Advertisement
Photo Details/zeeodisha/odisha2158630
photoDetails0hindi

Aeroplane Facts: ଆକାଶରେ ଜେଟ ପଛରେ ଧଳା ଗାର କାହିଁକି ସୃଷ୍ଟି କରିଥାଏ ଧୂଆଁ? ଜାଣନ୍ତୁ ଏହା ପଛର କାରଣ

why smoke from white streak behind the jet: ସେନା ପକ୍ଷରୁ ହେଉଥିହା ସମରାଭ୍ୟାସ ପ୍ରତିବର୍ଷ ଆୟୋଜିତ ହେଉଥିବା ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ଅବସରରେ ହେଉଥିବା ମାର୍ଚ୍ଚ ଫାର୍ଷ୍ଟ ସମୟରେ ଆକାଶରେ ଗର୍ଜିଥାଏ ବିମାନ। ଏହା କିଛି ସମୟ ପରେ ଆପଣ ନୀଳ ଆକାଶରେ  ସେହି ବିମାନ ପଛରେ ଧଳା ଧୂଆଁ ବାହାରୁଥିବାର ଦେଖିବାକୁ ପାଇଥିବେ। ଧଳା ରଙ୍ଗର ଅନେକ ସ୍ତର ବିଶିଷ୍ଟ ଏହି ଧୂଆଁ ଦୀର୍ଘ ଦିନ ଧରି ଲୋକଙ୍କ ଲାଗି କୌତୁହଳର ବିଷୟ ହୋଇଆସୁଛି। ହେଲେ ଏହା କାହିଁକି ହୋଇଥାଏ? ଆକାଶରେ ଜେଟ ପଛରେ ଧୂଆଁ କାରଣରୁ ସୃଷ୍ଟି ହେଉଥିବା ଧଳା ଗାର ବିଷୟରେ ଅନେକ ପ୍ରକାରର ଦାବି କରାଯାଏ। ହେଲେ ତଥାପି, ଅନେକ ଏହାର କାରଣ ଜାଣିପାରିନ୍ତି ନାହିଁ।

 

1/6

ଯେତେବେଳେ ଯୁଦ୍ଧ ବିମାନ ଧ୍ୱନି ବେଗରେ ଆକାଶରେ ଗତି କରେ, ସେତେବେଳେ ଧଳା ରଙ୍ଗର ଗାର ସୃଷ୍ଟି ହୋଇଥାଏ। ହେଲେ ଆପଣ କେବେ ଭାବିଛନ୍ତି କାହିଁକି ଏପରି ହୋଇଥାଏ? ଏହି ଧଳା ଧୂଆଁର ଉତ୍ପତ୍ତି ବିଷୟରେ ଅନେକ ଲୋକ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। କିଛି ଲୋକ ଏ ସମ୍ପର୍କରେ ଅନେକ କାରଣ ଦେଇଥାନ୍ତି। ନୀଳ ଆକାଶରେ ଧଳା ଧୂଆଁ ସୃଷ୍ଟି ହେବା ପଛର ବୈଜ୍ଞାନିକ କାରଣ ରହିଛି। ବିମାନ ଏହା ପଛରେ ଗରମ ପବନ ଛାଡିଥାଏ। ହେଲ ଶୀର୍ଷରେ ରହିଥିବା ତାପମାତ୍ରା ଅଧିକ ଥଣ୍ଡା ହୋଇଥାଏ। ଯେଉଁଥିପାଇଁ ଆଖପାଖର ଶୀତଳ ବାୟୁ ସେଠାରେ ଥିବା ଗରମ ପବନ ସହିତ ସଂସ୍ପର୍ଶରେ ଆସିଥାଏ ଏବଂ ଥଣ୍ଡା ହେବା ଆରମ୍ଭ କରିଥାଏ। ଏହି ବାୟୁ ଗୋଟିଏ, ଦୁଇଟି କିମ୍ବା ଚାରି ଧାଡି ଆକାରରେ ଦୃଶ୍ୟମାନ ହୋଇଥାଏ। କିଛି ସମୟ ପରେ ତାପମାତ୍ରା ସ୍ୱାଭାବିକ ହୋଇଥାଏ। ସେହି ରେଖା ଅଦୃଶ୍ୟ ହୋଇଯାଏ। ବାୟୁମଣ୍ଡଳରେ ଜଳର ପରିମାଣ ଯେତେ ଅଧିକ ହେବ, ଏହି ରେଖା ଦୃଶ୍ୟମାନ ହେବାର ସମ୍ଭାବନା ଅଧିକ ରହିବ।

