୍ଯ୍ୟ ପାଇଁ ଜଣାଶୁଣା ହୋଇଥିବା ବେଳେ ଅନେକ ରେଳ ଯାତ୍ରା ପାଇଁ ଲୋକପ୍ରିୟ ହୋଇଛନ୍ତି। ଏପରିକି କେତେକ ରେଳ ଷ୍ଟେସନ ମଧ୍ୟ ସେମାନଙ୍କ ସ୍ୱଚ୍ଛତା ପାଇଁ ପ୍ରସିଦ୍ଧ। ଏବେ ଆମେ ଆପଣଙ୍କୁ ଦେଶର ରେଳ ଷ୍ଟେସନ୍ ବିଷୟରେ କହୁଛି  ଯାହା ମଧ୍ୟରୁ କେତେକ ଦୁଇଟି ରାଜ୍ୟକୁ ବିଭକ୍ତ କରୁଥିବା ବେଳେ, ଆଉ କେତେକର ପରିଚୟ ନାହିଁ।

1/5

ଭବାନୀ ମଣ୍ଡି ରେଳ ଷ୍ଟେସନ: ଦିଲ୍ଲୀ-ମୁମ୍ବାଇ ରେଳ ଲାଇନ୍ ଅଧିନରେ ଅବସ୍ଥିତ ରହିଛି ଭବାନୀ ମଣ୍ଡି ରେଳ ଷ୍ଟେସନ। ଏହି ରେଳ ଷ୍ଟେସନ ଦୁଇ ରାଜ୍ୟ ସହ ଯୋଡ଼ି ହୋଇରହିଛି। ଭବାନୀ ମଣ୍ଡି ରେଳ ଷ୍ଟେସନ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଆଦି ରାଜ୍ୟ ଦ୍ୱୟରେ ମଧ୍ୟରେ ବିଭକ୍ତ ହୋଇଛି। ଦୁଇଟି ଭିନ୍ନ ରାଜ୍ୟ ମଧ୍ୟରେ ବିଭକ୍ତ ହୋଇଥିବା ଭବାନୀ ମଣ୍ଡି ରେଳ ଷ୍ଟେସନ ଠାରେ ଟ୍ରେନ ଇଞ୍ଜିନ୍ ରାଜସ୍ଥାନ ଏବଂ ଏହାର ଡବା ମଧ୍ୟ ପ୍ରଦେଶ ଠାରେ ରହିଥାଏ। ଏହାର ଗୋଟିଏ ପାର୍ଶ୍ୱରେ ରାଜସ୍ଥାନ ଅନ୍ୟ ପାର୍ଶ୍ୱରେ ମଧ୍ୟପ୍ରଦେଶ ନାମ ଫଳକ ଲଗାଯାଇଛି।

 

2/5

ନୱାପୁର ରେଳ ଷ୍ଟେସନ: ଦେଶର ଏକ ଅଦ୍ଭୂତ ରେଳ ଷ୍ଟେସନ ଭାବରେ ଜଣାଶୁଣା ନୱାପୁର ରେଳ ଷ୍ଟେସନ। ଯାହାର ଗୋଟିଏ ଅଂଶ ମହାରାଷ୍ଟ୍ର ଏବଂ ଅନ୍ୟ ଅଂଶ ଗୁଜୁରାଟ ସୀମାରେ ରହିଛି। ନୱାପୁର ରେଳ ଷ୍ଟେସନ ଦୁଇ ଭାଗରେ ବିଭକ୍ତ ହୋଇରହିଛି। ଯେଉଁଠାରେ ଉଭୟ ମହାରାଷ୍ଟ୍ର ଏବଂ ଗୁଜୁରାଟ ରେଳ ଷ୍ଟେସନ ପ୍ଲାଟଫର୍ମ ଏବଂ ବସିବା ରହିଥିବା ବେଞ୍ଚ ଉପରେ ଲେଖାଯାଇଛି। ଏହି ରେଳ ଷ୍ଟେସନ ଠାରେ ଘୋଷଣା ହିନ୍ଦୀ, ଇଂରାଜୀ, ମରାଠୀ ଏବଂ ଗୁଜରାଟୀ ଆଦି ୪ ଭାଷାରେ ହୋଇଥାଏ।

 

