I phone: ଏଣିକି ଚୀନରେ ନୁହେଁ ଭାରତରେ ତିଆରି ହେବ I phone
Advertisement
Article Detail0/zeeodisha/odisha1933733

I phone: ଏଣିକି ଚୀନରେ ନୁହେଁ ଭାରତରେ ତିଆରି ହେବ I phone

I phones: ଭାରତରେ ତିଆରି ହେବ ଆଇଫୋନ (I phone)। ଆଉ ଏହାପରେ ସାରା ବିଶ୍ବକୁ ଆଇଫୋନ୍ ରପ୍ତାନୀ କରିବ ଟାଟା ଗ୍ରୁପ୍ (TATA group) । ଏନେଇ ସୂଚନା ଦେଇଛନ୍ତି ଇଲେକ୍ଟ୍ରୋନିକ୍ସ ଆଣ୍ତ ଟେକ୍ନୋଲୋଜୀ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର (Rajeev Chandrasekhar) ।

ସୌ(ସୋସିଆଲ ମିଡିଆ)

Tata Group makes iphones: ଭାରତରେ ତିଆରି ହେବ ଆଇଫୋନ (I phone)। ଆଉ ଏହାପରେ ସାରା ବିଶ୍ବକୁ ଆଇଫୋନ୍ ରପ୍ତାନୀ କରିବ ଟାଟା ଗ୍ରୁପ୍ (TATA group) । ଏନେଇ ସୂଚନା ଦେଇଛନ୍ତି ଇଲେକ୍ଟ୍ରୋନିକ୍ସ ଆଣ୍ତ ଟେକ୍ନୋଲୋଜୀ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର (Rajeev Chandrasekhar) ।

ସୂଚନା ଅନୁଯାୟୀ, ଏଣିକି ଭାରତରେ ଆଇଫୋନ (I phone) ତିଆରି କରିବ ଟାଟା ଗ୍ରୁପ୍  (TATA Group )। ଏନେଇ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ‘ଆଗାମୀ ଅଢେଇ ବର୍ଷ ମଧ୍ଯରେ ଏହି ଆଇଫୋନ ବଜାରରେ ଉପଲବ୍ଧ ହେବ । ପୂର୍ବରୁ ବଜାରେ ମିଳୁଥିବା ସମସ୍ତ ଆଇଫୋନ ଚାଇନାରେ ତିଆରି ହେଉଥିଲା । କିନ୍ତୁ ଏବେ ଏହା ଭାରତରେ ତିଆରି ହେବ’ । ୱିଷ୍ଟ୍ରନ୍‌ର ଭାରତୀୟ କାରଖାନା ଏହାର ୮ ଉତ୍ପାଦନ ଲାଇନରେ ଆଇଫୋନ୍ -୧୨ (I phone 12) ଓ ଆଇଫୋନ୍ -୧୪ (I phone-14) ଉତ୍ପାଦନ କରୁଛି । ଟାଟା ଅଧିଗ୍ରହଣ ପରେ ୱିଷ୍ଟ୍ରନ୍ ଭାରତୀୟ ବଜାରରୁ ସମ୍ପୂର୍ଣ୍ଣ ବିଦା ହେବ । କାରଣ ଏହା ଭାରତରେ ଆପଲ୍ ପ୍ରଡକ୍ଟ ଉତ୍ପାଦନ କରୁଥିବା କମ୍ପାନୀର ଏକମାତ୍ର କାରଖାନା । ୱିଷ୍ଟ୍ରନ୍ କାରଖାନାର ମୂଲ୍ୟ ପ୍ରାୟ ୧୨୫ ମିଲିୟନ୍ ଡଲାର ବୋଲି ଆକଳନ କରାଯାଇଛି। ଏହି ଚୁକ୍ତି ପାଇଁ ଗତ ଏକ ବର୍ଷ ଧରି ଟାଟା ଗ୍ରୁପ୍ ଓ ୱିଷ୍ଟ୍ରନ୍ ମଧ୍ୟରେ ଆଲୋଚନା ଚାଲିଛି । ୱିଷ୍ଟ୍ରନ୍ ର ଏହି ପ୍ଲାଣ୍ଟ ଆଇଫୋନ୍ -୧୪ ମଡେଲ୍ ଉତ୍ପାଦନ ପାଇଁ ଜଣାଶୁଣା । ବର୍ତ୍ତମାନ ଏହି କାରଖାନାରେ ୧୦,୦୦୦ରୁ ଅଧିକ କର୍ମଚାରୀ କାମ କରୁଛନ୍ତି।

ୱିଷ୍ଟ୍ରନ୍ ୨୦୦୮ ମସିହାରେ ଭାରତୀୟ ବଜାରରେ ପ୍ରବେଶ କରିଥିଲା, ସେତେବେଳେ କମ୍ପାନୀ ବହୁ ଇଲୋଟ୍ରୋନିକ୍ ଡ଼ିଭାଇଜ ପାଇଁ ଉପକରଣ ପାଇଁ ମରାମତି ସୁବିଧା ଯୋଗାଉଥିଲା । ଏହାପରେ, ୨୦୧୭ ମସିହାରେ କମ୍ପାନୀ ଏହାର କାର୍ଯ୍ୟକୁ ବିସ୍ତାର କରି ଆପଲ୍ ପାଇଁ ଆଇଫୋନ୍ ଉତ୍ପାଦନ ଆରମ୍ଭ କରିଥିଲା । ୱିଷ୍ଟ୍ରନ୍ କାରଖାନା କର୍ଣ୍ଣାଟକର ଦକ୍ଷିଣ ପୂର୍ବରେ ରହିଛି । ଏକ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୦୨୪ ସୁଦ୍ଧା ୱିଷ୍ଟ୍ରନ୍ ଏହି କାରଖାନାରୁ ପ୍ରାୟ ୧.୮ ବିଲିୟନ ଡଲାର ମୂଲ୍ୟର ଆପଲ୍ ଆଇଫୋନ୍ ତିଆରି କରିବ । ଟାଟା ଏହି କାରଖାନାରୁ ବିଶ୍ୱ ବଜାର ପାଇଁ ଆଇଫୋନ୍ ୧୫ ଉତ୍ପାଦନ କରିବ । ୱିଷ୍ଟ୍ରନ୍ କାରଖାନାର ମୂଲ୍ୟ ପ୍ରାୟ ୬୦୦ ମିଲିୟନ୍ ଡଲାର୍ । ଏହି ଡିଲ୍ ସମ୍ବନ୍ଧରେ ଆଲୋଚନା ପ୍ରାୟ ଏକ ବର୍ଷ ଧରି ଚାଲିଥିଲା । ପ୍ରକାଶ ଥାଉ କି, ଟାଟା ଗ୍ରୁପ୍ ଲୁଣ ବିକ୍ରୟ ଠାରୁ ଆରମ୍ଭ କରି ବୈଷୟିକ ସେବା ଯୋଗାଇବା ପର୍ଯ୍ୟନ୍ତ ଅନେକ ପ୍ରକାରର ବ୍ୟବସାୟ ସହ ଜଡିତ । ନିକଟ ଅତୀତରେ, କମ୍ପାନୀ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଓ ଇ-ବାଣିଜ୍ୟ କ୍ଷେତ୍ରରେ ପ୍ରବେଶ କରିଛି