2/6

"University Corporation for Atmospheric Research" ଅନୁଯାୟୀ ଆକାଶରେ ଦେଖାଯାଉଥିବା ଏହି ଧଳା ରଙ୍ଗର ଗାରକୁ "କଣ୍ଟ୍ରିଲ୍" (Contrail) କୁହାଯାଏ। ଜଳୀୟ ବାଷ୍ପ ଘନୀଭୂତ ହେଲେ ଏହି ଗାର ଦେଖିବାକୁ ମିଳିଥାଏ। ଯେତେବେଳେ ବିମାନ ଦ୍ରୁତ ବେଗରେ ଉଡାଣ ଭରିଥାଏ, ସେତେବେଳେ କିଛି ଲୋକ ବିଶ୍ୱାସ କରିଥାନ୍ତି ଯେ ବୋଧହୁଏ ସରକାର ରାସାୟନିକ ପଦାର୍ଥ ସିଞ୍ଚନ କରୁଛନ୍ତି। ଏହା ସାଇଲେନ୍ସର ପରି ଏକ ବ୍ୟବସ୍ଥା ମାଧ୍ୟମରେ ସମ୍ଭବ ହୋଇଥାଏ। ଏହି କଥା କିଛି ଲୋକଙ୍କ ପାଇଁ ଅଜବ ମନେହୁଏ। ହେଲେ ଏହା ସତ୍ୟ ଯେ କୌଣସି ପ୍ରମାଣ ନଥିଲେ ମଧ୍ୟ "Chemtrails Theory" ଉପରେ ଦୀର୍ଘ ଦିନ ଧରି ଆମେରିକା ସମେତ ସାରା ବିଶ୍ୱରେ ଆଲୋଚନା ହୋଇଆସୁଛି। କାଲିଫର୍ନିଆ ୟୁନିଭରସିଟି କହିବା କଥା ଯେ ବିଜ୍ଞାନ ଏହି ଗାରକୁ କଣ୍ଟ୍ରିଲ୍ ଅର୍ଥାତ୍ କଣ୍ଡେନ୍ସେସନ୍ ଟ୍ରେଲ୍ (contrails means condensation trails) ବୋଲି କହିଥାଏ। ବିମାନ ଇଞ୍ଜିନ ମଧ୍ୟରୁ ବାହାରୁଥିବା ଜଳୀୟ ବାଷ୍ପ ଥଣ୍ଡା ହୋଇ ଫ୍ରିଜ୍ ହୋଇଗଲେ ଏହା ସୃଷ୍ଟି ହୋଇଥାଏ।

