Vande Bharat Sleeper train: ମାର୍ଚ୍ଚରୁ ଚାଲିବ ବନ୍ଦେ ଭାରତ ସ୍ଲିପର ଟ୍ରେନ, ରେଳମନ୍ତ୍ରୀ କଲେ ଘୋଷଣା
Advertisement
Article Detail0/zeeodisha/odisha2097630

Vande Bharat Sleeper train: ମାର୍ଚ୍ଚରୁ ଚାଲିବ ବନ୍ଦେ ଭାରତ ସ୍ଲିପର ଟ୍ରେନ, ରେଳମନ୍ତ୍ରୀ କଲେ ଘୋଷଣା

ନୂଆଦିଲ୍ଲୀ: ମାର୍ଚ୍ଚରୁ ଭାରତୀୟ ରେଳ ଟ୍ରାକରେ ଶୋଇବା ଶ୍ରେଣୀ ଭାଣ୍ଡେ ଭାରତ ଟ୍ରେନ୍ ଚାଲିବା ଆରମ୍ଭ କରିବ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମୋଦୀ ସରକାର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଚେନ୍ନାଇର ପେରାମବୁର ଇଣ୍ଟିଗ୍ରାଲ୍ କୋଚ୍ କାରଖାନାରେ ଦଶଟି ଟ୍ରେନ୍ ପ୍ରସ୍ତୁତ କରାଯାଉଛି। ଫେବୃଆରୀ ଶ

Vande Bharat Sleeper train: ମାର୍ଚ୍ଚରୁ ଚାଲିବ ବନ୍ଦେ ଭାରତ ସ୍ଲିପର ଟ୍ରେନ, ରେଳମନ୍ତ୍ରୀ କଲେ ଘୋଷଣା

Vande Bharat Sleeper train:ନୂଆଦିଲ୍ଲୀ: ମାର୍ଚ୍ଚରୁ ଭାରତୀୟ ରେଳ ଟ୍ରାକରେ ଶୋଇବା ଶ୍ରେଣୀ ଭାଣ୍ଡେ ଭାରତ ଟ୍ରେନ୍ ଚାଲିବା ଆରମ୍ଭ କରିବ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମୋଦୀ ସରକାର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଚେନ୍ନାଇର ପେରାମବୁର ଇଣ୍ଟିଗ୍ରାଲ୍ କୋଚ୍ କାରଖାନାରେ ଦଶଟି ଟ୍ରେନ୍ ପ୍ରସ୍ତୁତ କରାଯାଉଛି। ଫେବୃଆରୀ ଶେଷ ସପ୍ତାହରୁ ମଧ୍ୟ ଏହି ରୋଲ ଆଉଟ୍ ଆରମ୍ଭ ହେବ। 

କେତେ ହେବ ଭଡ଼ା
ବନ୍ଦେ ଭାରତ ସ୍ଲିପର ଟ୍ରେନର ଭଡାକୁ ନେଇ ରେଳ ବୋର୍ଡ ଦ୍ୱାରା ନିର୍ଣ୍ଣୟ କରାଯାଉଛି କିନ୍ତୁ ଏହା ସ୍ପଷ୍ଟ ଯେ ଏହି ଟ୍ରେନର ଭଡା ସାଧାରଣ ସୁପରଫାଷ୍ଟ ଟ୍ରେନଠାରୁ ଅଧିକ ହେବ। ରେଳ ଅଧିକାରୀଙ୍କ ଅନୁଯାୟୀ, ବନ୍ଦେ ଭାରତ ଟ୍ରେନର ଭଡା ବିମାନ ଭଡାଠାରୁ କମ୍ ହେବ ଏବଂ ରାଜଧାନୀ ଏକ୍ସପ୍ରେସ ଟ୍ରେନ ଠାରୁ ୧୫ ପ୍ରତିଶତ ଅଧିକ ହୋଇପାରେ। ଭାରତୀୟ ରେଳବାଇ ବିଭାଗ ଏହି ଟ୍ରେନରେ ସର୍ଜ ପ୍ରାଇସିଂ ଲାଗୁ କରିବ। ଏଥିରୁ ଏକ ପ୍ରକାର ନିଶ୍ଚିତ ଯେ ନିର୍ଦ୍ଦିଷ୍ଟ ଭଡ଼ା ପରେ ଟ୍ରେନର ଟିକଟ ଦରରେ ବୃଦ୍ଧି ପାଇବ। ବିମାନ ଟିକଟ ଭଳି ଏଥିରେ ମଧ୍ୟ ଭଡ଼ା ପ୍ରଣାଳୀରେ ଲାଗୁ ହେବ। ଏଥିରେ ଟ୍ରେନ ଯାତ୍ରୀଙ୍କୁ ରାଜଧାନୀ ଏକ୍ସପ୍ରେସ ଠାରୁ ଅଧିକ ସୁବିଧା ପ୍ରଦାନ କରିବାକୁ ପ୍ରସ୍ତୁତି ଚଳାଇଥିବା ଜଣା ପଡ଼ିଛି। ଫଳରେ ଏଭଳି ସ୍ଥଳେ ଏକାଧିକ ପରିବର୍ତ୍ତନ ଆଣିବାକୁ ରେଳବାଇ ଚିନ୍ତା କରୁଛି। 