3/5

ଅଟାରୀ ରେଳ ଷ୍ଟେସନ: ଯଦି ଆପଣ ଅଟାରୀ ରେଳ ଷ୍ଟେସନ ଠାରେ ଟ୍ରେନ୍ ଧରିବାକୁ କିମ୍ବା ଓହ୍ଲାଇବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କର ଭିସା ରହିଥିବା ଆବଶ୍ୟକ। ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ଅଟାରୀ ରେଳ ଷ୍ଟେସନ ଭିସା ବିନା ପରିଦର୍ଶନ କରିବା ସମ୍ପୂର୍ଣ୍ଣ ଭାବେ ନିଷେଧ। ଦିନ ରାତି ଏହି ଷ୍ଟେସନ ପରିସରରେ ହେଉଥିବା କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ସୁରକ୍ଷା ବାହିନୀ ମୁତୟନ ରହିଥାନ୍ତି। ଭିସା ବିନା ଷ୍ଟେସନ ପରିସରରୁ ଧରାପଡୁଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇପାରେ ଅଥବା ତାଙ୍କୁ ଦଣ୍ଡ ମଧ୍ୟ କରାଯାଇପାରେ।

4/5

ଝାଡଖଣ୍ଡର ନାମହୀନ ରେଳ ଷ୍ଟେସନ୍: ଝାଡଖଣ୍ଡର ରାଜଧାନୀ ରାଞ୍ଚି ଠାରୁ ତୋରି ଅଭିମୁଖେ ଯାଉଥିବା ଟ୍ରେନ୍ ମଧ୍ୟ ଏକ ଅଜ୍ଞାତ ରେଳ ଷ୍ଟେସନ ଦେଇ ଯାଇଥାଏ। ଯାହାର କୌଣସି ନାମ ଫଳକ ନାହିଁ। ଗତ ୨୦୧୧ ବର୍ଷରେ, ଯେତେବେଳେ ପ୍ରଥମ ଥର ପାଇଁ ଏହି ଷ୍ଟେସନ ଠାରୁ ଟ୍ରେନ୍ ଚଳାଚଳ କରିବା ଆରମ୍ଭ କରିଥିଲା, ସେତେବେଳେ ରେଳବାଇ ଏହାର ନାମ ବଡ଼କିଚାମ୍ପି ରଖିବାକୁ ଯୋଜନା କରିଥିଲା। ହେଲେ ସ୍ଥାନୀୟ ଲୋକଙ୍କ ବିରୋଧ ହେତୁ ଏହି ରେଳ ଷ୍ଟେସନ  ନାମକରଣ ହୋଇ ପାରିନଥିଲା। ସେବେଠାରୁ ଏହି ଷ୍ଟେସନ ନାମବିହୀନ ହୋଇରହିଛି।

5/5

ପଶ୍ଚିମବଙ୍ଗର ନାମବିହୀନ ରେଳ ଷ୍ଟେସନ: ପଶ୍ଟିମବଙ୍ଗରେ ଏପରି ଏକ ନାମବିହୀନ ରେଳ ଷ୍ଟେସନ ରହିଛି ଯାହା ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ। ହେଲେ ଏହାର କୌଣସି ନାମ ନାହିଁ। ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରୁ ୩୫ କିଲୋମିଟର ଦୂରରେ ଏକ ରେଳଷ୍ଟେସନ ଅବସ୍ଥିତ ରହିଛି। ବାଙ୍କୁଡ଼ା-ମାସାଗ୍ରାମ ରେଳ ଲାଇନ ଅଧିନରେ ଏହି ଷ୍ଟେସନ ଗତ ୨୦୦୮ ବର୍ଷରେ ନିର୍ମାଣ କରାଯାଇଥିଲା। ଆରମ୍ଭରେ ଏହି ରେଳ ଷ୍ଟେସନ ନାମ ରୈନାଗଡ଼ ରହିଥିଲା। ସ୍ଥାନୀୟ ଲୋକ ରେଳ ଷ୍ଟେସନ ନାମ ପରିବର୍ତ୍ତନ କରିବାକୁ ରେଳବାଇ ପାଖରେ ଅଭିଯୋଗ କରିଥିଲେ। ଯାହା ପରେ ନାମ ପରିବର୍ତ୍ତନ ହୋଇଥିଲା ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ହେଲେ ସେବେଠାରୁ ଏହି ରେଳ ଷ୍ଟେସନ ନାମବିହୀନ ହୋଇ ରହିଛି।