3/6

"Chemtrails Conspiracy Theory" ସମ୍ପର୍କରେ ପ୍ରଥମ ଉଲ୍ଲେଖ ୧୯୯୬ ମସିହାରେ ମିଳିଥିଲା। ଏହା ପରେ ଏହି ଆଲୋଚନା ଏକ ବଡ଼ ଆକାରରେ ହୋଇଥିଲା। ଯେତେବେଳେ ଆମେରିକାର ବାୟୁସେନା  ଦ୍ୱାରା କରାଯାଇଥିବା ଅନୁସନ୍ଧାନ "Chemtrails" ଦୃଶ୍ୟମାନ ହେବାକୁ ପାଣିପାଗ ପୂର୍ବାନୁମାନ ସହିତ ଯୋଡିଥିଲା। ସେତେବେଳେ ପରିବେଶ ସୁରକ୍ଷା ଏଜେନ୍ସି କହିଥିଲେ ଯେ "Aerospace Force" ଦ୍ୱାରା ସାମରିକ ଉଦ୍ଦେଶ୍ୟ ହାସଲ କରିବା ସହିତ ଭବିଷ୍ୟତର ପାଣିପାଗର ପୂର୍ବାନୁମାନ କରିବା ପାଇଁ ସେମାନଙ୍କୁ ବ୍ୟବହାର କରାଯାଇଥାଏ। ହେଲେ ଏହା କୌଣସି ସାମରିକ ନୀତି, ସାମରିକ ଅଭ୍ୟାସ କିମ୍ବା ସାମରିକ ସାମର୍ଥ୍ୟକୁ ପ୍ରତିଫଳିତ କରେ ନାହିଁ। ଆଜି ମଧ୍ୟ ଏ ସମ୍ପର୍କରେ ପରିସ୍ଥିତି ସ୍ପଷ୍ଟ ହୋଇନାହିଁ। "Chemtrails"  ଅନେକଙ୍କ ଦ୍ୱାରା ବିଷାକ୍ତ ରାସାୟନିକ ଭାବେ ବିବେଚିତ ହୋଇଥାଏ। ସେମାନେ ବିଶ୍ୱାସ କରନ୍ତି ଯେ ଏହା ମାନବିକତାକୁ ଧ୍ୱଂସ କରିବା ପାଇଁ ବ୍ୟବହୃତ ହେଉଛି। ଅନ୍ୟମାନେ କୁହନ୍ତି ଯେ ଏଗୁଡ଼ିକ ମନକୁ ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯାଉଛି। ଆଉ କେତେକ ଭାବନ୍ତି ଯେ ପାଗକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ଦ୍ୱାରା କରାଯାଉଥିବା ଏକ ଉପାୟ।

4/6

 

ହେଲେ ସରକାର ଲୋକଙ୍କ ଉପରେ ରାସାୟନିକ ପଦାର୍ଥ ସ୍ପ୍ରେ କରୁଛନ୍ତି ବୋଲି ଧାରଣା ସମ୍ପୂର୍ଣ୍ଣ ଭିତ୍ତିହୀନ ନୁହେଁ। ଅନୁସନ୍ଧାନକାରୀଙ୍କ କହିବା ଅନୁଯାୟୀ ଶୀତ ଯୁଦ୍ଧ ସମୟରେ ବ୍ରିଟିଶ ସରକାର ସାଧାରଣ ଲୋକଙ୍କ ଉପରେ ୭୫୦ ଥରରୁ ଅଧିକ ରାସାୟନିକ ଯୁଦ୍ଧ ଆକ୍ରମଣ କରିଥିଲେ। ଏହି ଅବଧିରେ ଲକ୍ଷାଧିକ ଲୋକ ଜିଙ୍କ କ୍ୟାଡମିୟମ ସଲଫାଇଡ ସଂସ୍ପର୍ଶରେ ଆସିଥିଲେ। ଏହାର ଛୋଟ ଆକାର ହେତୁ ଏହି ରାସାୟନିକ ପଦାର୍ଥକୁ ଚୟନ କରାଯାଇଥିଲା। ଏଗୁଡ଼ିକ ଜୀବାଣୁ ସହିତ ସମାନ। ପରେ ଏହା ବିଷାକ୍ତ ନୁହେଁ ବୋଲି ଚିନ୍ତା କରାଯାଇଥିଲା। କିଛି ସମୟ ପରେ ଏହା ଆବିଷ୍କୃତ ହେଲା ଯେ ଏହାର ବାରମ୍ବାର ସଂସ୍ପର୍ଶରେ ଆସିବା ଦ୍ୱାରା କର୍କଟ ରୋଗ ହୋଇପାରେ। ୧୯୫୦-୬୦ ଦଶକରେ ଆମେରିକା ମଧ୍ୟ ଏହା କରିଥିଲା । ଏହା ପରେ ରାସାୟନିକ ପଦାର୍ଥ ଜୈବିକ ଅସ୍ତ୍ରର ବିସ୍ତାର ପରୀକ୍ଷା କରିବା ପାଇଁ ଏହାକୁ ଏକ "Tracer" ଭାବେ ବ୍ୟବହୃତ ହୋଇଲା।