ଦୁଇ ଘଣ୍ଟାରୁ କମ ହେବ ଯାତ୍ରା ସମୟ
ଭାରତୀୟ ରେଳବାଇ ଏହି ଟ୍ରେନ ସର୍ଜ ପ୍ରାଇସିଂ ଲାଗୁ କରିବାକୁ ଯାଉଛି। ରେଳବାଇ ଅଧିକାରୀ କହିଛ୍ତି କି ଦିଲ୍ଲୀ ମୁମ୍ବାଇ ମଧ୍ୟରେ ସେମି ହାଇସ୍ପିଡ଼ ଟ୍ରାକ ରହିଛି। ଏହି ଟ୍ରେନର ସଂଚାଳନ ପରୀକ୍ଷଣ ଏହି ଟ୍ରାକରେ କରାଯିବା ନେଇ ରେଳବାଇ ପକ୍ଷରୁ ଯୋଜନା କରାଯାଉଛି। ରେଳବାଇ ବୋର୍ଡର ଜଣେ ଅଧିକାରୀ କହିଛନ୍ତି କି ବନ୍ଦେ ଭାରତ ଟ୍ରେନରେ ଯଦି କେହି ଯାତ୍ରା କରୁଛନ୍ତି ତେବେ ତାଙ୍କର ପାଖାପାଖି ୨ ଘଣ୍ଟାର ସମୟ ବଞ୍ଚିବ। ରାଜଧାନୀ ଏକ୍ସପ୍ରେସ ମୁମ୍ବାଇ ପହଞ୍ଚିବାକୁ ଯଦି ୧୨ ଘଣ୍ଟା ସମୟ ନିଏ ତେବେ ବନ୍ଦେ ସ୍ଲିପର ଏକ୍ସେପ୍ରେସ ୧୦ ଘଣ୍ଟାରେ ପହଞ୍ଚିବ। 

ମିଶ୍ରିତ ରହିବ କୋଚ
ବନ୍ଦେ ଭାରତ ସ୍ଲିପର କୋଚର ମିଶ୍ରିଣ ବାତାନୁକୂଳିତ ଓ ସାମାନ୍ୟ କୋଚ ରହିବ। ପ୍ରତି ଟ୍ରେନରେ ୧୬ ରୁ ୨୦ କୋଚ ଲଗାଯିବ। ଏହି କୋଚରେ ରାତ୍ରୀ ଯାତ୍ରା ପାଇଁ ପ୍ରସ୍ତୁତ କରାଯାଉଛି। କେବଳ ଏତିକି ନୁହେଁ, ପ୍ରତି ଶ୍ରେଣିରେ ଦିଆଯାଉଥଇବା ତମାମ ସୁବିଧାରେ ପରିବର୍ତ୍ତନ କରାଯିବ। ରେଳବାଇ ସମ୍ପୂର୍ଣ୍ଣ ଏସି ଓ ନନଏସି ବନ୍ଦେ ଭାରତ ସ୍ଲିପର ଏକ୍ସପ୍ରେସ ଚଳାଇବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। 

୪୦ ହଜାର କୋଚ ହେବ ଅପଡେଟ
ରେଳ ଯାତ୍ରୀଙ୍କ ପାଇଁ ବନ୍ଦେ ଭାରତ କୋଚ ସହିତ ୪୦ ହଜାର ବିଦ୍ୟମାନ ଆଇସିଏଫ କୋଚକୁ ପରିବର୍ତ୍ତନ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ଘୋଷଣା କରିଛନ୍ତି। ଏହି ସମସ୍ତ କୋଚ୍ ବର୍ତ୍ତମାନ ବନ୍ଦେ ଭାରତ ଟ୍ରେନ୍ କୋଚ୍ ଲାଇନରେ ଡିଜାଇନ୍ ହେବ। ଏହା ସହିତ ଅନ୍ୟ ଟ୍ରେନ୍ ଗୁଡିକ ମଧ୍ୟ ବନ୍ଦେ ଭାରତ ଟ୍ରେନର ଗତି ପରି ଅନୁଭୂତି ଏବଂ ସୁବିଧା ପାଇବାକୁ ସକ୍ଷମ ହେବେ।