5/6

ଏହାକୁ ଆଧାର କରି ଗତ ୨୦୨୧ ବର୍ଷରେ ଏକ ଫେସବୁକ୍ ପୋଷ୍ଟ ଭାଇରାଲ ହୋଇଥିଲା। ଯେଉଁଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପାଣିପାଗକୁ ନିୟନ୍ତ୍ରଣ କରିବା ପାଇଁ "Chemtrails" ବ୍ୟବହାର କରି ଫେବୃଆରୀ ମାସରେ ଟେକ୍ସାସ ପ୍ରଦେଶରେ ଏକ ସପ୍ତାହ ଧରି ପ୍ରବଳ ଥଣ୍ଡା ସୃଷ୍ଟି କରିଥିଲେ। ଏହା ପରେ ୧୦% ଆମେରିକୀୟ ଏହାକୁ ସମ୍ପୂର୍ଣ୍ଣ ସତ୍ୟ ବୋଲି ବିଶ୍ୱାସ କରିଥିଲେ। ସାମାଜିକ ମନୋବିଜ୍ଞାନ ଅଧ୍ୟୟନ କରୁଥିବା ୟୁସି ବର୍କେଲ ପ୍ରଫେସର ଚେଶାୟର କହିଥିଲେ ଯେ "Smoking Gun" ସମ୍ପର୍କରେ କୌଣସି ପ୍ରମାଣ ମିଳି ନାହିଁ। ନ୍ୟାସନାଲ ସିକ୍ୟୁରିଟି ଏଜେନ୍ସି  ସୂଚନା ଲିକ୍ କରିଥିବା ହ୍ୱିସିଲବ୍ଲୋୟର ଏଡୱାର୍ଡ ସ୍ନୋଡେନ୍ ମଧ୍ୟ କହିଥିଲେ ଯେ "Chemtrails" ବୋଲି କିଛି ନାହିଁ।

6/6

ଏହି ଧଳା ରଙ୍ଗର ଗାରକୁ ନେଇ ବୈଜ୍ଞାନିକଙ୍କ କହିବା କଥା ଯେ ଏହି ଧୂଆଁର ସ୍ତର କେତେ ମୋଟା, ପତଳା କିମ୍ବା ଲମ୍ବା ହେବ ତାହା ବିମାନର ଉଚ୍ଚତା ଉପରେ ନିର୍ଭର କରେ। ସେଠାରେ ତାପମାତ୍ରା ଏବଂ ଆର୍ଦ୍ରତା କେତେ ରହିଥାଏ ତାହା ମଧ୍ୟ ଏକ କାରକ ହୋଇଥାଏ। ସେଥିପାଇଁ ପାଣିପାଗର ପୂର୍ବାନୁମାନ କରିବା ପାଇଁ ବିଭିନ୍ନ ପ୍ରକାରର "Jet Contrails" ବ୍ୟବହୃତ ହୋଇଥାଏ। ଉଦାହରଣ ସ୍ୱରୂପ ଏକ ପତଳା ସ୍ୱଳ୍ପ ସମୟ ପର୍ଯ୍ୟନ୍ତ ଦେଖାୟାଉଥିବା "Contrail"  ଅଧିକ ଉଚ୍ଚତାରେ ନିମ୍ନ ଆର୍ଦ୍ରତା ବାୟୁକୁ ସୂଚିତ କରିଥାଏ।  ଯାହା ଦର୍ଶାଇଥାଏ ଯେ ପାଗ ଭଲ ରହିଛି। ଯଦି ଏକ ମୋଟା ଏବଂ ଲମ୍ୱା "Contrail" ଦେଖାଯାଏ ତାହେଲେ ଏହା ଦର୍ଶାଏ ଯେ ପାଗରେ ଆର୍ଦ୍ରତା ଅଛି। ଯାହା କୌଣସି ଝଡ଼ର ପ୍ରାରମ୍ଭିକ ଲକ୍ଷଣ ବିଷୟରେ ସୂଚନା ହୋଇପାରେ।